Advertisment

ଭାରତକୁ ଭେଟିବା ପୂର୍ବରୁ ରାଙ୍କିଙ୍ଗର ୧ନଂରେ ପହଞ୍ଚିବ ପାକିସ୍ତାନ!

ପାକିସ୍ତାନ ଶନିବାର ତୃତୀୟ ତଥା ଅନ୍ତିମ ଦିନିକିଆ ଆଫଗାନିସ୍ତାନ ବିପକ୍ଷରେ ଖେଳୁଛି। ଏହି ମ୍ୟାଚ୍‌କୁ ଦଳ ଜିତି ପାରିଲେ ଆଇସିସି ଦିନିକିଆ ରାଙ୍କିଙ୍ଗର ୨ ନଂ ସ୍ଥାନରୁ ୧ନଂରେ ପହଞ୍ଚି ଯିବ।

Pakistan

Pakistan

Advertisment

ଏସିଆ କପ ୨୦୨୩ ପୂର୍ବରୁ ଅଷ୍ଟ୍ରେଲିଆ ଠାରୁ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନ ଛଡ଼ାଇ ଆଣିବା ପାଇଁ ପାକିସ୍ତାନ ପାଖରେ ବଡ଼ ସୁଯୋଗ ରହିଛି। ଭାରତକୁ ଏସିଆ କପରେ ପାକିସ୍ତାନ ଭେଟିବ। ଏହାପୂର୍ବରୁ ବାବର ଆଜମଙ୍କ ପାକିସ୍ତାନ ୧ନଂ ସ୍ଥାନରେ ପହଞ୍ଚି ପାରେ।

Advertisment

ପାକିସ୍ତାନ ଶନିବାର ତୃତୀୟ ତଥା ଅନ୍ତିମ ଦିନିକିଆ ଆଫଗାନିସ୍ତାନ ବିପକ୍ଷରେ ଖେଳୁଛି। ଏହି ମ୍ୟାଚ୍‌କୁ ଦଳ ଜିତି ପାରିଲେ ଆଇସିସି ଦିନିକିଆ ରାଙ୍କିଙ୍ଗର ୨ ନଂ ସ୍ଥାନରୁ ୧ନଂରେ ପହଞ୍ଚି ଯିବ।

ବର୍ତ୍ତମାନ ପାକିସ୍ତାନ ଓ ଅଷ୍ଟ୍ରେଲିଆର ପଏଣ୍ଟ ସଂଖ୍ୟା ସମାନ ୧୧୮ ରହିଛି। କିନ୍ତୁ ଓଭରଅଲ ପଏଣ୍ଟରେ ପାକିସ୍ତାନ ଠାରୁ ଅଷ୍ଟ୍ରେଲିଆ ଆଗରେ ରହିଛି। ତେଣୁ ରାଙ୍କିଙ୍ଗର ୧ନଂରେ ଅଷ୍ଟ୍ରେଲିଆ ଓ ୨ନଂରେ ପାକିସ୍ତାନ ରହିଛି। ୧୧୩ ପଏଣ୍ଟ ସହ ଭାରତ ତୃତୀୟ ସ୍ଥାନରେ ଅଛି।

Advertisment

ଯଦି ଶନିବାର ଅନ୍ତିମ ଦିନିକିଆରେ ପାକିସ୍ତାନ ପ୍ରତିପକ୍ଷ ଆଫଗାନିସ୍ତାନକୁ ହରାଇ ଦେଉଛି, ତା’ହେଲେ ଦଳ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ୨ନଂକୁ ଠେଲି ୧ନଂରେ ପହଞ୍ଚିଯିବ।

ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ପାକିସ୍ତାନ ବେଶ ସହଜରେ ୧୪୨ ରନରେ ଜିତି ନେଇଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଜୋରଦାର ଲଢ଼େଇ ହୋଇଥିଲା। ଶେଷରେ ପାକିସ୍ତାନ ଗୋଟିଏ ବଲ ପୂର୍ବରୁ ଗୋଟିଏ ୱିକେଟରେ ମ୍ୟାଚ୍‌ ସହ ସିରିଜକୁ କବଜା କରିଥିଲା। ଏବେ ଦଳ ପାଖରେ ସିରିଜ କ୍ଲିନ ସୁଇପ କରିବାର ସୁଯୋଗ ରହିଛି।

ତୃତୀୟ ଦିନିକିଆରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଦଳ ୨୯ ଓଭର ସୁଦ୍ଧା ୨ ୱିକେଟ ହରାଇ ୯୬ ରନ କରିଛି।

Pakistan Indian Cricket Team ICC Australia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe