/odisha-reporter/media/media_files/2026/01/31/pakistan1-2026-01-31-17-02-34.jpg)
ପାକିସ୍ତାନ ଟିମ
ଆଗାମୀ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ(T20 World Cup) ୨୦୨୬ ସହ ପାକିସ୍ତାନର ଅସହଜ ସମ୍ପର୍କ ଆଉ ଗୋଟିଏ ସ୍ତରରେ ଶନିବାର ପ୍ରବେଶ କରିଛି। ଟି-୨୦ ବିଶ୍ୱକପ ସହ ଜଡ଼ିତ ଗୋଟିଏ ବଡ଼ କାର୍ଯ୍ୟକ୍ରମକୁ ଆଜି ବାତିଲ କରି ଦେଇଛି ପାକିସ୍ତାନ କ୍ରିକେଟ ବୋର୍ଡ। ଆଜି ବୋର୍ଡ ପକ୍ଷରୁ ଜାତୀୟ ଟିମର ବିଶ୍ୱକପ କିଟ୍ ସାର୍ବଜନୀନ କରିବାକୁ ପିସିବି ଯୋଜନା କରିଥିଲା।
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି ୨୦ରୁ ଟସ ପରେ ପାକିସ୍ତାନ ଟିମର କିଟ ଉନ୍ମୋଚନ ହେବାର ଥିଲା। କିନ୍ତୁ ଅଣଦେଖା କରାଯାଇ ପାରୁ ନଥିବା କାରଣ ଯୋଗୁ ଉନ୍ମୋଚନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ପିସିବି କହିଛି।
ସୂତ୍ର ଅନୁସାରେ, ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଟିମର ବିଶ୍ୱକପ ଯୋଗଦାନ ସମ୍ପର୍କରେ ଏଯାଏ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହିଁ। ସୋମବାର ପାକିସ୍ତାନ ସରକାର ଟିମର ବିଶ୍ୱକପ ଭବିଷ୍ୟତ ଉପରେ ସୋମବାର ଘୋଷଣା କରିବେ। ଏଥିପାଇଁ ପିସିବି ଆଜି କିଟ ଲଞ୍ଚ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଛି।
ସରକାରଙ୍କ ଘୋଷଣା ପୂର୍ବରୁ ପିସିବି କିଟ ଲଞ୍ଚ କରି ପାକିସ୍ତାନ ଟିମ ବିଶ୍ୱକପରେ ସାମିଲ ହେବାକୁ ଚାହୁଁଥିବା ଧାରଣା ଉପରେ ବ୍ରେକ ଲଗାଇବାକୁ ଏପରି ପଦକ୍ଷେପ ନେଇଥିବା ଏହି ସୂତ୍ରରେ କୁହାଯାଇଛି।
ଗୋଟିଏ ପଟେ କିଟ ଲଞ୍ଚ କାର୍ଯ୍ୟକ୍ରମକୁ ବାତିଲ କରିଥିବା ପିସିବି ଫେବୃଆରୀ ୨ରୁ ନିଜ ଦଳକୁ ବିଶ୍ୱକପ ପାଇଁ କଲୋମ୍ବୋ ପଠାଇବାକୁ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରି ଦେଇଛି। ଏଥିପାଇଁ ଖେଳାଳିଙ୍କ ଟିକେଟ କଟା ସାରିଥିବା ବେଳେ ସ୍କ୍ୱାଡ ମଧ୍ୟ ଘୋଷଣା ହୋଇ ସାରିଛି। ତେବେ ସୋମବାର ଭାରତ ବିପକ୍ଷରେ ପାକିସ୍ତାନ ଫେବୃଆରୀ ୧୫ରେ ଖେଳିବ କି ନାହିଁ, ତା’ର ଘୋଷଣା କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।
ଭାରତ ସହ ତିକ୍ତତା ଚାଲିବା ଓ ଆଇସିସି ପଡ଼ୋଶୀ ବାଂଲାଦେଶ କ୍ରିକେଟ ବୋର୍ଡର ଭାରତ ବିରୋଧୀ ଆଭିମୁଖ୍ୟକୁ ଗ୍ରହଣ ନ କରିବାରୁ ପିସିବି କ୍ଷୁବ୍ଧ ହୋଇଛି। ଏଥିପାଇଁ ପିସିବି ବାରମ୍ବାର ବିଶ୍ୱକପକୁ ବୟକଟ ଓ ଭାରତ ବିରୋଧ ମ୍ୟାଚ୍କୁ ବୟକଟ କରିବାର ଧମକ ଦେଇ ଚାଲିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
