Advertisment

ବିଶ୍ୱକପ ପାଇଁ ପାକିସ୍ତାନ ଓ ଆଫଗାନିସ୍ତାନକୁ ଜାରି ହେଲା ଭାରତର ଭିସା

ଆସନ୍ତାକାଲି ପାକିସ୍ତାନ ଟିମର ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କୁ ଏହି ଭିସା ପ୍ରଦାନ କରାଯିବ।

author-image
Hemant Lenka
Pakistan

Pakistan

ଭାରତରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନ ଓ ଆଫଗାନିସ୍ତାନକୁ ଆଜି ଭିସା ଜାରି କରାଯାଇଛି। ଏହି ଭିସା ବଳରେ ଦୁଇ ଦଳର ଖେଳାଳି ଭାରତ ଗସ୍ତରେ ଆସିପାରିବେ।

Advertisment

ଆଜି ଭାରତ ସରକାରଙ୍କ ପକ୍ଷରୁ ଭିସା ଜାରି କରାଯାଇଥିଲେ ହେଁ ପାକିସ୍ତାନ ଖେଳାଳିଙ୍କ ପାଖରେ ଏହା ପହଞ୍ଚି ନାହିଁ। ଆସନ୍ତାକାଲି ପାକିସ୍ତାନ ଟିମର ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କୁ ଏହି ଭିସା ପ୍ରଦାନ କରାଯିବ। ଏହାପରେ ସେମାନେ ଦୁବାଇ ଦେଇ ୨୭ ତାରିଖରେ ସିଧା ହାଇଦ୍ରାବାଦରେ ପହଞ୍ଚିବେ। ୨୯ ତାରିଖରେ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ହାଇଦ୍ରାବାଦରେ ଖେଳିବ।

ସେପ୍ଟେମ୍ବର ୧୯ରେ ତାରିଖରେ ପାକିସ୍ତାନ ପକ୍ଷରୁ ଭାରତର ଭିସା ପାଇଁ ଆବେଦନ କରାଯାଇଥିଲା। ଭିସା ଇସ୍ୟୁ କରିବା ପାଇଁ ୫ ଦିନ ସମୟ ଲାଗେ। ତେଣୁ ଭାରତ ସରକାର ଉକ୍ତ ଆବେଦନ ଆଧାରରେ ଆଜି ଭିସା ଜାରି କରିଛନ୍ତି।

Advertisment

ତେବେ ଭାରତ ସରକାର ଭିସା ଦେବାରେ ବିଳମ୍ବ କରୁଥିବା ପାକିସ୍ତାନ କ୍ରିକେଟ ବୋର୍ଡ ଅଭିଯୋଗ କରିଥିଲା। ଏପରି କି ଭିସା ଜାରି କରିବାରେ ବିଳମ୍ବ ହେବାରୁ ପାକିସ୍ତାନ ଟିମ ଦୁଇବାରେ କରିବାକୁ ଥିବା ଦୁଇ ଦିନିଆ ଅଭ୍ୟାସକୁ ମଧ୍ୟ ବାତିଲ କରିଥିବା କହିଥିଲା। ଏନେଇ ପିସିବି ଆଇସିସିକୁ ମଧ୍ୟ ଜଣାଇଥିଲା।

ଏସବୁ ଭିତରେ ଆଜି ଭାରତ ଗସ୍ତ ପାଇଁ ପାକିସ୍ତାନ ସହ ଆଫଗାନିସ୍ତାନକୁ ମଧ୍ୟ ଭିସା ଜାରି କରାଯାଇଛି।

ଅକ୍ଟୋବର ୫ରୁ ବିଶ୍ୱକପ ଆରମ୍ଭ ହେବ। ଏହାପୂର୍ବରୁ ସବୁ ଦଳ ଦୁଇଟି ଲେଖାଏ ଅଭ୍ୟାସ ମ୍ୟାଚ ଖେଳିବେ। ଏହିକ୍ରମରେ ପାକିସ୍ତାନ ସେପ୍ଟେମ୍ବର ୨୯ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଓ ଅକ୍ଟୋବର ୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବ। ସେହିପରି ଦଳ ତା’ର ବିଶ୍ୱକପ ଅଭିଯାନ ଅକ୍ଟୋବର ୬ରୁ ନେଦରଲ୍ୟାଣ୍ଡ୍ସ ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ କରିବ।

୨୦୧୬ରେ ପାକିସ୍ତାନ ଟି-୨୦ ବିଶ୍ୱକପ ଖେଳିବାକୁ ଭାରତ ଆସିଥିଲା। ଏବେ ପୁଣି ଦିନିକିଆ ବିଶ୍ୱକପ ଖେଳିବାକୁ ପାକିସ୍ତାନ ଚୀରପ୍ରତିଦ୍ୱନ୍ଦ୍ୱୀ ଭାରତକୁ ଆସିବ। ପାକିସ୍ତାନ ଖେଳାଳି ଓ ଅଫିସିଆଲଙ୍କୁ ମିଶାଇ ମୋଟ ୩୩ ଜଣ ଭାରତ ଗସ୍ତରେ ଆସିବେ।

Pakistan Cricket ICC Men’s Cricket World Cup 2023 ICC World Cup 2023