Advertisment

ଡଚ୍‌ ଟିମକୁ ୮୧ ରନରେ ହରାଇ ବିଶ୍ୱକପ ଅଭିଯାନ ଆରମ୍ଭ କଲା ପାକିସ୍ତାନ

ପାକିସ୍ତାନ ପାଇଁ ହାରିସ ରୌଫ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଶାହୀନ ଶାହ ଆଫ୍ରିଦି, ଇଫତକାର ଅହମଦ, ମହମ୍ମଦ ନୱାଜ ଓ ଶଦାବ ଖାନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ସେହିପରି ହାସନ ଅଲୀଙ୍କ ଖାତାକୁ ୨ଟି ୱିକେଟ ଯାଇଛି।

ଅଦ୍ୟତନ ହୋଇଛି
Match

Match

Advertisment

ଦୀର୍ଘ ୭ ବର୍ଷ ପରେ ଭାରତରେ କୌଣସି ମ୍ୟାଚ୍‌ ଖେଳୁଥିବା ପାକିସ୍ତାନ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଦିନିକିଆ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ବାବାର ଆଜମଙ୍କ ପାକିସ୍ତାନ ୮୧ ରନରେ ନେଦରଲ୍ୟାଣ୍ଡ୍ସକୁ ହରାଇ ଦେଇଛି।

Advertisment

ଏଥିସହ ବିଶ୍ୱକପ ଅଭିଯାନ ଦମଦାର ଇଙ୍ଗର ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୪୯ ଓଭରରେ ଅଲଆଉଟ ହେବା ସହ ୨୮୬ ରନ କରିଥିଲା। ଏହାର ଜବାବରେ ଡଚ୍‌ ଟିମ ୪୧ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୦୫ ରନ କରିବାକୁ ସକ୍ଷମ ହୋଇଛି।

ନେଦରଲ୍ୟାଣ୍ଡ୍ସ ମ୍ୟାଚ୍‌ ହାରି ଯାଇଥିଲେ ମଧ୍ୟ ଏକଦା ପାକିସ୍ତାନକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା। ଉଭୟ ବୋଲିଂ ଓ ବ୍ୟାଟିଂରେ ଦଳ ଠିକଠାକ ପ୍ରଦର୍ଶନ କରିଛି। ୨୮୬ ରନର ଟାର୍ଗେଟକୁ ପିଛା କରୁଥିବା ନେଦରଲ୍ୟାଣ୍ଡସ ୨୮ ରନରେ ପ୍ରଥମ ୱିକେଟ ହରାଇଥିଲା।

Advertisment

ମାକ୍ସ ଓ’ଡୋୱଡ ମାତ୍ର ୫ ରନ କରି ଆଉଟ ହୋଇଥିଲେ। ସେହିପରି କୋଲିନ ଆକ୍ରେମାନ ୧୭ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ଅନ୍ୟତମ ଓପନର ବିକ୍ରମଜିତ ସିଂହ ୫୨ ରନ କରିବା ସହ ଆଟାକିଂ ଖେଳ ଦେଖାଇଥିଲେ। ବୋଲିଂରେ କମାଲ କରିଥିବା ବାସ ଡେ ଲିଡେ ମଧ୍ୟ ବ୍ୟାଟିଂ ମଙ୍ଗ ସମ୍ଭାଳି ୬୭ ରନ କରିଥିଲେ।

କିନ୍ତୁ ଏହି ଦୁଇ ଜଣଙ୍କୁ ଛାଡ଼ି ଦେଲେ ଡଚ୍ ପାଇଁ ଆଉ କେହି ବି ସେମିତି ଆଖିଦୃଶିଆ ପ୍ରଦର୍ଶନ କରି ନାହାନ୍ତି। ଅବଶ୍ୟ ଶେଷ ଭାଗରେ ଲୋଗନ ଭାନ ବୀକ ଅପରାଜିତ ୨୮ ରନ କରିବାରୁ ନେଦରଲ୍ୟାଣ୍ଡ୍ସ ୨୦୦ ରନ ପାର କରିବାକୁ ସକ୍ଷମ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ତେଜା ନିଦାମାନୁରୁ ୫ ରନ, ଅଧିନାୟକ ସ୍କଟ ଏଡୱାର୍ଡସ ୦, ସାକିବ ଜୁଲଫିକର ୧୦ ରନ , ଅଭିଜ୍ଞ ରୋଲଅଫ ଭାନ ଡେର ମେରୱେ ୪ ରନ, ଆର୍ଯ୍ୟନ ଦତ୍ତ ୧ ରନ ଓ ଶେଷରେ ପଲ ଭାନ ମିକେରେନ ୭ ରନ କରିବାକୁ ସକ୍ଷମ ହୋଇଥିଲେ।

ପାକିସ୍ତାନ ପାଇଁ ହାରିସ ରୌଫ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଶାହୀନ ଶାହ ଆଫ୍ରିଦି, ଇଫତକାର ଅହମଦ, ମହମ୍ମଦ ନୱାଜ ଓ ଶଦାବ ଖାନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ସେହିପରି ହାସନ ଅଲୀଙ୍କ ଖାତାକୁ ୨ଟି ୱିକେଟ ଯାଇଛି।

ଏହାପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ। ତଥାପି ମହମ୍ମଦ ରିଜୱାନ ଓ ସୌଦ ସକୀଲଙ୍କ ୬୮ ରନ ଲେଖାଏ ଇନିଂସ ବଳରେ ୨୮୬ ରନ କରିବାକୁ ସକ୍ଷମ ହୋଇଥିଲା।

Cricket ICC ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe