Advertisment

କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ପାକିସ୍ତାନ କ୍ୟାପଟେନ୍

ନୂଆଦିଲ୍ଲୀ: ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଆଉ ଏକ ନୂଆ କୀର୍ତ୍ତିମାନ ନିଜ ନାଁରେ କରିଛନ୍ତି। ବାବର ଟି-୨୦ରେ ସବୁଠାରୁ ଦ୍ରୁତ ୨ହଜାର ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ବାବର ରବିବାର ଜିମ୍ବାୱେ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଏହି ଉପଲବ୍ଧି ଅର୍ଜନ କରିଛନ୍ତି। ବାବର ମାତ୍ର ୫୨ ଇନିଂସରେ ଏହି କାରନାମା କରିଛନ୍ତି। ଏଥିସହ ବାବର ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲିଙ୍କ ପଛରେ ପକାଇ ଦେଇଛନ୍ତି। କୋହଲି ୫୬ ଇନିଂସରେ […]

କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ପାକିସ୍ତାନ କ୍ୟାପଟେନ୍

Virat-Kohli-and-babar-azam

Advertisment

ନୂଆଦିଲ୍ଲୀ: ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଆଉ ଏକ ନୂଆ କୀର୍ତ୍ତିମାନ ନିଜ ନାଁରେ କରିଛନ୍ତି। ବାବର ଟି-୨୦ରେ ସବୁଠାରୁ ଦ୍ରୁତ ୨ହଜାର ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ବାବର ରବିବାର ଜିମ୍ବାୱେ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଏହି ଉପଲବ୍ଧି ଅର୍ଜନ କରିଛନ୍ତି। ବାବର ମାତ୍ର ୫୨ ଇନିଂସରେ ଏହି କାରନାମା କରିଛନ୍ତି। ଏଥିସହ ବାବର ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲିଙ୍କ ପଛରେ ପକାଇ ଦେଇଛନ୍ତି। କୋହଲି ୫୬ ଇନିଂସରେ ୨ହଜାର ରନ୍ ପୂରଣ କରିଥିଲେ।

Advertisment

ଜିମ୍ବାୱେ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ୨୬ ବର୍ଷୀୟ ପାକିସ୍ତାନ କ୍ୟାପଟେନ୍ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୫୧ ମ୍ୟାଚର ୪୯ ଇନିଂସରେ ୧୯୪୦ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ୧୭ ଅର୍ଦ୍ଧଶତକ ସାମିଲ୍ ଥିଲା। ସିରିଜର ପ୍ରଥମ ମ୍ୟାଚରେ ବାବର ମାତ୍ର ୨ ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୪୧ ରନ୍ କରିଥିଲେ। ତେବେ ୨ହଜାର ରନ୍ ଛୁଇଁବା ପାଇଁ ତାଙ୍କୁ ଶେଷ ମ୍ୟାଚରେ ୧୭ ରନର ଆବଶ୍ୟକ ଥିଲେ। ହେଲେ ବାବର ତୃତୀୟ ଟି-୨୦ରେ ୫୨ ରନର ଇନିଂସ୍ ଖେଳି ଏହି ମାଇଲଖୁଣ୍ଟକୁ ସହଜରେ ଅତିକ୍ରମ କରିନେଇଛନ୍ତି।

ବାବର ମଧ୍ୟ ୨ହଜାର ରନ୍ ପୂରଣ କରିବାରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କୁ ପଛରେ ପକାଇଛନ୍ତି। ଫିଞ୍ଚ୍ ୬୨ ଇନିଂସରେ ୨ହଜାର କରିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ୟାପଟେନ୍ ବ୍ରେଣ୍ଡନ୍ ମ୍ୟାକକୁଲମ୍ ୬୬ ଇନିଂସ୍ ଓ ମାର୍ଟିନ୍ ଗପ୍ଟିଲ୍ ୬୮ ଇନିଂସରେ ଏହି କାରନାମା କରିଥିଲେ।

Advertisment

ବିରାଟ୍‌ କୋହଲିଙ୍କ ନାଁରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସର୍ବାଧିକ ରନ୍‌ର ରେକର୍ଡ ରହିଛି। କୋହଲି ୯୦ ଟି-୨୦ ମ୍ୟାଚ୍ ଖେଳି ୫୨.୬୫ ହାରରେ ୩୧୫୯ ରନ୍‌ କରିଛନ୍ତି। ସେ ଟି-୨୦ରେ ୨୮ ଅର୍ଦ୍ଧଶତକ ମାରିଥିବା ବେଳେ ଗୋଟିଏ ବି ଶତକ ହାସଲ କରିନାହାନ୍ତି।

ସୂଚନାଯୋଗ୍ୟ, କୋହଲି ଏବେ ଆଇପିଏଲର ୧୪ଶ ସଂସ୍କରଣରେ ବ୍ୟସ୍ତ ଥିବା ବେଳେ ବାବର ଜିମ୍ବାୱେ ଗସ୍ତରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe