Advertisment

ପାକିସ୍ତାନ କ୍ରିକେଟ ବୋର୍ଡରେ ସାଂଘାତିକ ଆର୍ଥିକ ହେରଫେର!

ଅନାଧିକୃତ ଭାବେ କରାଚିରେ ଅଣ୍ଡର ୧୬ ତାଲିମ କେନ୍ଦ୍ର ପାଇଁ ୩ ଜଣ କୋଚଙ୍କୁ ନିଯୁକ୍ତ କରାଯାଇଥିଲା। ସେମାନଙ୍କ ଦରମା ପାଇଁ ୫.୪ ନିୟୁତ ଟଙ୍କା ଖର୍ଚ୍ଚ କରାଯାଇଛି।

PCB

PCB

Advertisment

ବିବାଦରେ ପାକିସ୍ତାନ କ୍ରିକେଟ ବୋର୍ଡ। ଦେଶର ଅଡିଟର ଜେନେରାଲ ସାଂଘାତିକ ଆର୍ଥିକ ହେରଫେର ଉପରୁ ପରଦା ହଟାଇଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ ବେଆଇନ କାର୍ଯ୍ୟକଳାପ ସହ ବ୍ୟାପକ ଦୁର୍ନୀତି କରିଥିବା ଜଣାପଡ଼ିଛି। ଅଡିଟ ରିପୋର୍ଟରେ ଏକାଧିକ ଆର୍ଥିକ ଅନିୟମିତତା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସୁରକ୍ଷା ଯୋଗାଇ ଦେବା ପାଇଁ ପୁଲିସ୍‌ର ଖାଇବା ସକାଶେ ୬୩.୩୯ ନିୟୁତ ଟଙ୍କା ଖର୍ଚ୍ଚ କରାଯାଇଥିବା ପିସିବି କହିଛି। ହେଲେ ଏଥିରେ ଅନିୟମିତତା ହୋଇଥିବା ଅଡିଟ ରିପୋର୍ଟରେ ଦର୍ଶାଯାଇଛି।

Advertisment

ଅନାଧିକୃତ ଭାବେ କରାଚିରେ ଅଣ୍ଡର ୧୬ ତାଲିମ କେନ୍ଦ୍ର ପାଇଁ ୩ ଜଣ କୋଚଙ୍କୁ ନିଯୁକ୍ତ କରାଯାଇଥିଲା। ସେମାନଙ୍କ ଦରମା ପାଇଁ ୫.୪ ନିୟୁତ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଖୋଲା ବଜାର ବଦଳରେ ଗୁପ୍ତ ଭାବେ ଟିକେଟ କଣ୍ଟ୍ରାକ୍ଟ ମଧ୍ୟ ପିସିବି ପକ୍ଷରୁ ଦିଆଯାଇଥିଲା।

୨୦୨୩ ଜୁନରୁ ୨୦୨୪ ଜୁଲାଇ ମଧ୍ୟରେ ପିସିବିରେ ୨ ଜଣ ଭିନ୍ନ ଅଧ୍ୟକ୍ଷ ଜାକା ଅଶର୍ଫ ଓ ମୋହଶିନ ନକଭୀ ରହିଥିଲେ। ଏହି ସମୟରେ ହିଁ ଆର୍ଥିକ ଅନିୟମିତତା ଓ ବେଆଇନ କାର୍ଯ୍ୟକଳାପ ସବୁ ହୋଇଛି।

Advertisment

୨୦୨୨ ଡିସେମ୍ବର ମାସରେ ରମିଜ ରାଜାଙ୍କୁ ପିସିବି ଅଧ୍ୟକ୍ଷ ପଦରୁ ବିଦା କରାଯାଇଥିଲା। ଏହାପରେ ୨୦୨୨ ଡିସେମ୍ବରରୁ ୨୦୨୩ ଜୁନ ଯାଏ ନଜମ ସେଠୀ ଅଧ୍ୟକ୍ଷ ହୋଇଥିଲେ। ଏହାପରେ ୨୦୨୩ରୁ ୨୦୨୪ ଜାନୁଆରୀ ଯାଏ ଜାକା ଅଶର୍ଫ ଓ ୨୦୨୪ ଫେବୃଆରୀରୁ ଏଯାଏ ନକଭୀ ରହିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ମ୍ୟାଚ୍‌ ଅଫିସିଆଲଙ୍କୁ ମ୍ୟାଚ୍‌ ଫି’ ଠାରୁ ଅଧିକ ୩.୮ ମିଲିୟନ ଟଙ୍କା ଦିଆଯାଇଛି। ମାସକୁ ୯୦୦,୦୦୦ ଟଙ୍କା ଦେଇ ଡିରେକ୍ଟର ଅଫ ମିଡିଆ ନିଯୁକ୍ତିରେ ଅନିୟମିତତା ଓ ଅନାଧିକୃତ ଭାବେ ୨୦୨୪ ଫେବୃଆରୀରୁ ଜୁନ ୨୦୨୪ ଯାଏ ପିସିବି ଅଧ୍ୟକ୍ଷକୁ ୪.୧୭ ମିଲିୟନ ଟଙ୍କା ପ୍ରଦାନ କରାଯାଇଛି।

ସବୁଠାରୁ କୌତୁହଳର ବିଷୟ ହେଲା ବିନା ଯାଞ୍ଚରେ କେମିତି ୨୦୨୩ ଅକ୍ଟୋବରରେ ଜଣେ ମିଡିଆ ଡିରେକ୍ଟରଙ୍କୁ ନିଯୁକ୍ତି ଦିଆଯାଇଥିଲା, ସେକଥା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ପଦ ପାଇଁ ଅଗଷ୍ଟ ୧୭ରେ ବିଜ୍ଞାପନ ପ୍ରକାଶ ପାଇଥିଲା ସତ। କିନ୍ତୁ ନିଯୁକ୍ତି, ଅନୁମୋଦନ, ନିଯୁକ୍ତି ସଂକ୍ରାନ୍ତ ଚିଠି, ଚୁକ୍ତିରେ ଦସ୍ତଖତ ଓ ଜଏନିଂ ଆଦି ସବୁ କାମ ଗୋଟିଏ ଦିନ ଅର୍ଥାତ ୨୦୨୩ ଅକ୍ଟୋବର ୨ରେ ହୋଇଥିଲା।

ପ୍ରଥମଥର ପାଇଁ ଅଡିଟ ରିପୋର୍ଟରେ ପିସିବିରେ ଚାଲିଥିବା ସାଂଘାତିକ ଖେଳର ପର୍ଦ୍ଦାଫାସ ହୋଇନି। ଏହାପୂର୍ବରୁ ମଧ୍ୟ ଅନେକ ଥର ପିସିବିର ଦୁର୍ନୀତି ପେଡ଼ି ଖୋଲିଥିଲା। କିନ୍ତୁ ଏଯାଏ ପିସିବିର କୌଣସି ଅଧ୍ୟକ୍ଷ କିମ୍ବା ପୂର୍ବତନ ଅଧ୍ୟକ୍ଷଙ୍କୁ ଏଥିପାଇଁ ଉତ୍ତରଦାୟୀ କରାଯାଇ ନାହିଁ।

Pakistan PCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe