ଘାଣ୍ଟିଲେ ଭାରତୀୟ ବୋଲର, ୧୯୧ ରନରେ ପାକିସ୍ତାନ ସଫା

ଭାରତକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇତିହାସ ରଚିବାକୁ ୧୯୨ ରନର ଟାର୍ଗେଟ ମିଳିଛି।

Kuldeep

ବାମରୁ ବୁମ୍ରା ଓ କୁଲଦୀପ

Hemant Lenka
  • Published: Saturday, 14 October 2023
  • Updated: 14 October 2023, 05:38 PM IST

Sports

Latest News

ଯଶପ୍ରୀତ ବୁମ୍ରାଙ୍କ ଇନ ସୁଇଂ। ଚାଇନା ମ୍ୟାନ କୁଲଦୀପ ଯାଦବଙ୍କ ଗୁଗୁଲି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲେନ୍ଥ ବଲ ଓ ମହମ୍ମଦ ସିରାଜଙ୍କ ଫାଷ୍ଟରକୁ ବୁଝିବାକୁ ସକ୍ଷମ ହୋଇପାରିନି ପାକିସ୍ତାନ। ଠିକଠାକ ଆରମ୍ଭ ସତ୍ତ୍ୱେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମାଟି କାମୁଡ଼ିଛନ୍ତି ପାକିସ୍ତାନ ବ୍ୟାଟର।

ଏକଦା ୧୫୫ ରନରେ ଦୁଇଟି ୱିକେଟ ହରାଇଥିବା ବାବର ଆଜମଙ୍କ ପାକିସ୍ତାନ ୨୦୦ ରନ ବି କରିବାକୁ ସକ୍ଷମ ହୋଇନି। ୨୦୦ ରନ ତ ଦୂରର କଥା ପାକିସ୍ତାନର ୧୧ ଜଣ ବ୍ୟାଟର ମିଳିତ ଭାବେ ପୂରା ୫୦ ଓଭର ମଧ୍ୟ ଖେଳିବାକୁ ସକ୍ଷମ ହୋଇ ନାହାନ୍ତି। ଦଳର ଅଧିନାୟକ ବାବର ଆଜମ ଓ ଅଭିଜ୍ଞ ମହମ୍ମଦ ରିଜୱାନଙ୍କୁ ଛାଡ଼ି ଦେଲେ ଆଉ କେହି ବି ଭାରତୀୟ ବୋଲରଙ୍କୁ ସାମ୍ନା କରିବାକୁ ସକ୍ଷମ ହୋଇ ନାହାନ୍ତି।

Also Read

ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଯେଉଁ ଉତ୍ସାହ ଦେଖାଯାଇଥିଲା, ତା’କୁ ପାକିସ୍ତାନ ବ୍ୟାଟର ପୂରା ପାଣିଚିଆ କରି ଦେଇଛନ୍ତି। ପାକିସ୍ତାନ ୪୨.୪ ଓଭର୍‌ରେ ମାତ୍ର ୧୯୧ ରନ କରପାରିଛି। ତେଣୁ ଭାରତକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇତିହାସ ରଚିବାକୁ ୧୯୨ ରନର ଟାର୍ଗେଟ ମିଳିଛି।

୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କ ଉପସ୍ଥିତିରେ ଖେଳା ଯାଉଥିବା ଭାରତ-ପାକିସ୍ତାନ ମୁକାବିଲାରେ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଭୁଲ ପ୍ରମାଣିତ କରିବା ପାଇଁ ପାକିସ୍ତାନର ଦୁଇ ଓପନର ଇମାମ ଉଲ ହକ ଓ ଅବଦୁଲା ଶଫିକ ଉଦ୍ୟମ କରିଥିଲେ। କିନ୍ତୁ ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ ୨୦ ରନ କରିଥିବା ଇନଫର୍ମ ଶଫିକଙ୍କୁ ଆଉଟ କରି ଦେଇଥିଲେ। ଏହାପରେ ବାବର ଆଜମ ଓ ଇମାମ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଲୟକୁ ଫେରୁଥିବା ଇମାମଙ୍କୁ ୧୩ତମ ଓଭର୍‌ରେ ଆଉଟ କରି ଦେଇଥିଲେ। ଇମାମ ୩୮ ବଲରେ ୩୬ ରନ କରିଥିଲେ।

୭୩ ରନରେ ଦୁଇ ୱିକେଟ ହରାଇଥିବା ପାକିସ୍ତାନ ପାଇଁ ଏତିକି ବେଳେ ବାବର ଓ ବ୍ୟାଟିଂ ଲାଇନ ଅପର ମେରୁଦଣ୍ଡ କୁହାଯାଉଥିବା ଇନଫର୍ମ ମହମ୍ମଦ ରିଜୱାନ ମଙ୍ଗ ସମ୍ଭାଳିଥିଲା। କିନ୍ତୁ ରିଜୱାନ ଆଉଟ ହେଉ ହେଉ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେ ବ୍ୟାଟିଂ କରିବାକୁ ଆସିବା ଥିବେ ବେଳେ ରବୀନ୍ଦ୍ର ଜାଡେଜା ବେଶ ଚମତ୍କାର ଢଙ୍ଗରେ ବୋଲିଂ କରି ତାଙ୍କୁ ଚକମା ଦେଇଥିଲେ। ବଲ ତାଙ୍କ ପ୍ୟାଡରେ ମାଡ଼ ହେବାରୁ ଭାରତୀୟ ଖେଳାଳି ବେଶ ଉତ୍ସାହିତ ହେବା ସହ ଅପିଲ କରିଥିଲେ।

ଅମ୍ପାୟାର ମଧ୍ୟ ଆଉଟ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ରିଜୱାନ ଏହାକୁ ଚ୍ୟାଲେଞ୍ଜ କରି ରିଭ୍ୟୁ ନେଇଥିଲେ। ରିଭ୍ୟୁରୁ ସ୍ପଷ୍ଟ ହୋଇଥିଲା ଯେ ବଲ୍‌ ଲେଗଷ୍ଟମ୍ପ ଅତି କମ ଦୂରତାରେ ମିସ୍‌ କରୁଛି। ଫଳରେ ତୃତୀୟ ଅମ୍ପାୟାର ଏହାକୁ ନଟ ଆଉଟ ଘୋଷଣା କରିଥିଲେ। ଏହାପରେ ସେ ବାବରଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ବାବର ୫୦ ରନ କରିବା ପରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୫୫ ରନ ଯାଏ ୨ ୱିକେଟ ହରାଇଥିବା ପାକିସ୍ତାନ ଆଉ ୧୨ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

ପ୍ରଥମେ ୫୦ ରନ କରିଥିବା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ ଦ୍ରୁତ ବୋଲର ମହମ୍ମଦ ସିରାଜ। ସେ ସମାନ ୫୦ ରନ କରି ସିରାଜଙ୍କ ବଲରେ ଆଉଟ ହୋଇଛନ୍ତି। ଏଥିସହ ପାକିସ୍ତାନକୁ ୧୫୫ ରନରେ ତୃତୀୟ ଝଟକା ଲାଗିଥିଲା।

ଏହାପରେ କୁଲଦୀପ ଯାଦବ ଗୋଟିଏ ଓଭର୍‌ରେ ପାକିସ୍ତାନକୁ ଡବଲ ଝଟକା ଦେଇଥିଲେ। ସେ ଯୁବ ତାରକା ସୌଦ ସକୀଲ(୬)ଙ୍କୁ ଆଉଟ କରିଥିଲେ। ଓଭର୍‌ର ଶେଷ ବଲରେ ଇଫତକାର ଅହମଦ(୪) କ୍ଲିନ ବୋଲ୍ଡ ହୋଇ ଯାଇଥିଲେ।

ଭାରତର ଦବଦବା ଏତିକିରେ ବନ୍ଦ ହୋଇ ନଥିଲା। ଇନଫର୍ମ ମହମ୍ମଦ ରିଜୱାନ କ୍ରିଜ୍‌ରେ ଥିବାରୁ ପାକିସ୍ତାନର ଭରସା ତାଙ୍କ ଉପରେ ଥିଲେ। ସେ ମଧ୍ୟ ୪୯ ରନ କରି ବ୍ୟାଟିଂ କରୁଥିଲେ। କିନ୍ତୁ ରୋହିତ ଶର୍ମା ଏତିକି ବେଳେ ବୁମ୍ରାଙ୍କୁ ଆଣିଥିଲେ।

ସେ ଦମଦାର ଇନ ସୁଇଂ ମାଧ୍ୟମରେ ରିଜୱାନଙ୍କୁ ବୋଲ୍ଡ କରି ଭାରତୀୟ କ୍ୟାମ୍ପରେ ଖୁସି ଭରି ଦେଇଥିଲେ। ରିଜୱାନ ୪୯ ରନ କରି ଆଉଟ ହୋଇ ଯାଇଛନ୍ତି। ବୁମ୍ରା ପରବର୍ତ୍ତୀ ଓଭର୍‌ରେ ୨ ରନ କରିଥିବା ଶଦାବ ଖାନଙ୍କୁ ମଧ୍ୟ ବୋଲ୍ଡ କରି ପାକିସ୍ତାନକୁ ୭ମ ଝଟକା ଦେଇଥିଲେ।

ଏହାପରେ ବାକି କାମ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ସାରି ଦେଇଥିଲେ। ପାଣ୍ଡ୍ୟା ପ୍ରଥମେ ୪ ରନ କରିଥିବା ନୱାଜଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଶେଷ ଦୁଇ ୱିକେଟ ଜାଡେଜାଙ୍କ ଖାତାକୁ ଯାଇଥିଲା। ସେ ହାସନ ଅଲୀ(୧୨) ଓ ହାରସ ରୌଫ(୨)ଙ୍କ ୱିକେଟ ନେଇ ପାକିସ୍ତାନ ଇନିଂସରେ ପୂର୍ବଚ୍ଛେଦ ଟାଣିଥିଲା।

ଭାରତ ପାଇଁ ସିରାଜ, ବୁମ୍ରା, କୁଲଦୀପ, ଜାଡେଜା ଓ ପାଣ୍ଡ୍ୟା ଦୁଇଟି ଲେଖାଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story