Advertisment

ଶ୍ରୀଲଙ୍କାକୁ ଇନିଂସ ଓ ୨୨୨ ରନ୍‌ରେ ହରାଇଲା ପାକିସ୍ତାନ

୨୦୨୩-୨୫ ବିଶ୍ୱ ଟେଷ୍ଟ ଚାମ୍ପିୟଶିପ ସାଇକେଲର ପ୍ରଥମ ସିରିଜ୍‌ରେ ପାକିସ୍ତାନ ନିଜର ଜଲୱା ଦେଖାଇ ୧୦୦% ବିଜୟ ପ୍ରତିଶତ ପଏଣ୍ଟ ହାସଲ କରିଛି। ଏବେ ଦଳ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ମଧ୍ୟ ରହିଛି।

author-image
Hemant Lenka
Team Pakistan

Team Pakistan

ସ୍ପିନର ନୋମାନ ଅଲୀଙ୍କ ୭ ୱିକେଟ ବଳରେ ଶ୍ରୀଲଙ୍କାକୁ ଏକତରଫା ଭାବେ ଗୋଟିଏ ଇନିଂସ ଓ ୨୨୨ ରନରେ ହରାଇଛି ପାକିସ୍ତାନ। ଏଥିସହ ଶ୍ରୀଲଙ୍କା ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜକୁ ବାବର ଆଜମଙ୍କ ପାକିସ୍ତାନ ୨-୦ରେ ଜିତି ନେଇଛି।

Advertisment

୨୦୨୩-୨୫ ବିଶ୍ୱ ଟେଷ୍ଟ ଚାମ୍ପିୟଶିପ ସାଇକେଲର ପ୍ରଥମ ସିରିଜ୍‌ରେ ପାକିସ୍ତାନ ନିଜର ଜଲୱା ଦେଖାଇ ୧୦୦% ବିଜୟ ପ୍ରତିଶତ ପଏଣ୍ଟ ହାସଲ କରିଛି। ଏବେ ଦଳ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ମଧ୍ୟ ରହିଛି। ପାକିସ୍ତାନ ତଳକୁ ୬୬.୬୭ ବିଜୟ ପ୍ରତିଶତ ପଏଣ୍ଟ ସହ ଭାରତ ଅଛି।

ଘରୋଇ ପରିବେଶରେ ଶ୍ରୀଲଙ୍କା ଖେଳୁଥିଲେ ହେଁ ଏହାର ଫାଇଦା ଆଦୌ ଉଠାଇ ପାରିନି। ଶ୍ରୀଲଙ୍କା ପ୍ରଥମ ଇନିଂସରେ ମାତ୍ର ୧୬୬ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ଓପନର ଅବଦୁଲ୍ଲା ସଫୈକ୍ୟୁଙ୍କ ୨୦୧ ଓ ଆଘା ସଲମାନଙ୍କ ଅପରାଜିତ ୧୩୨ ରନ ବଳରେ ୫ ୱିକେଟ ହରାଇ ୫୭୬ ରନ କରିବା ପରେ ପାଳି ଘୋଷଣା କରିଥିଲା।

Advertisment

ବର୍ଷା ଯୋଗୁ ମ୍ୟାଚ୍‌ର ଦ୍ୱିତୀୟ ଦିନ ପ୍ରଭାବିତ ହୋଇଥିଲେ ହେଁ ପାକିସ୍ତାନ ୪ ଦିନରେ ମ୍ୟାଚ୍‌କୁ ଶେଷ କରିବାକୁ ସକ୍ଷମ ହୋଇଛି। ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସରେ ସ୍ପିନର ନୋମାଲ ଅଲୀ ଘାତକ ବୋଲିଂ କରିଥିଲେ। ସେ ଶ୍ରୀଲଙ୍କାର ପ୍ରଥମ ୭ ୱିକେଟ ଦଖଲ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଏହାପରେ ଦ୍ରୁତ ବୋଲର ନସୀମ ଶାହ ବାକି ୩ଟି ୱିକେଟ ଦଖଲ କରି ଶ୍ରୀଲଙ୍କା ଇନିଂସକୁ ୧୮୮ ରନରେ ଶେଷ କରି ଦେଇଥିଲେ।

ଦ୍ୱିତୀୟ ଇନିଂସରେ ଭଲ ଆରମ୍ଭ କରିଥିଲେ। ପ୍ରଥମ ୱିକେଟ ପାଇଁ ନିଶାନ ମଧୁଶାକା ଓ ଅଧିନାୟକ ଦିମୁଥ କରୁଣାରତ୍ନେ ୬୯ ରନ ଯୋଡ଼ିଥିଲେ। କିନ୍ତୁ ୩୩ ରନ କରିଥିବା ମଧୁଶାକାଙ୍କୁ ଆଉଟ କରି ନୋମାନ ପାକିସ୍ତାନକୁ ପ୍ରଥମ ସଫଳତା ଦେଇଥିଲେ।

ଆଜି ଦିବସର ପ୍ରଥମ ବଲରେ ସେ ଆଉଟ ହୋଇଥିଲେ। ଲଞ୍ଚ ପରେ ୪୧ ରନ କରିଥିବା କରୁଣାରତ୍ନେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ତାସର ଘର ଭଳି ଶ୍ରୀଲଙ୍କାର ବ୍ୟାଟିଂ ଲାଇନ ଅପ ଭୁଶୁଡ଼ି ପଡ଼ିଥିଲା। ନୋମାନ ନିଜର ଯାଦୁ ଦେଖାଇ କୁଶଲ ମେଣ୍ଡିସ ଓ ଦୀନେଶ ଚାଣ୍ଡିମାଲଙ୍କୁ ଆଉଟ କରିଥିଲେ।

ତେବେ ଧନଞ୍ଜୟ ଡିସିଲଭା କିଛି ସମୟ ଲଢ଼େଇ କରିଥିଲେ। ସେ ୩୮ ବଲରେ କେବଳ ୧୦ ରନ କରି ନୋମାନଙ୍କ ୫ମ ଶିକାର ବନିଥିଲେ। ସାଦୀରା ସମରାବିକ୍ରମା ଓ ରମେଶ ମେଣ୍ଡିସଙ୍କୁ ଆଉଟ କରି ନୋମାନ ୭ ୱିକେଟ ଦଖଲ କରିବାର ସଫଳତା ପାଇଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ ଖୁଣ୍ଟ ଭଳି ଛିଡ଼ା ହୋଇଥିଲେ। ନିଜର ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ। ହେଲେ ଅନ୍ୟପଟେ ତାଙ୍କୁ କେହି ବି ସାଥ ଦେଇ ନଥିଲେ।

ନସୀମ ଶାହ ନିଜର ପେସ୍‌ ମାଧ୍ୟମରେ ପ୍ରଭାତ ଜୟସୂରିୟା, ଅସିଥା ଫର୍ଣ୍ଣାଣ୍ଡୋ ଓ ଦିଲଶାନ ମଧୁଶଙ୍କାଙ୍କୁ ଆଉଟ କରି ଶ୍ରୀଲଙ୍କା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ମାଥ୍ୟୁସ ଶେଷ ଯାଏ ୬୩ ରନ କରି ଅପରାଜିତ ରହିଥିଲେ।

Pakistan Cricket Sri Lanka