ବାବର ଆଜମ
ଦୀର୍ଘ ସମୟ ଧରି ପାକିସ୍ତାନ ଟି-୨୦ ସ୍କ୍ୱାଡରୁ ବାହାରେ ରହିଥିବା ଅଭିଜ୍ଞ ଖେଳାଳି ବାବର ଆଜମଙ୍କ ଉପରେ ଭରସା ଦେଖାଇଛି ପିସିବି। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ଟିକିଆ ଘରୋଇ ଟି-୨୦ ସିରିଜ ପାଇଁ ତାଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି। ପ୍ରାୟ ବର୍ଷେ ହେଲା ପାକିସ୍ତାନର ଟି-୨୦ ସେଟଅପରୁ ବାହାରେ ଥିଲେ ବାବର।
ଏପରି କି ସେ ଏସିଆ କପରେ ମଧ୍ୟ ନଜର ଆସି ନଥିଲେ। କିନ୍ତୁ ଏବେ ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କୁ ପୁଣି ଟି-୨୦ ସ୍କ୍ୱାଡରେ ସାମିଲ କରିଛି। ସେ ପ୍ରଥମେ ଦକ୍ଷିଣ ଆଫ୍ରିକା ପରେ ଶ୍ରୀଲଙ୍କା-ଜିମ୍ବାୱେ- ପାକିସ୍ତାନକୁ ନେଇ ଖେଳାଯିବାକୁ ଥିବା ଟି-୨୦ ସିରିଜରେ ମଧ୍ୟ ନଜର ଆସିବେ।
ବାବର ୨୦୨୪ ଡିସେମ୍ବରରେ ଶେଷଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ନଜର ଆସିଥିଲେ। କିନ୍ତୁ ଦୁର୍ବଳ ଖରାପ ଷ୍ଟ୍ରାଇକ ରେଟ ଯୋଗୁ ତାଙ୍କୁ ଟି-୨୦ ସ୍କ୍ୱାଡରୁ ବାଦ ଦିଆଯାଇଥିଲା।
ବାବରଙ୍କ କମବ୍ୟାକ ହୋଇଥିଲେ ହେଁ ୱିକେଟ କପିର ମହମ୍ମଦ ରିଜୱାନଙ୍କ ଉପରେ ଭରସା ଦେଖାଇନି ପିସିବି। ତାଙ୍କୁ ପ୍ରଥମେ ଦିନିକିଆ ଅଧିନାୟକ ପଦରୁ ପିସିବି ବିଦା କରିଥିଲା। ଏବେ ଟି-୨୦ ସ୍କ୍ୱାଡରେ ମଧ୍ୟ ତାଙ୍କୁ ସାମିଲ କରିନାହିଁ। ଏସିଆ କପ ସ୍କ୍ୱାଡରେ ଥିବା ଫଖର ଜମାଣ, ମହମ୍ମଦ ହାରିଶ ଓ ଦ୍ରୁତ ବୋଲର ହାରିଶ ରୌଫଙ୍କୁ ଏବେ ବାଦ ଦିଆଯାଇଛି। ପାକିସ୍ତାନ ଏସିଆ କପରେ ରନର୍ସ ଅପ ହୋଇଥିଲା। କିନ୍ତୁ ଭାରତକୁ ସାମ୍ନା କରିଥିବା ସମସ୍ତ ୩ଟି ଯାକ ମ୍ୟାଚରେ ହାରିଥିଲା।
ଟି-୨୦ ସେଟଅପରେ ନଶୀମ ଶାହ, ବ୍ୟାଟର ଅବଦୁଲ ସାମଦ ଓ ୱିକେଟ କିପର ଉସମାନ ଖାନଙ୍କୁ ସାମିଲ କରାଯାଇଛି। ଏସିଆ କପରେ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ସଲମାନ ଅଲୀ ଆଘା ନିଜର କ୍ୟାପ୍ଟେନ୍ସି ପଦ ବଜାୟୀ ରଖିଛନ୍ତି।
ଦକ୍ଷିଣ ଆଫ୍ରିକା ବିପକ୍ଷ ୩ଟି ଟି-୨୦ ମ୍ୟାଚ୍ ପରେ ନଭେମ୍ବର ୪ରୁ ୮ ଯାଏ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍ ଖେଳିବ। ଦିନିକିଆ ସିରିଜ ପାକିସ୍ତାନର ନୂଆ ଅଧିନାୟକ ଶାହୀନ ଶାହ ଆଫ୍ରିଦିଙ୍କ ନେତୃତ୍ୱରେ ଖେଳିବ। ଦଳରେ ପୂର୍ବତନ ଅଧିନାୟକ ମହମ୍ମଦ ରିଜୱାନ ମଧ୍ୟ ରହିଛନ୍ତି।
ଟି-୨୦ ସ୍କ୍ୱାଡ: ସଲମାନ ଆଘା(ଅଧିନାୟକ) ଅବଦୁଲ ସାମଦ, ଅବ୍ରାର ଅହମଦ, ବାବର ଆଜମ, ଫହୀମ ଅଶର୍ଫ, ହାସନ ନୱାଜ, ମହମ୍ମଦ ନୱାଜ, ମହମ୍ମଦ ୱାସିମ, ସଲମାନ ମିର୍ଜା, ନଶୀମ ଶାହ, ସାହିବଜାଦା ଫରହାନ, ସୈମ ଆୟୁବ, ଶାହୀନ ଶାହ ଆଫ୍ରିଦି, ଉସମାନ ଖାନ ଓ ଉସମାନ ତାରିକ।
ଦିନିକିଆ ସ୍କ୍ୱାଡ: ଶାହୀନ ଶାହ ଆଫ୍ରିଦି(ଅଧିନାୟକ), ଅବ୍ରାର ଅହମଦ, ବାବର ଆଜମ, ଫହୀମ ଅଶର୍ଫ, ଫୈଜଲ ଆକ୍ରମ, ଫଖର ଜମାନ, ହାରିଶ ରୌଫ, ହାସେବୁଲ୍ଲା ଖାନ, ହାସନ ନୱାଜ, ହୁସେନ ତଲାତ, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ, ନଶୀମ ଶାହ, ସୈମ ଆୟୁବ ଓ ସଲମାନ ଆଘା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/23/babar-2025-10-23-15-39-20.jpg)