Advertisment

ଶ୍ରୀଲଙ୍କା ଉପରେ ରାଗ ଶୁଝାଇଲା ପାକିସ୍ତାନ: ଦିନିକିଆ ସିରିଜ ଖେଳିବାକୁ ମନା କଲା

ପ୍ରଥମେ ଆୟୋଜନ ପାଇଁ ଅଧିକାର ପାଇଥିବା ପିସିବି କ୍ଷୁବ୍ଧ ହୋଇଛି। ଏଥିପାଇଁ ଶ୍ରୀଲଙ୍କା ନିଜ ଦେଶରେ ପାକିସ୍ତାନକୁ ଦିନିକିଆ ସିରିଜ ଖେଳିବାକୁ ଡାକିଥିଲେ ହେଁ ଏହାକୁ ପିସିବି ମନା କରିଦେଇଛି। ଶ୍ରୀଲଙ୍କାରେ ଦିନିକିଆ ସିରିଜ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ପିସିବି କହିଛି।

PCB

PCB

Advertisment

ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରେ ନିଜର ରାଗ ଶୁଝାଇଛି ପାକିସ୍ତାନ କ୍ରିକେଟ ବୋର୍ଡ ପିସିବି। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍‌କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିବାରୁ ଶ୍ରୀଲଙ୍କା ଏହାର ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା।

Advertisment

ଏଥିରେ ପ୍ରଥମେ ଆୟୋଜନ ପାଇଁ ଅଧିକାର ପାଇଥିବା ପିସିବି କ୍ଷୁବ୍ଧ ହୋଇଛି। ଏଥିପାଇଁ ଶ୍ରୀଲଙ୍କା ନିଜ ଦେଶରେ ପାକିସ୍ତାନକୁ ଦିନିକିଆ ସିରିଜ ଖେଳିବାକୁ ଡାକିଥିଲେ ହେଁ ଏହାକୁ ପିସିବି ମନା କରିଦେଇଛି। ଶ୍ରୀଲଙ୍କାରେ ଦିନିକିଆ ସିରିଜ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ପିସିବି କହିଛି।

ସୂତ୍ର ଅନୁସାରେ, ଏସିଆ କପ ଖେଳିବାକୁ ଭାରତୀୟ ଟିମ ପାକିସ୍ତାନ ଯିବାକୁ ମନା କରିବାରୁ ଏହାର ଆୟୋଜନକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଭାରତ ନିରପେକ୍ଷ ଭେନ୍ୟୁରେ ଖେଳିବାକୁ ପ୍ରସ୍ତାବ ଦେବାରୁ ପିସିବି ମୁଖ୍ୟ ନଜାମ ସେଠୀ ଗୋଟିଏ ହାଇବ୍ରିଡ ମଡେଲ କଥା କହିଥିଲେ।

Advertisment

ପାକିସ୍ତାନରେ ୪ଟି ଓ ବାକି ମ୍ୟାଚ୍‌ ଅନ୍ୟତ୍ର ଆୟୋଜନ କରିବାକୁ ସେ କହିଥିଲେ। ତେବେ ଶ୍ରୀଲଙ୍କା ଏହି ବିବାଦ ମଧ୍ୟରେ ଏସିଆ କପର ସମସ୍ତ ମ୍ୟାଚ୍‌ ଆୟୋଜନ କରିବାକୁ ପ୍ରସ୍ତାବ ଦେବାରୁ ପିସିବି ଏହି ଦ୍ୱୀପ ଦେଶ ଉପରେ କ୍ଷୁବ୍ଧ ହୋଇଥିଲା। ତଥାପି ଶ୍ରୀଲଙ୍କା ପକ୍ଷରୁ ପିସିବିକୁ ଦିନିକିଆ ସିରିଜ ଖେଳିବାକୁ କଲମ୍ବୋ ଆସିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ପିସିବି ଏହାକୁ ଅଗ୍ରାହ୍ୟ କରି ଦେଇଥିବା ଏହି ସୂତ୍ରରେ କୁହାଯାଇଛି।

ପାକିସ୍ତାନ ଜୁଲାଇ ମାସରେ ଆଇସିସିର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ନିୟମ ଅନୁସାରେ ୨ଟି ମ୍ୟାଚ୍‌ ଖେଳିବାକୁ ଶ୍ରୀଲଙ୍କା ଯିବ। ଏହି ସମୟରେ ଶ୍ରୀଲଙ୍କା ପକ୍ଷରୁ ପାକିସ୍ତାନକୁ କିଛି ଦିନିକିଆ ମ୍ୟାଚ୍‌ ଖେଳିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ଶ୍ରୀଲଙ୍କା ଦିନିକିଆ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ଦଳକୁ ଅକ୍ଟୋବରରେ ଜିମ୍ବାୱେରେ ଅନୁଷ୍ଠିତ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ହେବ।

ଏହାପୂର୍ବରୁ ଖେଳାଳିଙ୍କ ଅଭ୍ୟାସ ପାଇଁ ଶ୍ରୀଲଙ୍କା ପାକିସ୍ତାନ ସହ କିଛି ମ୍ୟାଚ୍‌ ଖେଳିବାକୁ ଚାହୁଁଥିଲା। ପ୍ରଥମେ ପିସିବି ଏହା ଉପରେ ବିଚାର କରିବ ବୋଲି କହିଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହାକୁ ଅଗ୍ରାହ୍ୟ କରି ଦେଇଛି।

ପାକିସ୍ତାନ କ୍ରିକେଟ ବୋର୍ଡ ଏସିଆ କପରେ ଶ୍ରୀଲଙ୍କାର ହସ୍ତକ୍ଷେପ ଯୋଗୁ ଅସନ୍ତୋଷ ପ୍ରକାଶ କରିଛି। ସେହିପରି ଏସିଆ କପ ପ୍ରସଙ୍ଗରେ ବାଂଲାଦେଶ ଓ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଗ୍ରହଣ କରିଥିବା ଆଭିମୁଖ୍ୟକୁ ଦେଖି ମଧ୍ୟ ପିସିବି କ୍ଷୁବ୍ଧ ହୋଇଛି। ପିସିବି ଆଶା କରିଥିଲା ଯେ ଶ୍ରୀଲଙ୍କ, ବାଂଲାଦେଶ ଓ ଆଫଗାନ କ୍ରିକେଟ ବୋର୍ଡ ଏସିଆ କପ ଆୟୋଜନ ପ୍ରସଙ୍ଗରେ ବିସିସିଆଇକୁ ବୁଝାଇବେ ଓ ସେଠୀ ଦେଇଥିବା ହାଇବ୍ରିଡ୍‌ ପ୍ରସ୍ତବାକୁ ଗ୍ରହଣ କରିବେ।

ତେବେ ଏହି ଦେଶର ବୋର୍ଡ ସଦସ୍ୟମାନେ ପାକିସ୍ତାନ ବଦଳରେ ବିସିସିଆଇ କଥାରେ ରାଜି ହୋଇଛନ୍ତି। ଏପରି କି ଏହି ଦେଶର ବୋର୍ଡ ସଦସ୍ୟମାନେ ଆଇପିଏଲ ଫାଇନାଲ ଦେଖିବାକୁ ଭାରତ ଆସିଥିଲେ ଓ ବିସିସିଆଇ ସାମ୍ପାଦକ ଜୟ ଶାହଙ୍କ ସହ ମିଟିଂ ମଧ୍ୟ କରିଥିଲେ। ଏହାକୁ ଦେଖି ପିସିବି ଏବେ ଶ୍ରୀଲଙ୍କା ଉପରେ କ୍ଷୁବ୍ଧ ହୋଇଛି।

Pakistan Asia Cup Cricket PCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe