Advertisment

ଭାରତକୁ ଟକ୍କର ଦେବା ପାଇଁ ପାକିସ୍ତାନ ଘୋଷଣା କଲା ସ୍କ୍ୱାଡ୍

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ପାକିସ୍ତାନ ୧୫ ଜଣିଆ ସ୍କ୍ୱାଡର ଘୋଷଣା କରିଛି। ଏହି ୧୫ ଜଣିଆ ସ୍କ୍ୱାଡ୍ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ମଧ୍ୟ ଖେଳିବ। ଟିମକୁ ଆସିଫ୍ ଅଲୀ ଓ ଖୁଶଦିଲ୍ ଶାହ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଅଭିଜ୍ଞ ଖେଳାଳି ଶୋଏବ ମଲିକ୍ ଓ ସର୍ଫରାଜ ଅହମ୍ମଦଙ୍କୁ ସ୍କ୍ୱାଡରେ ସ୍ଥାନ ମିଳିନାହିଁ। ବାବର ଆଜର ଟିମର ନେତୃତ୍ୱ ନେବେ। ତାଙ୍କ ଡେପୁଟୀ ଭାବେ ଶଦାବ ଖାନ୍ ରହିଛନ୍ତି। ଅକ୍ଟୋବର ୨୪ […]

ଅଦ୍ୟତନ ହୋଇଛି
ଭାରତକୁ ଟକ୍କର ଦେବା ପାଇଁ ପାକିସ୍ତାନ ଘୋଷଣା କଲା ସ୍କ୍ୱାଡ୍

pakistan

Advertisment

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ପାକିସ୍ତାନ ୧୫ ଜଣିଆ ସ୍କ୍ୱାଡର ଘୋଷଣା କରିଛି। ଏହି ୧୫ ଜଣିଆ ସ୍କ୍ୱାଡ୍ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ମଧ୍ୟ ଖେଳିବ। ଟିମକୁ ଆସିଫ୍ ଅଲୀ ଓ ଖୁଶଦିଲ୍ ଶାହ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଅଭିଜ୍ଞ ଖେଳାଳି ଶୋଏବ ମଲିକ୍ ଓ ସର୍ଫରାଜ ଅହମ୍ମଦଙ୍କୁ ସ୍କ୍ୱାଡରେ ସ୍ଥାନ ମିଳିନାହିଁ। ବାବର ଆଜର ଟିମର ନେତୃତ୍ୱ ନେବେ। ତାଙ୍କ ଡେପୁଟୀ ଭାବେ ଶଦାବ ଖାନ୍ ରହିଛନ୍ତି।

Advertisment

ଅକ୍ଟୋବର ୨୪ ତାରିଖରେ ପାକିସ୍ତାନ ଟିମ୍ ଦୁବାଇରେ ଭାରତକୁ ଭେଟିବ। ଏଥିପାଇଁ ପାକିସ୍ତାନ ଏକ ମଜଭୁତ୍ ଟିମ୍‌ର ଘୋଷଣା କରିଛି। ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧୪ ଯାଏ ଲାହୋର ଓ ରାୱଲପିଣ୍ଡିରେ ୭ ଟି-୨୦ ମ୍ୟାଚ୍ ଖେଳିବ। ଏହି ସିରିଜ୍ ଜରିଆରେ ପାକିସ୍ତାନ ବିଶ୍ୱକପ୍ ପ୍ରସ୍ତୁତିକୁ ଆହୁରି ମଜଭୁତ୍ କରିବାକୁ ଲକ୍ଷ୍ୟ ରଖିଛି।

ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଆସିଫ୍ ଅଲୀ ଓ ଖୁଶଦିଲ୍ ଶାହଙ୍କୁ ସୁଯୋଗ ଦିଆଯାଇଛି। ଦୁହିଁଙ୍କୁ ମିଡଲ ଅର୍ଡରରେ ଖେଳିବା ପାଇଁ ସୁଯୋଗ ମିଳିପାରେ। ଆସିଫ୍ ନିଜର ଶେଷ ଟି-୨୦ ମ୍ୟାଚ୍ ଗତ ଏପ୍ରିଲରେ ଜିମ୍ବାୱେ ବିପକ୍ଷରେ ଖେଳିଥିଲେ। ସେ ପାକିସ୍ତାନ ପକ୍ଷରୁ ୨୯ ଟି-୨୦ ମ୍ୟାଚ୍ ଖେଳି ୧୪୭ ଷ୍ଟ୍ରାଇକରେଟରେ ରନ୍ କରିଛନ୍ତି। ସେହିପରି ଶାହ ତାଙ୍କର ଶେଷ ଟି-୨୦ ମ୍ୟାଚ୍ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଲାହୋରରେ ଖେଳିଥିଲେ। ସେ ପାକିସ୍ତାନ ପକ୍ଷରୁ ୯ ଟି-୨୦ ମ୍ୟାଚ୍ ଖେଳି ୧୩୪ ଷ୍ଟ୍ରାଇକରେଟରେ ରନ୍ କରିଛନ୍ତି।

Advertisment

https://twitter.com/ICC/status/1434773152660267008?s=20

ତେବେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଚୟନ ହୋଇଥିବା ୧୯ ଖେଳାଳିଙ୍କ ମଧ୍ୟରୁ ଅର୍ଶଦ ଇକବାଲ, ଫହୀମ ଅସରଫ, ଫକର ଜମାନ, ସର୍ଫରାଜ ଅହମ୍ମଦ, ଶର୍ଜୀଲ ଖାନ୍ ଓ ଉସମାନ୍ କାଦିରଙ୍କୁ ବାଦ୍ ଦିଆଯାଇଛି।

ପାକିସ୍ତାନ ସ୍କ୍ୱାଡ୍: ବାବର ଆଜମ୍ (କ୍ୟାପଟେନ୍), ଶଦାବ ଖାନ୍ (ଭାଇସ୍ କ୍ୟାପଟେନ୍), ଆସିଫ୍ ଅଲୀ, ଆଜମ ଖାନ୍ (ୱିକେଟ୍ କିପର), ହାରିସ୍ ରୌଫ୍, ହସନ୍ ଅଲୀ, ଇମାଦ ୱାସିମ୍, ଖୁଶଦିଲ୍ ଶାହ, ମହମ୍ମଦ ହଫିଜ୍, ମହମ୍ମଦ ହସନେନ୍, ମହମ୍ମନ ନୱାଜ, ମହମ୍ମଦ ରିଜୱାନ୍ (ୱିକେଟକିପର), ମହମ୍ମଦ ୱାସିମ୍ ଜୁନିୟର, ଶାହୀନ ଆଫ୍ରିଦି, ସୋହେବ ମକସୁଦ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe