Advertisment

ଏସିଆ କପ୍: 7 ୱିକେଟରେ ବାଂଲାଦେଶକୁ ହରାଇଲା ପାକିସ୍ତାନ

ଚଳିତ ଏସିଆ କପ୍ ସୁପର୍-4 ରାଉଣ୍ଡର ପ୍ରଥମ ମ୍ୟାଚରେ ପାକିସ୍ତାନର ସହଜ ବିଜୟ। ବାଂଲାଦେଶଠୁ 7 ୱିକେଟରେ ଜିତିଲା।

author-image
Debibandita Barick
Pakistan Vs Bangladesh Highlights

Pakistan Vs Bangladesh Highlights

ଚଳିତ ଏସିଆ କପରେ ଜାରି ରହିଛି ଆୟୋଜକ ଟିମ୍ ପାକିସ୍ତାନର ବିଜୟ ଧାରା । ପ୍ରଥମ ମ୍ୟାଚରେ ନେପାଳ ବିପକ୍ଷରେ ସହଜ ବିଜୟ ହାସଲ କରିଥିବା ବେଳେ ବାଂଲାଦେଶକୁ ଅତି ସହଜରେ ମାତ୍ ଦେଇଛି। ଫଳରେ ସୁପର୍-4 ରାଉଣ୍ଡର ପ୍ରଥମ ମ୍ୟାଚକୁ ଜିତି ନେଇଛି ପାକିସ୍ତାନ। 

Advertisment

ଗଦ୍ଦାଫି ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ଦଳ ପକ୍ଷରୁ ମହମ୍ମଦ ନାମି ଓ ମେହଦି ହାସନ ପାଳି ଆରମ୍ଭ କରିଥିଲେ। ମାତ୍ର ଖାତା ଖୋଲି ପାରିନଥିଲେ ମେହଦି। ସେ ପାଭିଲିଅନ ଫେରିଯିବା ପରେ ସୁସ୍ଥତା ପରେ ଟିମକୁ ଫେରିଥିବା ଲିଟନ ଦାସ ମୈଦାନକୁ ଓହ୍ଲାଇଥିଲେ। ମାତ୍ର ସେ ବି ଭଲ ପ୍ରଦର୍ଶନ କରିପାରି ନଥିଲେ। ତଥାପି ନାମିଙ୍କ ସହ ମିଶି ଦଳୀୟ ସ୍କୋର୍ 31ରେ ପହଞ୍ଚାଇଥିଲେ।

ନାମି ବ୍ୟକ୍ତିଗତ 20 ଓ ଲିଟନ 16 କରି ଆଉଟ୍ ହୋଇ ଯାଇଥିଲେ। କ୍ୟାପ୍ଟେନ ଶାକିବ ଅଲ୍ ହାସନ ଓ ମୁଶଫିକର ରହିମ ଭଲ ପାଳି ଆରମ୍ଭ କରିଥିଲେ। ଉଭୟ ବ୍ୟକ୍ତିଗତ 53 ଓ 64 ରନ୍ କରି ଦଳୀୟ ସ୍କୋରକୁ ତିନି ଅଙ୍କରେ ପହଞ୍ଚାଇଥିଲେ। ଶାକିବ 147 ବେଳକୁ ଆଉଟ୍ ହୋଇଯାଇଥିଲେ। ମାତ୍ର 38.4 ଓଭରରେ 193 ରନ୍ କରି ଅଲଆଉଟ୍ ହୋଇଯାଇଥିଲା ବାଂଲାଦେଶ ଟିମ୍।  

Advertisment

194 ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇଥିଲେ ପାକିସ୍ତାନ ପ୍ଲେୟର୍। ଇମାମ-ଉଲ୍-ହକ୍ ଓ ମହମ୍ମଦ ରିଜୱାନ୍ ଅର୍ଦ୍ଧଶତକ କରି ଦଳକୁ ସହଜ ବିଜୟ ଭେଟି ଦେଇଛନ୍ତି। ଇମାମ ଓ ରିଜୱାନ୍ ବ୍ୟକ୍ତିଗତ 78 ଓ 63 କରିଥିବା ବେଳେ ଓପନର୍ ଫଖର ଜମାନ(20), ବାବର ଆଜାମ(17) ଏବଂ ଆଘା ସଲମାନ 12 ରନ୍ କରିଥିଲେ। ଦଳ 39.3 ଓଭରରେ ତିନୋଟି ୱିକେଟ୍ ହରାଇ 194 ଟାର୍ଗେଟ ପୂରଣ କରିଦେଇଥିଲେ।

ହାରିସ ରୌଫ 4, ନସିମ ଶାହ 3 ଏବଂ ଶାହିନ ଆଫ୍ରିଦ, ଫହିମ ଅଶରଫ, ଇଫତିଖର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ରୌଫ ପ୍ଲେୟର୍ ଅଫ୍ ଦ୍ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ରବିବାର ଭାରତ-ପାକିସ୍ତାନ ମୁକାବିଲା।

Cricket Sports News Asia Cup Pakistan Beat Bangladesh Pak Vs Ban