Advertisment

ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍‌, ବୟକଟ କରିବ ପାକିସ୍ତାନ!

ହୋଷ୍ଟ ଦାୟିତ୍ୱ ଯିବା ପରେ ମଧ୍ୟ ପାକିସ୍ତାନ ଆଉ ଗୋଟିଏ ପ୍ରସ୍ତାବ ଦେଇଛି। ଯଦି ଏବେ ସେମାନଙ୍କ ପ୍ରସ୍ତାବ ଏସିଆନ କ୍ରିକେଟ କାଉନସିଲ ଦ୍ୱାରା ଗ୍ରହଣ ନ କରାଯାଏ, ତା’ହେଲେ ପାକିସ୍ତାନ କ୍ରିକେଟ ଟିମ ଏସିଆ କପକୁ ବୟକଟ କରିବ ବୋଲି ଧମକ ଦେଇଛି।

author-image
Hemant Lenka
Pakistan

Pakistan

ଭାରତର ପ୍ରତିବାଦ ପରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଏସିଆ କପକୁ ଶ୍ରୀଲଙ୍କା ସ୍ଥାନାନ୍ତର କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପାକିସ୍ତାନ ପ୍ରଥମେ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ପାଇଥିଲା। କିନ୍ତୁ ବିସିସିଆଇ ଭାରତୀୟ ଟିମକୁ ପାକିସ୍ତାନ ପଠାଇବ ନାହିଁ ବୋଲି ରୋକଠୋକ ମନା କରିବା ପରେ ଇସଲାମାବାଦ ହାତରୁ ଆୟୋଜନ ଅଧିକାର ଖସିଯାଇଛି।

Advertisment

ଏହାକୁ ପାକିସ୍ତାନ କ୍ରିକେଟ ଅଧିକାରୀମାନେ ବିରୋଧ କରିଛନ୍ତି। ହୋଷ୍ଟ ଦାୟିତ୍ୱ ଯିବା ପରେ ମଧ୍ୟ ପାକିସ୍ତାନ ଆଉ ଗୋଟିଏ ପ୍ରସ୍ତାବ ଦେଇଛି। ଯଦି ଏବେ ସେମାନଙ୍କ ପ୍ରସ୍ତାବ ଏସିଆନ କ୍ରିକେଟ କାଉନସିଲ ଦ୍ୱାରା ଗ୍ରହଣ ନ କରାଯାଏ, ତା’ହେଲେ ପାକିସ୍ତାନ କ୍ରିକେଟ ଟିମ ଏସିଆ କପକୁ ବୟକଟ କରିବ ବୋଲି ଧମକ ଦେଇଛି। 

ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ନଜାମ ସେଠୀ ଏସିଆନ କ୍ରିକେଟ କାଉନସିଲର ଅଧିକାରୀମାନଙ୍କୁ ମଙ୍ଗଳବାର ଭେଟିଥିଲେ। ଏହି ସମୟରେ ଏସିଆ କପର ଭେନ୍ୟୁକୁ ଶ୍ରୀଲଙ୍କା ସ୍ଥାନାନ୍ତର ପାଇଁ କରାଯାଉଥିବା ପ୍ରୟାସକୁ ବିରୋଧ କରିଥିଲେ। ପିସିବି ସୂତ୍ରରେ କୁହାଯାଇଛି ଯେ ଏସିଆନ କ୍ରିକେଟ କାଉନସିଲ ପାକିସ୍ତାନ ଏସିଆ କପ ପାଇଁ ଦେଇଥିବା ହାଇବ୍ରିଡ ମଡେଲ ପ୍ରସ୍ତାବକୁ ଗ୍ରହଣ କରିବା ଦରକାର ବୋଲି ସେଠୀ କହିଛନ୍ତି।

Advertisment

ଏସିଆ କପ ଖେଳିବାକୁ ଥିବା ଅଧିକାଂଶ ଦଳ ଏହାକୁ ଅନ୍ୟତ୍ର କରିବାକୁ ଦାବି କରୁଥିବାରୁ ୨୦୧୮ ଓ ୨୦୨୨ ଭଳି ମ୍ୟାଚ୍‌ ୟୁଏଇରେ ଅନୁଷ୍ଠିତ ହେଉ। ସେପ୍ଟେମ୍ବର ମାସରେ ୟୁଇଏରେ ପ୍ରବଳ ଗରମ ହେଉଥିବାର ଆଳ ଦେଖାଇ ବିସିସିଆଇ ସେଠାରେ ଟୁର୍ଣ୍ଣାମେଣ୍ଟକୁ ବିରୋଧ କରୁଛି।

କିନ୍ତୁ ୨୦୨୦ ସେପ୍ଟେମ୍ବରରୁ ନଭେମ୍ବର ଯାଏ ବିସିସିଆଇ ୟୁଏଇରେ ହିଁ ଆଇପିଏଲ ଆୟୋଜନ କରାଯାଇଥିଲା। ତେଣୁ ସେଠୀ ଏ ବିଷୟରେ କାଉନସିଲର ଅଧିକାରୀମାନଙ୍କୁ ଜଣାଇଛନ୍ତି। ଯଦି ଏଥର ଏସିସି ଏହାକୁ ଗ୍ରହଣ ନ କରିବ, ତା’ହେଲେ ପାକିସ୍ତାନ ଏସିଆ କପକୁ ବୟକଟ କରିବ ବୋଲି ନିଷ୍ପତ୍ତି ନେଇଥିବା ଏହି ସୂତ୍ରରେ କୁହାଯାଇଛି।

Pakistan Indian Cricket Team Cricket Asia Cup Cricket