Advertisment

ପାଲେଷ୍ଟାଇନକୁ ସମର୍ଥନ କରି ଦଣ୍ଡିତ ହେଲେ ପାକ୍‌ ଖେଳାଳି, କିନ୍ତୁ ପରେ ୟୁ-ଟର୍ଣ୍ଣ ନେଲା ପିସିବି

କରାଚି ହ୍ୱାଇଟ ପକ୍ଷରୁ ଆଜମ ଖାନ ଖେଳୁଥିବା ବେଳେ ଦଳର ମ୍ୟାଚ ଲାହୋର ବ୍ଲ୍ୟୁ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଆଜମ ଖାନ ତାଙ୍କ ବ୍ୟାଟରେ ପାଲେଷ୍ଟାଇନ ପତାକା ଲଗାଇ ବ୍ୟାଟିଂ କରିଥିଲେ।

author-image
Hemant Lenka
Pakistan

Pakistan

ପାକିସ୍ତାନ ବ୍ୟାଟର ଆଜମ ଖାନଙ୍କ ଉପରେ ଜୋରିମାନା ଲଗାଇ ପୁଣି ୟୁ-ଟର୍ଣ୍ଣ ନେଇଛି ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି। ଆଜମ ଖାନ ପାଲେଷ୍ଟାଇନ ସମର୍ଥନରେ ନିଜ ବ୍ୟାଟରେ ଉକ୍ତ ଦେଶର ପତାକା ଲଗାଇଥିଲେ। ପାଲେଷ୍ଟାଇନ ପତାକା ଥିବା ବ୍ୟାଟରେ ଖେଳିବାରୁ ତାଙ୍କୁ ଉପରେ ଫାଇନ ଲାଗିଥିଲା। କିନ୍ତୁ ଏହି ଜୋରିମାନାକୁ ପରବର୍ତ୍ତୀ ଅବସ୍ଥାରେ ପିସିବି ପ୍ରତ୍ୟାହାର କରି ନେଇଛି।

Advertisment

ପାକିସ୍ତାନର ଗୋଟିଏ ଘରୋଇ ମ୍ୟାଚ୍‌ରେ ପୂରା ଘଟଣା ଘଟିଥିଲା। କରାଚି ହ୍ୱାଇଟ ପକ୍ଷରୁ ଆଜମ ଖାନ ଖେଳୁଥିବା ବେଳେ ଦଳର ମ୍ୟାଚ ଲାହୋର ବ୍ଲ୍ୟୁ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଆଜମ ଖାନ ତାଙ୍କ ବ୍ୟାଟରେ ପାଲେଷ୍ଟାଇନ ପତାକା ଲଗାଇ ବ୍ୟାଟିଂ କରିଥିଲେ।

ଏଥିପାଇଁ ତାଙ୍କ ମ୍ୟାଚ୍‌ ଫି’ରୁ ୫୦% ଫାଇନ ଆକାରରେ କାଟି ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ପିସିବି ଏହି ଘଟଣାର ସମୀକ୍ଷା କରିଥିଲା ଓ ମ୍ୟାଚ୍‌ ଅଫିସିଆଲ ଲଗାଇଥିବା ଫାଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।

Advertisment

ଗୋଟିଏ ବିବୃତିରେ ପିସିବି କହିଛି, “ଆଜମ ଖାନଙ୍କ ଉପରେ ମ୍ୟାଚ୍‌ ଅଫିସଆଲ ଲଗାଇଥିବା ୫୦% ଫାଇନ ନିଷ୍ପତ୍ତିର ସମୀକ୍ଷା କରାଯାଇଥିଲା। ଏହାପରେ ତାଙ୍କ ଉପରେ ଲାଗିଥିବା ଫାଇନ ନିଷ୍ପତ୍ତିକୁ ପିସିବି ପ୍ରତ୍ୟାହାର କରିଛି।”

ନିୟମ ଅନୁସାରେ କୌଣସି ଖେଳାଳି ସେମାନଙ୍କ କିଟ୍‌ରେ କିଛି ବି ବ୍ୟକ୍ତିଗତ ବାର୍ତ୍ତା ଉଲ୍ଲେଖ କରିପାରିବେ ନାହିଁ। ଆଇସିସି ଓ ପିସିବି ମଧ୍ୟ ଏହି ନିୟମରେ ବନ୍ଧା। କିନ୍ତୁ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନର ନିରୀହ ଲୋକମାନେ ପ୍ରାଣ ହରାଇବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜମ ଖାନ ପାଲେଷ୍ଟାଇନକୁ ସମର୍ଥନ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ପୂର୍ବ ଦୁଇଟି ମ୍ୟାଚ୍‌ରେ ମଧ୍ୟ ଆଜମ ଖାନ ପାଲେଷ୍ଟାଇନ ପତାକାକୁ ବ୍ୟାଟରେ ଲଗାଇଥିଲେ। କିନ୍ତୁ ଏନେଇ ତାଙ୍କୁ କୌଣସି ପ୍ରକାରର ଚେତାବନୀ ଦିଆଯାଇ ନଥିଲା। ରବିବାର ମ୍ୟାଚ୍‌ ପରେ ହିଁ ତାଙ୍କ ମ୍ୟାଚ୍‌କୁ ୫୦% କାଟି ଦିଆଯାଇଥିଲା।

Pakistan Cricket T20 Cricket