Advertisment

ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ଦଳ ଘୋଷଣା କଲା ପାକ୍‌, କ’ଣ ଇତିହାସ ବଦଳିବ

ଦୁବାଇ: ଆସନ୍ତାକାଲି ଟି-୨୦ ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଖେଳାଯିବ। ଗୋଟିଏ ପଟେ ଭାରତ ଥିବା ବେଳେ ଅନ୍ୟପଟେ ରହିଛି ପାକିସ୍ତାନ। ରବିବାର ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଆଜି ଯାଏ କୌଣସି ବି ବିଶ୍ୱକପରେ ଭାରତ ଠାରୁ ଜିତି ନଥିବା ପାକିସ୍ତାନ ଏଥର ନିଜ ଭାଗ୍ୟ ବଦଳାଇବା ଲକ୍ଷ୍ୟ ନେଇ ୟୁଏଇକୁ ଆସିଛି। ଦୁବାଇ ଅନ୍ତର୍ଜାତୀୟ ପଡ଼ିଆରେ କାଲିର ମ୍ୟାଚ୍‌କୁ ନେଇ ଆଜିଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଭାରତ ବିପକ୍ଷ ମ୍ୟାଚ୍‌ର ଗୋଟିଏ […]

ଅଦ୍ୟତନ ହୋଇଛି
ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ଦଳ ଘୋଷଣା କଲା ପାକ୍‌, କ’ଣ ଇତିହାସ ବଦଳିବ

Pakistan

Advertisment

ଦୁବାଇ: ଆସନ୍ତାକାଲି ଟି-୨୦ ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଖେଳାଯିବ। ଗୋଟିଏ ପଟେ ଭାରତ ଥିବା ବେଳେ ଅନ୍ୟପଟେ ରହିଛି ପାକିସ୍ତାନ। ରବିବାର ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଆଜି ଯାଏ କୌଣସି ବି ବିଶ୍ୱକପରେ ଭାରତ ଠାରୁ ଜିତି ନଥିବା ପାକିସ୍ତାନ ଏଥର ନିଜ ଭାଗ୍ୟ ବଦଳାଇବା ଲକ୍ଷ୍ୟ ନେଇ ୟୁଏଇକୁ ଆସିଛି। ଦୁବାଇ ଅନ୍ତର୍ଜାତୀୟ ପଡ଼ିଆରେ କାଲିର ମ୍ୟାଚ୍‌କୁ ନେଇ ଆଜିଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

Advertisment

ଭାରତ ବିପକ୍ଷ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ମଧ୍ୟ ଆଜି ୧୨ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ବାବାର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଟିମ୍‌ରେ ମହମ୍ମଦ ରିଜୱାନ ୱିକେଟ କିପିଂ ଦାୟିତ୍ୱ ତୁଲାଇବେ। ଏହାର ଅର୍ଥ ପୂର୍ବତନ ଅଧିନାୟକ ସଫରାଜ ଅହମ୍ମଦ ଭାରତ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। କିନ୍ତୁ ଅଭିଜ୍ଞ ସୋଏବ ମାଲିକ ଓ ମହମ୍ମଦ ହଫିଜ ୧୨ ଜଣିଆ ସ୍କ୍ୱାଡରେ ରହିଛନ୍ତି।

ଟପ ଫର୍ମରେ ଥିବା ଫକର ଜମାନଙ୍କୁ ମଧ୍ୟ ସ୍ଥାନ ମିଳିଛି। ଦଳରେ ଶାହୀନ ଆଫ୍ରିଦି, ହାସନ ଅଲୀ ଓ ଶାଦାବ ଖାନଙ୍କ ଭଳି ଖେଳାଳି ରହିଛନ୍ତି। ଏମାନଙ୍କ ବ୍ୟତୀତ ଅସିଫ ଅଲୀ, ଇମାଦ ୱାସିମ, ହରିସ ରୌଫ ଓ ହାଇଦର ଅଲୀଙ୍କୁ ପାକିସ୍ତାନର ୧୨ ଜଣିଆ ସ୍କ୍ୱାଡରେ ରହିଛନ୍ତି। ଏହି ୧୨ ଜଣଙ୍କ ମଧ୍ୟରୁ ଭାରତ ବିପକ୍ଷ ମ୍ୟାଚ୍‌ରେ ୧୧ ଜଣ ମୈଦାନକୁ ଓହ୍ଲଇବେ।

Advertisment

ମ୍ୟାଚ୍ ପୂର୍ବରୁ ବାବର ଆଜମ କହିଛନ୍ତି, “ସରଫରାଜ ସ୍ପିନକୁ ଭଲ ଖେଳନ୍ତି ଓ ଭାରତ ବିପକ୍ଷରେ ମ୍ୟାଚ୍‌ର ଖେଳିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। କିନ୍ତୁ ଆମକୁ ବେଷ୍ଟ ଏକାଦଶ ଚୟନ କରିବାର ଥିଲା। ସୋଏବ ମାଲିକ ମଧ୍ୟ ସ୍ପିନକୁ ଭଲ ଖେଳନ୍ତି। ସବୁ କଥାକୁ ବିଚାରକୁ ନେଇ ଆମେ ୧୨ ଜଣିଆ ସ୍କ୍ୱାଡ ଘୋଷଣା କରିଛୁ।”


୨୦୧୭ରେ ସଫରାଜଙ୍କ କ୍ୟାପ୍ଟେନଶିପରେ ପାକିସ୍ତାନ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତକୁ ପରାସ୍ତ କରିଥିଲା। ଏହାକୁ ନେଇ ସଫରାଜଙ୍କୁ ବେଶ ପ୍ରଶଂସା କରାଯାଇଥିଲା। ହେଲେ ଏହି ୪ ବର୍ଷ ମଧ୍ୟରେ ସବୁ କିଛି ବଦଳି ଯାଇଛି। କିନ୍ତୁ ବିଶ୍ୱକପରେ ଭାରତକୁ ପାକିସ୍ତାନ କେବେ ହେଲେ ପରାସ୍ତ କରିପାରିନି।

ଭାରତ ଶେଷଥର ଲାଗି ୨୦୧୯ ଦିନିକିଆ ବିଶ୍ୱକପରେ ପାକିସ୍ତାନକୁ ଭେଟିଥିଲା। ଏଥିରେ ଟିମ୍ ଇଣ୍ଡିଆ ୮୯ ରନରେ ବିଜୟୀ ହୋଇଥିଲା। ଦୁଇ ବର୍ଷ ପୁଣିଥରେ ଭାରତ ଓ ପାକ୍ ହେବାକୁ ଯାଉଥିବାରୁ ଫ୍ୟାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଦିନିକିଆ ହେଉ କି ଟି-୨୦, ପ୍ରତି ବିଶ୍ୱକପରେ ଭାରତର ରେକର୍ଡ ପାକିସ୍ତାନ ବିପକ୍ଷରେ ଶତପ୍ରତିଶତ ରହିଛି।

ଦିନିକିଆ ଓ ଟି-୨୦ ବିଶ୍ୱକପରେ ଭାରତ ୧୨ଥର ପାକିସ୍ତାନକୁ ଧୂଳି ଚଟାଇଛି। ଅନ୍ୟପକ୍ଷରେ ପାକିସ୍ତାନ ଗୋଟିଏ ବି ମ୍ୟାଚ୍ ଜିତିପାରିନାହିଁ। ଭାରତ ତା’ର ଚିରପ୍ରତିଦ୍ୱନ୍ଦ୍ୱୀକୁ ଦିନିକିଆ ବିଶ୍ୱକପରେ ୭ଥର ଓ ଟି-୨୦ ବିଶ୍ୱକପରେ ୫ଥର ହରାଇଛି। ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ଶେଷଥର ଲାଗି ୨୦୧୬ରେ ପରସ୍ପରକୁ ଭେଟିଥିଲେ। ସେହି ମ୍ୟାଚରେ ଭାରତ ୬ ୱିକେଟରେ ପାକିସ୍ତାନକୁ ହରାଇଥିଲା। ଏବେ ବାବର ଆଜମ ଆଣ୍ଡ କୋ ନିଜର ଭାଗ୍ୟବଦଳାଇବାକୁ ଚେଷ୍ଟା କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe