Advertisment

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଛାନିଆ ପାକିସ୍ତାନ ଟିମ: ମୋଟିଭେସନାଲ ସ୍ପିକରଙ୍କ ଶରଣରେ ଖେଳାଳି

ଆସନ୍ତାକାଲି ଭାରତକୁ ସୁପର ୪ରେ ଭେଟିବାକୁ ଯାଉଛି ପାକିସ୍ତାନ। ହେଲେ ପାକିସ୍ତାନକୁ ଭାରତର ଭୟ ଏତେ ଘାରିଛି ଯେ ପାକିସ୍ତାନ କ୍ରିକେଟ ଟିମ ପ୍ରି-ମ୍ୟାଚ୍‌ ପ୍ରେସ କନଫରେନ୍ସକୁ ବାତିଲ କରି ଦେଇଛି।

Pakistan

Pakistan

Advertisment

ଭାରତ ବିପକ୍ଷ ଏସଆ କପର ସୁପ ୪ ମ୍ୟାଚ୍‌ ପୂର୍ବରୁ ଚିନ୍ତାରେ ପାକିସ୍ତାନ ଖେଳାଳି। ସେପ୍ଟେମ୍ବର ୧୪ରେ ଭାରତ ଠାରୁ ଏକତରଫା ପରାଜୟର ହ୍ୟାଙ୍ଗ ଓଭରରୁ ଏଯାଏ ବାହାରି ପାରିନି ପାକିସ୍ତାନ। ଯଦିଓ ପାକିସ୍ତାନ ବୁଧବାର ଶେଷ ଲିଗରେ ୟୁଏଇକୁ ହରାଥିଲା, କିନ୍ତୁ ଭାରତକୁ ସାମ୍ନାରେ ପାଇ ପୁଣି ଛାନିଆ ହୋଇଛି ଦଳ।

Advertisment

ଆସନ୍ତାକାଲି ଭାରତକୁ ସୁପର ୪ରେ ଭେଟିବାକୁ ଯାଉଛି ପାକିସ୍ତାନ। ହେଲେ ପାକିସ୍ତାନକୁ ଭାରତର ଭୟ ଏତେ ଘାରିଛି ଯେ ପାକିସ୍ତାନ କ୍ରିକେଟ ଟିମ ପ୍ରି-ମ୍ୟାଚ୍‌ ପ୍ରେସ କନଫରେନ୍ସକୁ ବାତିଲ କରି ଦେଇଛି। ଦଳର ଅଧିନାୟକ କିମ୍ବା ମ୍ୟାନେଜମେଣ୍ଟ ସଦସ୍ୟ କ୍ୟାମେରା ସାମ୍ନାକୁ ଆସି ନାହାନ୍ତି। ଭାରତ କଥା ଶୁଣି ପାକିସ୍ତାନ ଖେଳାଳି ଛାନିଆ ହୋଇଯାଇଥିବାରୁ ସେମାନଙ୍କ ମନୋବଳକୁ ସୁଦୃଢ଼ କରିବାରେ ଲାଗି ପଡ଼ିଛି ମ୍ୟାନେଜମେଣ୍ଟ। ଖାସ ଏହି କାରଣ ପାଇଁ ଭାରତ ବିପକ୍ଷ ମ୍ୟାଚ୍‌ରୁ ଜଣେ ପ୍ରେରଣାଦାୟୀ ବକ୍ତା ବା ମୋଟିଭେସନାଲ ସ୍ପିକରଙ୍କୁ ଭଡ଼ାରେ ଅଣା ଯାଇଛି।

ମୋଟିଭେସନାଲ ସ୍ପିକର ଡ ରାହୀଲ କରୀମଙ୍କୁ ଖେଳାଳିଙ୍କ ମନୋବଳକୁ ସୁଦୃଢ଼ କରିବା କାର୍ଯ୍ୟ ହସ୍ତାନ୍ତର କରିଛି ପାକିସ୍ତାନ କ୍ରିକେଟ ବୋର୍ଡ। ଖେଳାଳିମାନେ ମଧ୍ୟ ରାହୀଲଙ୍କ ଶରଣରେ ପଶିଛନ୍ତି। ଭାରତ କଥା ଭାବି ଭୟରେ ଥରୁଥିବା ପାକିସ୍ତାନ ଖେଳାଳି, କେମିତି ଏଥିରୁ ମୁକୁଳିବେ ସେକଥା ଡ ରାହୀଲଙ୍କ ଠାରୁ ବୁଝିବାରେ ଲାଗିପଡ଼ିଛନ୍ତି। ଭାରତକୁ ବିପକ୍ଷ ମ୍ୟାଚ୍‌ରେ ଖେଳାଳିମାନେ କେମିତି ଅତିରିକ୍ତ ଚାପ ଅନୁଭବ ନ କରିବେ ଓ କେମିତି ପୁରୁଣା ପରାଜୟରୁ ମୁକୁଳିବେ, ସେବାବଦରେ ଡ ରାହୀଲ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି।

Advertisment

ମୋଟିଭେସନାଲ ସ୍ପିକରଙ୍କ ଜରିଆରେ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ପ୍ରୟାସ କରିଛି। ହେଲେ ଆସନ୍ତାକାଲି ଭାରତ ଭଳି ଗୋଟିଏ ବଡ଼ ଟିମ ବିପକ୍ଷରେ ପାକିସ୍ତାନ କେମିତି ମୋଟିଭେଟ ହେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସେପ୍ଟେମ୍ବର ୧୪ ମ୍ୟାଚ୍‌ରେ ଭାରତ ଏକତରଫା ଭାବେ ୭ ୱିକେଟରେ ପାକିସ୍ତାନକୁ ହରାଇଥିଲା। ଏହାପରେ ଦଳ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇ ନଥିଲା। ପାକିସ୍ତାନ ଖେଳାଳି ହାତ ମିଳାଇବାକୁ ଆସି ନିରାଶ ହୋଇଥିଲେ।

ଏହି ବିବାଦକୁ କେନ୍ଦ୍ର କରି ପାକିସ୍ତାନ କ୍ରିକେଟ ବୋର୍ଡ ବୟକଟର ଧମକ ଦେଇ ପୁଣି ମ୍ୟାଚ୍‌ ଖେଳିଥିଲା। ପାକିସ୍ତାନ ମ୍ୟାଚ୍‌ ରେଫରୀ ଆଣ୍ଡୀ ପାଇକ୍ରଫ୍ଟଙ୍କୁ ହଟାଇବାକୁ ଚାହୁଁଥିଲେ ହେଁ ସେ ହିଁ ଆସନ୍ତାକାଲି ମ୍ୟାଚ୍‌କୁ ପରିଚାଳନା କରିବେ। ଏସବୁ ଘଟଣା ପାକିସ୍ତାନକୁ ବ୍ୟାକଫୁଟରେ ରଖିଛି। ଏସବୁ ଭିତରେ ଭାରତ ଭଳି ବଡ଼ ଦଳ ସାମ୍ନାରେ ରହିଛି। ଏପରି ସ୍ଥିତିରେ ଖେଳାଳିମାନେ ମୋଟିଭେସନାଲ ସ୍ପିକରଙ୍କ ଠାରୁ ପ୍ରେରଣା ପାଇବାକୁ ଆଗେଇ ଆସିଛନ୍ତି।

Pakistan Indian Cricket Team Asia Cup Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe