ଡି’କକଙ୍କ ଚାଲ୍‌ ବୁଝିପାରିଲେନି ଫଖର ଜମାନ, ଦେଖନ୍ତୁ ଆଉଟ ହେବାର ଭିଡିଓ

ଜୋହାନ୍ସବର୍ଗ: ବିବାଦରେ ପାକିସ୍ତାନ କ୍ରିକେଟର ଫଖର ଜମାନଙ୍କ ରନ୍‌ ଆଉଟ୍‌। ସୋଶାଲ ମିଡିଆରେ ଫଖରଙ୍କ ଆଉଟ ହେବା ବେଳର ଭିଡିଓ ଭାଇରାଲ ହେବା ପରେ ଦକ୍ଷିଣ ଆଫ୍ରିକା କ୍ରିକେଟର କ୍ୱିଣ୍ଟନ ଡି’କକଙ୍କୁ କିଛି ଲୋକ ଅଙ୍ଗୁଳି ଉଠାଇବା ଆରମ୍ଭ କରିଛନ୍ତି। ଡି’କକ ଅଣ ଖେଳୁଆଡ଼ ମନୋଭାବ ଦେଖାଇ ୧୯୩ ରନ୍‌ କରିଥିବା ଫଖରଙ୍କୁ ଆଉଟ କରିଦେଇଛନ୍ତି ବୋଲି ସୋଶାଲ ମିଡିଆରେ ମତ ପ୍ରକାଶ ପାଇଛି। ସେହିପରି ଆଇସିସି ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମଧ୍ୟ ଅନେକ […]

Run-out

Run-out

Hemant Lenka
  • Published: Monday, 05 April 2021
  • Updated: 05 April 2021, 06:27 PM IST

Sports

Latest News

ଜୋହାନ୍ସବର୍ଗ: ବିବାଦରେ ପାକିସ୍ତାନ କ୍ରିକେଟର ଫଖର ଜମାନଙ୍କ ରନ୍‌ ଆଉଟ୍‌। ସୋଶାଲ ମିଡିଆରେ ଫଖରଙ୍କ ଆଉଟ ହେବା ବେଳର ଭିଡିଓ ଭାଇରାଲ ହେବା ପରେ ଦକ୍ଷିଣ ଆଫ୍ରିକା କ୍ରିକେଟର କ୍ୱିଣ୍ଟନ ଡି’କକଙ୍କୁ କିଛି ଲୋକ ଅଙ୍ଗୁଳି ଉଠାଇବା ଆରମ୍ଭ କରିଛନ୍ତି। ଡି’କକ ଅଣ ଖେଳୁଆଡ଼ ମନୋଭାବ ଦେଖାଇ ୧୯୩ ରନ୍‌ କରିଥିବା ଫଖରଙ୍କୁ ଆଉଟ କରିଦେଇଛନ୍ତି ବୋଲି ସୋଶାଲ ମିଡିଆରେ ମତ ପ୍ରକାଶ ପାଇଛି। ସେହିପରି ଆଇସିସି ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମଧ୍ୟ ଅନେକ ଦାବି କରିଛନ୍ତି।

ତେବେ ଆସନ୍ତୁ ଜାଣିବା କ’ଣ ଥିଲା ପୂରା ଘଟଣା। ରବିବାର ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳା ଯାଇଥିଲା। ଦକ୍ଷିଣ ଆଫ୍ରିକା ଦେଇଥିବା ୩୪୨ ରନ୍‌ର ଟାର୍ଗେଟ ପିଛା କରୁଥିବା ପାକିସ୍ତାନ ପକ୍ଷରୁ ଫଖର ଜମାନ ୧୯୩ ରନ୍‌ର ଇନିଂସ୍‌ ଖେଳିଥିଲେ। ସେ ଇନିଂସର ଶେଷ ଓଭରର ପ୍ରଥମ ବଲ୍‌ରେ ରନ୍‌ ଆଉଟ ହୋଇଥିଲେ। ଫଳରେ ପାକିସ୍ତାନ ୯ ୱିକେଟ ହରାଇ ୩୨୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

କିନ୍ତୁ ଶେଷ ଓଭର୍‌ରେ ଫଖର ଯେଉଁଭଳି ରନ ଆଉଟ ହେଲେ, ତା’କୁ ନେଇ ବିବାଦ ସୃଷ୍ଟି ହୋଇଛି। ଫକର ଲଙ୍ଗ୍ ଅଫକୁ ଶଟ୍ ମାରିଥିଲେ ଏବଂ ସେ ଦ୍ରୁତ ଗତିରେ ୧ ରନ୍ ପୂରଣ ପରେ ୨ ରନ୍‌ ପାଇଁ ଦୌଡ଼ିଥିଲେ। ସେ ଦୁଇ ରନ୍‌ ବେଶ ଆରାମରେ ନେଉଥିବା ଦେଖି ଡି’କକ ନିଜ ବୁଦ୍ଧି ଖଟାଇ ବାଉଣ୍ଡ୍ରୀରେ ବଲ୍‌ ଧରିଥିବା ଆଡେନ ମାର୍କମଙ୍କୁ ନନ୍‌ ଷ୍ଟ୍ରାଇକର ଏଣ୍ଡକୁ ଥ୍ରୋ' କରିବାକୁ କହିଥିଲେ। କିନ୍ତୁ ସେହିଠାରେ ଡି'କକ୍‌ଙ୍କ କହିବା ଓ ଇସାରାକୁ ବୁଝିପାରିନଥିଲେ ଫଖର୍। ଡି'କକ୍‌ ନନ୍ ଷ୍ଟ୍ରାଇକର୍ ଏଣ୍ଡକୁ ଥ୍ରୋ' କରିବାକୁ କହିଥିଲେ ହେଁ ତାଙ୍କର ଇସାରା ଷ୍ଟ୍ରାଇକର୍ ଏଣ୍ଡ ପାଇଁ ଥିଲା।

ଡି’କକଙ୍କ ଏଭଳି ଆଚରଣ ଦେଖି ଫଖର ନିଜ କ୍ରିଜ୍‌ ଅପେକ୍ଷା ନନ୍ ଷ୍ଟ୍ରାଇକର ଏଣ୍ଡକୁ ଦେଖିଥିଲେ। ଏହାରି ଭିତରେ ମାର୍କମ ସିଧା ବଲ୍‌ଟିକୁ ଷ୍ଟ୍ରାଇକର୍ ଏଣ୍ଡକୁ ଥ୍ରୋ କରି ଫଖରଙ୍କୁ ରନ୍ ଆଉଟ କରିଦେଇଥିଲେ। ଏହାର ଅର୍ଥ ଫଖର ରନ୍‌ ନେବା ବେଳେ ଡି’କକଙ୍କ ଚାଲକୁ ଆଦୌ ବୁଝି ନ ପାରି ୧୯୩ ରନ୍‌ରେ ପ୍ୟାଭିଲିୟନ ଫେରିଥିଲେ। ତେବେ ଫଖରଙ୍କୁ ଧ୍ୟାନଚ୍ୟୁତ କରିବାକୁ ଡି’କକ ଜାଣିଶୁଣି ଏପରି ନାଟକ କରିଥିବା ଅନେକେ ମତ ଦେଇଛନ୍ତି।

ସୋଶାଲ ମିଡିଆରେ ସମସ୍ତେ ଡି’କକଙ୍କୁ ଦୋଷ ଦେଉଥିଲେ ହେଁ ଫଖର କିନ୍ତୁ ଅଲଗା କଥା କହିଛନ୍ତି। ସେ କହିଛନ୍ତି, “ଘଟଣାରେ ସବୁ ଭୁଲ ମୋର। ମୁଁ ଅନ୍ୟ ଏଣ୍ଡରେ ଥିବା ହରିଶ ରୌଫଙ୍କ ଉପରେ ଅଧିକ ଫୋକସ କରି ଖାମ ଖିଆଲି ଆଚରଣ ପ୍ରଦର୍ଶନ କରିଥିଲି। ସେ ଟିକିଏ ବିଳମ୍ବରେ କ୍ରିଜ୍‌ ଛାଡ଼ିଥିବାରୁ ମୁଁ ଭାବିଥିଲି ଯେ ବୋଧେ ସେ ରନ୍‌ ଆଉଟ ହୋଇଯିବେ। ତେଣୁ ଡି’କକଙ୍କ କଥା ଶୁଣି ମୁଁ ପଛକୁ ଚାହିଁଥିଲି। ଏହି ସମୟରେ ହିଁ ବଲ୍‌ଟି ମୁଁ ଯାଉଥିବା ଏଣ୍ଡର ୱିକେଟରେ ବାଜିଥିଲା। ଏବେ ସବୁ କିଛି ମ୍ୟାଚ୍‌ ରେଫରୀଙ୍କ ଉପରେ ନିର୍ଭର କରେ। ମୋ ମତରେ ଡି’କକଙ୍କ କୌଣସି ଭୁଲ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story