ଭାରତ ପରେ ପାକିସ୍ତାନ ବି ପୋଛିନେଲା ସିରିଜ୍

ଢାକା: ଟିମ୍ ଇଣ୍ଡିଆର ଜବରଦସ୍ତ କ୍ଲିନ୍ ସୁଇପ୍ ପରେ ପାକିସ୍ତାନ ମଧ୍ୟ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜକୁ ଜିତି ନେଇଛି। ସୋମବାର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ପାକିସ୍ତାନ ୫ ୱିକେଟରେ ବାଂଲାଦେଶକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି। ଏହା ପୂର୍ବରୁ ପାକିସ୍ତାନ ପ୍ରଥମ ଟି-୨୦ ମ୍ୟାଚକୁ ୪ ୱିକେଟରେ ଓ ଦ୍ୱିତୀୟ ମୁକାବିଲାରେ ୮ ୱିକେଟରେ ବିଜୟୀ ହୋଇଥିଲା। ଆଜି ଖେଳାଯାଇଥିବା ଶେଷ ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି […]

pak-vs-ban

Ranjit Kumar Jena
  • Published: Monday, 22 November 2021
  • , Updated: 22 November 2021, 10:18 PM IST

ଢାକା: ଟିମ୍ ଇଣ୍ଡିଆର ଜବରଦସ୍ତ କ୍ଲିନ୍ ସୁଇପ୍ ପରେ ପାକିସ୍ତାନ ମଧ୍ୟ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜକୁ ଜିତି ନେଇଛି। ସୋମବାର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ପାକିସ୍ତାନ ୫ ୱିକେଟରେ ବାଂଲାଦେଶକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି। ଏହା ପୂର୍ବରୁ ପାକିସ୍ତାନ ପ୍ରଥମ ଟି-୨୦ ମ୍ୟାଚକୁ ୪ ୱିକେଟରେ ଓ ଦ୍ୱିତୀୟ ମୁକାବିଲାରେ ୮ ୱିକେଟରେ ବିଜୟୀ ହୋଇଥିଲା।

ଆଜି ଖେଳାଯାଇଥିବା ଶେଷ ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୪ ରନ୍ କରିଥିଲା। ଦଳପ କ୍ଷରୁ ମହମ୍ମଦ ନଇମ ସର୍ବାଧିକ ୪୭ (୫୦ ବଲ୍, ୨ ଚୌକା, ୨ ଛକା) ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାମିମ୍ ହୋସେନ୍ ୨୨, ଆଫିଫ୍ ହୋସେନ୍ ୨୦ ଓ କ୍ୟାପଟେନ୍ ମହମଦୁଲ୍ଲା ୧୩ ରନ୍ କରିଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ୱାସିମ୍ ୨ଟି, ଶାହନାୱାଜ ଓ ହାରିସ୍ ରୌଫ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୧୨୭ ରନର ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନକୁ ସଂଘର୍ଷ କରିବାକୁ ପଡ଼ିଥିଲା। ଦଳକୁ ଶେଷ ବଲରେ ୨ ରନ୍ ଆବଶ୍ୟକ ଥିବା ବେଳେ ମହମ୍ମଦ ନୱାଜ ଚୌକା ମାରି ପାକିସ୍ତାନକୁ ବିଜୟୀ କରାଇଥିଲେ। ପାକିସ୍ତାନ ପକ୍ଷରୁ ହାଇଦର ଅଲୀ ସର୍ବାଧିକ ୪୫ (୩୮ ବଲ୍, ୩ ଚୌକା, ୨ ଛକା) ରନ୍, ମହମ୍ମଦ ରିଜୱାନ୍ ୪୦ (୪୩ ବଲ୍, ୨ ଚୌକା, ୧ଛକା), କ୍ୟାପଟେନ୍ ବାବର ଆଜମ ୧୯, ସର୍ଫରାଜ ଅହମ୍ମଦ ୬, ଇଫତିକାର ଅହମ୍ମଦ ୬ ଓ ନୱାଜ ଅପରାଜିତ ୪ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ମହମଦୁଲ୍ଲା ୩ଟି ୱିକେଟ୍ ନେଇଥିଲେ। ହାଇଦର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

Related story