Advertisment

ବିଶ୍ୱକପ: ପାକିସ୍ତାନକୁ ୨୮୬ ରନରେ ଅଲଆଉଟ କଲା ନେଦରଲ୍ୟାଣ୍ଡ୍ସ

ଦଳ ୩୮ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଫଖର ଜମାନ(୧୨), ଇମାମ ଉଲ ହକ(୧୫) ଓ ବାବର ଆଜମ(୫) ବେଶୀ କିଛି କରିପାରି ନଥିଲେ।

Pakistan

Pakistan

Advertisment

ପାକିସ୍ତାନ ବିପକ୍ଷ ମ୍ୟାଚ ଜିତିବା ପାଇଁ ନେଦରଲ୍ୟାଣ୍ଡ୍ସକୁ ମିଳିଛି ୨୮୭ ରନର ଟାର୍ଗେଟ। ୭ ବର୍ଷ ପରେ ଭାରତରେ କ୍ରିକେଟ ଖେଳିବାକୁ ଆସିଥିବା ପାକିସ୍ତାନ ୪୯ ଓଭରରେ ସମସ୍ତ ୱିକେଟ ହରାଇ ୨୮୬ ରନ କରିବାକୁ ସକ୍ଷମ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

Advertisment

ଦଳ ୩୮ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଫଖର ଜମାନ(୧୨), ଇମାମ ଉଲ ହକ(୧୫) ଓ ବାବର ଆଜମ(୫) ବେଶୀ କିଛି କରିପାରି ନଥିଲେ। ତେବେ ୪ର୍ଥ ୱିକେଟ ପାଇଁ ମହମ୍ମଦ ରିଜୱାନ ଓ ସୌଦ ସକୀଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ୧୫୮ରେ ପହଞ୍ଚାଇ ଦେଇଥିଲେ।

ଏତିକି ବେଳେ ସକୀଲ ୬୮ ରନ କରି ଆର୍ଯ୍ୟନ ଦତ୍ତଙ୍କ ବଲରେ ଆଉଟ ହୋଇଥିଲେ। ରିଜୱାନ ମଧ୍ୟ ସମାନ ୬୮ ରନ କରି ବାସ ଡେ ଲିଡେଙ୍କ ବଲରେ ପ୍ୟାଭିଲିୟନ ହୋଇଥିଲେ। ଇଫତକାର ଅହମଦ(୯)ଙ୍କୁ ଆଉଟ କରି ଲିଡେ ପାକିସ୍ତାନକୁ ୬ଷ୍ଠ ଝଟକା ଦେଇଥିଲେ। ୧୮୮ ରନରେ ଦଳ ୬ ଜଣ ବ୍ୟାଟରଙ୍କୁ ହରାଇଥିଲା।

Advertisment

ତେବେ ଦଳର ଦୁଇ ସ୍ପିନିଂ ଅଲରାଉଣ୍ଡର ଶଦାବ ଖାନ ଓ ମହମ୍ମଦ ନୱାଜ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଦଳୀୟ ସ୍କୋରକୁ ୧୮୮ରୁ ନେଇ ୨୫୨ରେ ପହଞ୍ଚାଇ ଦେଇଥିଲେ। ଲିଡେ ବେଶ ଚମତ୍କାର ଢଙ୍ଗରେ ୩୨ ରନ କରିଥିବା ଶଦାବ ଖାନଙ୍କୁ ବୋଲ୍ଡ କରି ଏହି ଯୋଡ଼ିକୁ ଭାଙ୍ଗି ଥିଲେ। ପରବର୍ତ୍ତୀ ବଲରେ ହାସଲ ଅଲୀଙ୍କୁ ମଧ୍ୟ ସେ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ନୱାଜ ୩୯ ରନ କରିଥିବେ ବେଳେ ଦୁଇ ରନ ନେବା ଲୋଭରେ ରନ ଆଉଟ ହୋଇ ଯାଇଥିଲେ। ଶେଷ ଭାଗରେ ହାରିଶ ରୌଫ ୧୬ ଓ ଶାହୀନ ଶାହ ଆଫ୍ରିଦି ଅପରାଜିତ ୧୩ ରନ କରିବାରୁ ପାକିସ୍ତାନ ୨୮୬ ରନ କରିବାକୁ ସକ୍ଷମ ହୋଇଥିଲେ।

୪୯ତମ ଓଭରର ଶେଷ ବଲରେ କଲିନ ଆକ୍ରେମାନ ୧୬ ରନ କରିଥିବା ରୌଫଙ୍କୁ ଷ୍ଟମ୍ପିଂ କରାଇ ପାକିସ୍ତାନ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଏବେ ନେଦରଲ୍ୟାଣ୍ଡସକୁ ଜିତିବା ପାଇଁ ୨୮୭ ରନର ଟାର୍ଗେଟ ମିଳିଛି।

ଦଳ ପକ୍ଷରୁ ଲିଡେ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଆର୍ଯ୍ୟନ ଓ ଲୋଗାନ ଭାନ ବେକଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି। ସେହିପରି ଆକ୍ରେମାନ ୨ଟି ୱିକେଟ ପାଇଛନ୍ତି।

Pakistan ICC ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe