Advertisment

PSL vs IPL: PSL ଟିମ ଠାରୁ ୧୨୫ ଗୁଣ ମହଙ୍ଗା ଆଇପିଏଲ ପ୍ରାଞ୍ଚାଇଜ, ତଥାପି ପିସିବି ମାରୁଛି ବାହାସ୍ଫୋଟ

ପାକିସ୍ତାନ ସୁପର ଲିଗ ୨୦୨୬ରେ ଆଉ ୨ଟି ପ୍ରାଞ୍ଚାଇଜ ଯୋଡ଼ି ହୋଇ ଯାଇଛନ୍ତି। ଏଥିପାଇଁ ବିଡ ମଧ୍ୟ ଲାଗିଥିଲା। ୨ଟି ପ୍ରାଞ୍ଚାଇଜର ମାଲିକାନା ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରାଯାଇଛି, ସେତିକି ଟଙ୍କା ଆଇପିଏଲର ମାତ୍ର ଦୁଇ ଜଣ ଖେଳାଳିଙ୍କ ପାଇଁ ଭାରତୀୟ ପ୍ରାଞ୍ଚାଇଜମାନେ ଖର୍ଚ୍ଚ କରିଛନ୍ତି।

IPL

ଆଇପିଏଲ ବନାମ ପିଏସଏଲ

Advertisment

ବାହାସ୍ଫୋଟ ମାରିବାରେ ପାକିସ୍ତାନ ଓ ପାକିସ୍ତାନ କ୍ରିକେଟ ବୋର୍ଡ ବେଶ ମାହିର। ଆଇପିଏଲ ଢାଞ୍ଚାରେ ପିଏସ୍‌ଏଲ କରୁଥିବା ପାକିସ୍ତାନ ଏହାର ବହୁତ ପ୍ରଚାର କରୁଛି। ହେଲେ ଆଇପିଏଲରୁ ରିଜେକ୍ଟ ହେଉଥିବା ଖେଳାଳି ପିଏସଏଲରେ ଖେଳୁଛନ୍ତି। ତଥାପି ପିଏସଏଲକୁ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଲିଗ କହିବାକୁ ଭୁଲୁ ନାହିଁ ପାକିସ୍ତାନ।

Advertisment

ଆଇପିଏଲ(IPL) ଠାରୁ ପିଏସ୍‌ଏଲ ଅଧିକ ଲୋକପ୍ରିୟ ବୋଲି ମଧ୍ୟ ପାକିସ୍ତାନ ଦାବି କରୁଛି। କିନ୍ତୁ ବାସ୍ତବରେ କ’ଣ ଆଇପିଏଲ ସହ ପିଏସ୍‌ଏଲର ତୁଳନା କରାଯାଇ ପାରିବ? ଏହାର ଉତ୍ତର ସିଧା ହେଲା ନା। କାରଣ ଲୋକପ୍ରିୟତା, ଖେଳାଳିଙ୍କ ଭାଗିଦାରୀ ଓ ଆର୍ଥିକ ମାମଲାରେ ଆଇପିଏଲ ତୁଳନାରେ ପାକିସ୍ତାନର ପିଏସଏଲ ଯଥେଷ୍ଟ ପଛରେ ରହିଛି। 

ପାକିସ୍ତାନ ସୁପର ଲିଗ(PSL) ୨୦୨୬ରେ ଆଉ ୨ଟି ପ୍ରାଞ୍ଚାଇଜ ଯୋଡ଼ି ହୋଇ ଯାଇଛନ୍ତି। ଏଥିପାଇଁ ବିଡ ମଧ୍ୟ ଲାଗିଥିଲା। କିନ୍ତୁ ଏହାର ଦାମ ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ। ୨ଟି ପ୍ରାଞ୍ଚାଇଜର ମାଲିକାନା ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରାଯାଇଛି, ସେତିକି ଟଙ୍କା ଆଇପିଏଲର ମାତ୍ର ଦୁଇ ଜଣ ଖେଳାଳିଙ୍କ ପାଇଁ ଭାରତୀୟ ପ୍ରାଞ୍ଚାଇଜମାନେ ଖର୍ଚ୍ଚ କରିଛନ୍ତି। 

Advertisment

ଗୁରୁବାର ଗୋଟିଏ ରିୟଲ ଇଷ୍ଟେଟ ଓ ଆମେରିକା ଭିତ୍ତିକ ଆଭିଏସନ ଏବଂ ହେଲ୍ଥକେୟାର କମ୍ପାନୀ ୨ଟି ନୂଆ ଟିମର ମାଲିକା ବିଡ ଜରିଆରେ ହାସଲ କରିଛନ୍ତି। ଏଥିପାଇଁ ସେମାନେ ୧୨.୭୫ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ମାତ୍ର ୧୧୪ କୋଟି ଟଙ୍କା ଦେଇଛନ୍ତି। ଏହାକୁ ପାକିସ୍ତାନ କ୍ରିକେଟ ବୋର୍ଡ ବମ୍ଫର ରେକର୍ଡ କହି ପ୍ରଚାର କରୁଛି। କିନ୍ତୁ ୧୧୪ କୋଟି ଟଙ୍କା ଆଇପିଏଲର ପ୍ରାଞ୍ଚାଇଜମାନଙ୍କ ଆଗରେ କିଛି ବି ନୁହଁ। 

ପିସିବିର ସୂଚନା ଅନୁସାରେ, ଓଜେଡ ଡେଭଲପର୍ସ ସିଆଲକୋଟର ମାଲିକାନା ହାସଲ କରିଛି। ଏଥିପାଇଁ ସଂସ୍ଥା ୧.୮୫ ବିଲିୟନ ପିକେଆର ବା ଭାରତୀୟ ମୁଦ୍ରାରେ ୫୮.୩୮ ଟଙ୍କା ଦେବ। ସେହିପରି ଆମେରିକାର ଏଫକେଏସ୍‌ ଗ୍ରୁପ ହାଇଦ୍ରାବାଦ ନାଁରେ ଗୋଟିଏ ଦଳକୁ ୧.୭୫ ବିଲିୟନ ପିକେଆର ବା ୫୫.୬୭ କୋଟି ଟଙ୍କାରେ କିଣିଛି। 


ଏହି ଦାମକୁ ଆସନ୍ତୁ ଆଇପିଏଲର ଖେଳାଳି ଓ ପ୍ରାଞ୍ଚାଇଜମାନଙ୍କ ସହ ତୁଳନା କରିବା। ହାଇଦ୍ରାବାଦର ମାଲିକାନ ଆମେରିକୀୟ କମ୍ପାନୀ ୫୫.୬୭ କୋଟିରେ ପାଇଛି। ୨୦୨୫ ଆଇପିଏଲ ଅକ୍ସନ ବେଳେ ଋଷଭ ପନ୍ତଙ୍କୁ ଲକ୍ଷ୍ନୌ ୨୭ କୋଟି ଓ ପଞ୍ଜାବ କିଙ୍ଗସ ଶ୍ରେୟସ ଆୟରଙ୍କୁ ୨୬.୭୫ କୋଟିରେ କିଣିଥିଲା। ଏହି ଦୁଇ ଖେଳାଳିଙ୍କ ଉପରେ ଭାରତୀୟ ପ୍ରାଞ୍ଚାଇଜ ୫୩.୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏପରି ସ୍ଥିତିରେ ଗୋଟିଏ ଟିମର ମାଲିକାନା ପିଏସଏଲରେ ହେଉଛି ୫୫ କୋଟି। 

ପିଏସଏଲର ଦୁଇ ନୂଆ ପ୍ରାଞ୍ଚାଇଜ ହାଇଦ୍ରାବାଦ ଓ ସିଆଲକୋଟର ମୋଟ ମୂଲ୍ୟ ହେଉଛି ୧୧୮ କୋଟି ଟଙ୍କା। ୨୦୨୬ ଆଇପିଏଲ ମିନି ଅକ୍ସନରେ କିଣା ହୋଇଥିବା ଟପ ୯ ଖେଳାଳିଙ୍କ ଦରମା ତୁଳନାରେ ମଧ୍ୟ ଏହା ଯଥେଷ୍ଟ କମ। 

ପିଏସଏଲ ଠାରୁ ବହୁ ଆଗରେ ଆଇପିଏଲ 

ଯଦି ଆମେ ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲର ପ୍ରଥମ ନିଲାମୀର ଦାମକୁ ଆଜିର ହିସାବରେ ବିବେଚନା କରିବା, ତଥାପି ପିଏସ୍‌ଏଲ ତୁଳନାରେ ଭାରତୀୟ ପ୍ରାଞ୍ଚାଇଜର ମୂଲ୍ୟ ୧୬ରୁ ୨୭ ଗୁଣ ଅଧିକ ମହଙ୍ଗା ରହିଥିଲା। ଏବେ ପିଏସଏଲ ତୁଳନାରେ ଭାରତୀୟ ପ୍ରାଞ୍ଚାଇଜର ମୂଲ୍ୟ ୧୦୦ରୁ ୧୨୫ ଗୁଣ ଅଧିକ।

୨୦୨୧ରେ ଆଇପିଏଲରେ ଦୁଇଟି ନୂଆ ଟିମ ଯୋଡ଼ି ହୋଇଥିଲେ। ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଗୁଜରାଟ ଟାଇଟନ୍ସ ମାଲିକାନା ହାସଲ କରିଥିଲେ। ଲକ୍ଷ୍ନୌର ପ୍ରାଞ୍ଚାଇଜ ଅଧିକାରୀକୁ ବିସିସିଆଇ ରେକର୍ଡ ୭୦୯୦ କୋଟି ଟଙ୍କା ଓ ଗୁଜରାଟର ମାଲିକାନା ୫୬୨୫ କୋଟି ଟଙ୍କାରେ ବିକ୍ରି କରିଥିଲା। ଏହା ପିଏସଏଲ ଟିମର ଦାମ ଠାରୁ ୧୦୦ରୁ ୧୨୫ ଗୁଣ। ତଥାପି ପିସିବି ତା’ର ପିଏସଏଲକୁ ଆଇପିଏଲ ଠାରୁ ବଡ଼ ଭାବେ ଚିତ୍ରଣ କରୁଛି। 

IPL PSL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe