Advertisment

ଶେଷରେ ବିଜୟ ସ୍ୱାଦ ପାଇଲା ପାକିସ୍ତାନ, ସ୍ପିନର ନେଲେ ଇଂଲଣ୍ଡର ୨୦ ୱିକେଟ

ଶାନ ମସୁଦ ପାକିସ୍ତାନ ଟିମର ଟେଷ୍ଟ କ୍ୟାପ୍କେନ ହେବା ପରେ ଦଳ ପ୍ରଥମଥର ପାଇଁ କୌଣସି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନ ସ୍ପିନରମାନେ ଦୁଇ ଇନିଂସର ଇଂଲଣ୍ଡର ୨୦ଟି ଯାକ ୱିକେଟ ନେଇ ନୂଆ ରେକର୍ଡ କରିଛନ୍ତି।

Test

Test

Advertisment

ଟେଷ୍ଟରେ କ୍ରମାଗତ ହାରି ଚାଲିଥିବା ପାକିସ୍ତାନ ନବକଳେବର ପରେ ବିଜୟ ସ୍ୱାଦ ଚାଖିଛି। ମୁଲତନାରେ ଇଂଲଣ୍ଡ ଠାରୁ ପ୍ରତିଶୋଧ ନେବାକୁ ସକ୍ଷମ ହୋଇଛି ଦଳ। ଦ୍ୱିତୀୟ ଟେଷ୍ଟରେ ଘରୋଇ ଟିମ ୧୫୨ରେ ଇଂଲଣ୍ଡକୁ ହରାଇ ଟେଷ୍ଟ ସିରିଜ୍‌କୁ ୧-୧ ସ୍ଥିତିକୁ ଆଣି ପାରିଛି।

Advertisment

ଶାନ ମସୁଦ ପାକିସ୍ତାନ ଟିମର ଟେଷ୍ଟ କ୍ୟାପ୍କେନ ହେବା ପରେ ଦଳ ପ୍ରଥମଥର ପାଇଁ କୌଣସି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନ ସ୍ପିନରମାନେ ଦୁଇ ଇନିଂସର ଇଂଲଣ୍ଡର ୨୦ଟି ଯାକ ୱିକେଟ ନେଇ ନୂଆ ରେକର୍ଡ କରିଛନ୍ତି।

ଶାନ ମସୁଦ ଗତବର୍ଷ ନଭେମ୍ବର ମାସରେ ପାକିସ୍ତାନ ଟେଷ୍ଟ ଟିମରେ ଅଧିନାୟକ ହୋଇଥିଲେ। ଏହାପରେ ଦଳ ଅଷ୍ଟ୍ରେଲିଆ ମାଟିରେ ୦-୩ରେ ଟେଷ୍ଟ ସିରିଜ ହାରିଥିଲା। ଏହାପରେ ଘରୋଇ ମାଟିରେ ଅପେକ୍ଷାକୃତ ବାଂଲାଦେଶ ଠାରୁ ୦-୨ ହାରିଥିଲା ପାକିସ୍ତାନ।

Advertisment

ଏହାକୁ ନେଇ ଦଳକୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଥିଲା। ତଥାପି ସମାନ ଟିମ ଇଂଲଣ୍ତ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବାକୁ ମୁଲତନାରେ ଓହ୍ଲାଇଥିଲା। ପ୍ରଥମ ଇନିଂସରେ ପାକିସ୍ତାନ ୫୫୬ ରନ ବି କରିଥିଲା। ହେଲେ ଇଂଲଣ୍ଡ ଚମତ୍କାର ଢଙ୍ଗରେ ମ୍ୟାଚ୍‌ ଜିତି ପାକିସ୍ତାନକୁ ଆଉ ଏକ ଝଟକା ଦେଇଥିଲା।

ଏହି ପରାଜୟ ପରେ ଶାନ ମସୁଦଙ୍କ କ୍ୟାପ୍ଟେନ୍ସି ବିପଦରେ ପଡ଼ିଥିଲା। ଦଳରେ ଥିବା ଷ୍ଟାର ବ୍ୟାଟର ବାବର ଆଜମଙ୍କୁ ଠାରୁ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ଓ ନସିମ ଶାହଙ୍କ ଭଳି କ୍ରିକେଟରଙ୍କୁ ବିଶ୍ରାମ ନାଁରେ ଦ୍ୱିତୀୟ ଟେଷ୍ଟରୁ ବିଦା କରାଯାଇଥିଲା। ଯୁବ ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ମିଳିଥିଲା।

ବାବର ଆଜମଙ୍କ ସ୍ଥାନରେ ଖେଳୁଥିବା କମରାନ ଗୁଲାମ ୧୧୮ ରନର ଇନିଂସ ମଧ୍ୟ ଖେଳିଥିଲେ। ପାକିସ୍ତାନ ପ୍ରଥମ ଇନିଂସରେ ୩୬୬ ରନ କରିଥିବା ବେଳେ ଇଂଲଣ୍ଡକୁ ଦୁଇ ସ୍ପିନର ସାଜିଦ ଖାନ ଓ ନୋମାନ ଅଲୀ ଘାଣ୍ଟିଥିଲେ। ସାଜିଦ ଖାନ ୭ ଓ ନୋମାନ ୩ଟି ୱିକେଟ ନେବାରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୨୯୧ ରନ କରି ଅଲଆଉଟ ହୋଇ ଯାଇଥିଲା।

ଦ୍ୱିତୀୟ ଇନିଂସରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ଆଘା ସଲମାନ ଦଳକୁ ବଞ୍ଚାଇ ଦେଇଥିଲେ। ସେ ୬୩ ରନର ଇନିଂସ ଖେଳିବାରୁ ପାକିସ୍ତାନ ୨୨୧ ରନ କରିବାକୁ ସକ୍ଷମ ହୋଇଥିଲା।

ଫଳରେ ଇଂଲଣ୍ଡକୁ ୨୯୭ ରନର ଟାର୍ଗେଟ ମିଳିଥିଲା। ତେବେ ପୁଣିଥରେ ନୋମାନ ଓ ସାଜିଦ ଇଂଲଣ୍ଡକୁ ଘାଇଲା କରିଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ ଦ୍ୱିତୀୟ ଇନିଂସରେ ପାକିସ୍ତାନ ଆଉ କୌଣସି ବୋଲରଙ୍କୁ ମଧ୍ୟ ବ୍ୟବହାର କରି ନଥିଲା।

ଉଭୟ ୩୩.୩ ଓଭର ବୋଲିଂ କରିବା ସହ ଇଂଲଣ୍ଡକୁ ୧୪୪ ରନରେ ଅଲଆଉଟ କରି ଦେଇଥିଲେ। ନୋମାନ ୮ଟି ୱିକେଟ ନେଇଥିବା ବେଳେ ସାଜିଦଙ୍କ ଖାତାକୁ ୨ଟି ୱିକେଟ ଯାଇଛି।

ଦୁଇଟି ଯାକ ଇନିଂସରେ ନୋମାନଙ୍କ ୱିକେଟ ସଂଖ୍ୟା ୧୧ ଓ ସାଜିଦଙ୍କ ୱିକେଟ ସଂଖ୍ୟା ୧୦ ରହିଛି। ତଥାପି ପ୍ରଥମ ଇନିଂସର ଗୁରୁତ୍ୱ ଦୃଷ୍ଟିରୁ ସାଜିଦଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

Pakistan Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe