Advertisment

T20 World Cup: ଶେଷ ଦଳ ଭାବେ ସୁପର ୮ରେ ପହଞ୍ଚିଲା ପାକିସ୍ତାନ

ଓପନର ଶାହିବାଜାଦା ଫରହାନଙ୍କ ମେଡେନ ଟି-୨୦ ଶତକ ବଳରେ ପାକିସ୍ତାନ ୧୦୨ରେ ରନରେ ନାମିବିୟାକୁ ହରାଇ ଦେଇଛି। ୫୮ ବଲରେ ଅପରାଜିତ ୧୦୦ ରନର ଇନିଂସ ଖେଳିଥିବା ଶାହିବଜାଦା ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ଜିତିଛନ୍ତି।

author-image
Hemant Lenka
Farhan

ଶତକ ପରେ ଫରହାନ

ଭାରତ ଠାରୁ ଏକତରଫା ପରାଜୟ ପରେ ବାଉନ୍ସ ବ୍ୟାକ କରିଛି ପାକିସ୍ତାନ। ଆଜି ଦଳ ଅପେକ୍ଷାକୃତ ଦୁର୍ବଳ ନାମିବିୟାକୁ ପରାସ୍ତ କରି ଚଳିତ ଟି-୨୦ ବିଶ୍ୱକପ(T20 World Cup)ର ସୁପର ୮ରେ ଶେଷ ଦଳ ଭାବେ ନିଜର ସ୍ଥାନ ପକ୍କା କରିଛି।

Advertisment

ଓପନର ଶାହିବାଜାଦା ଫରହାନଙ୍କ ମେଡେନ ଟି-୨୦ ଶତକ ବଳରେ ପାକିସ୍ତାନ ୧୦୨ରେ ରନରେ ନାମିବିୟାକୁ ହରାଇ ଦେଇଛି। ୫୮ ବଲରେ ଅପରାଜିତ ୧୦୦ ରନର ଇନିଂସ ଖେଳିଥିବା ଶାହିବଜାଦା ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ଜିତିଛନ୍ତି। 

ଭାରତ ଠାରୁ ୬୧ ରନରେ ହାରିବା ପରେ ପାକିସ୍ତାନ ପାଇଁ ଆଜିର ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଥିଲା। ହେଲେ ପାକିସ୍ତାନ ୨୦୨୪ ଭଳି ସ୍ଥିତି ପୁଣି ସାମ୍ନା କରିବା ମୁଡରେ ନଥିଲା। ଆଜି ଦଳ ଦମଦାର ପ୍ରଦର୍ଶନ କରି ୧୦୨ରେ ନାମିବିୟାକୁ ହରାଇ ଦେଇଛି।

Advertisment

୨୦୨୪ ଟି-୨୦ ବିଶ୍ୱକପରେ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରେ ଆମେରିକା ଠାରୁ ପରାସ୍ତ ହୋଇ ସୁପର ୮କୁ ଯୋଗ୍ୟତା ଅର୍ଜନ କରି ପାରି ନଥିଲା। ଏଥର ଆମେରିକା ସୁପର ୮ରେ ପ୍ରବେଶ କରିବାର ସୁଯୋଗ ଥିଲା। କିନ୍ତୁ ନାମିବିୟା ହାରି ଯିବାରୁ ଆମେରିକାର ସବୁ ଆଶାରେ ପାଣି ପଡ଼ି ଯାଇଛି। 

ଆଜି କର ବା ମର ମ୍ୟାଚ୍‌ରେ ପାକିସ୍ତାନର ଅଧିନାୟକ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ଫରହାନ ଦମଦାର ବ୍ୟାଟିଂ କରିଥିଲେ। ତାଙ୍କର ଶତକ ଓ ଶେଷ ଭାଗରେ ଶାଦାବ ଖାନଙ୍କ ବିସ୍ଫୋରକ ୩୬ ରନ ବଳରେ ପାକିସ୍ତାନ ୩ ୱିକେଟ ହରାଇ ୧୯୯ ରନ କରିଥିଲା।

ଏହାପରେ ବାକି କାମ ପାକିସ୍ତାନୀ ସ୍ପିନର କରିଥିଲେ। ନାମିବିୟାର କୌଣସି ବ୍ୟାଟର ପାକିସ୍ତାନୀ ସ୍ପିନରଙ୍କ ସମକକ୍ଷ ହୋଇ ପାରି ନଥିଲେ। ଶେଷରେ ନାମିବିୟା ୯୮ ରନରେ ଅଲଆଉଟ ହୋଇଯାଇଥିଲା।

ମିଷ୍ଟ୍ରି ସ୍ପିନର ଉସମାନ ଖାନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଶାଦାବ ୩ଟି ସଫଳତା ପାଇଛନ୍ତି। ସେହିପରି ଶାହୀନ ଆଫ୍ରିଦିଙ୍କ ବଦଳରେ ଖେଳୁଥିବା ସଲମାନ ମିର୍ଜା ଓ ଅଭିଜ୍ଞ ମହମ୍ମଦ ନୱାଜ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି। ଗୋଟିଏ ୱିକେଟ ପାକିସ୍ତାନକୁ ରନ ଆଉଟରୁ ମିଳିଛି। 

ପାକିସ୍ତାନ ଏବେ ସୁପର ୮ରେ ପ୍ରବେଶ କରିବା ସହ ଗ୍ରୁବ ବି’ରେ ରହିଛି। ଏହି ଗ୍ରୁପରେ ଦଳର ସାମ୍ନା ଇଂଲଣ୍ଡ, ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ସହ ହେବ। ଗ୍ରୁପ ବିର ସମସ୍ତ ସୁପର ୮ ମ୍ୟାଚ୍‌ ଶ୍ରୀଲଙ୍କାରେ ହିଁ ଖେଳାଯିବ। 

T20 World Cup