Advertisment

ଭିସା ଅପେକ୍ଷାରେ ପାକିସ୍ତାନ ଖେଳାଳି, ଦୁବାଇ ଯୋଜନା ବାତିଲ

ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇସଲାମାବାଦରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ପାକିସ୍ତାନ ଖେଳାଳିଙ୍କୁ ଭାରତ ଗସ୍ତ ପାଇଁ ଭିସା ମିଳିନାହିଁ। ତେଣୁ ଦୁବାଇ ଗସ୍ତକୁ ବାତିଲ କରାଯାଇଛି।

Pakistan

Pakistan

Advertisment

ବିଶ୍ୱକପ ଖେଳିବା ପାଇଁ ଭାରତ ଆସିବାକୁ ଥିବା ପାକିସ୍ତାନର ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କୁ ଏଯାଏ ମିଳିନି ଭିସା। ସେପ୍ଟେମ୍ବର ୨୭ରେ ପାକିସ୍ତାନ ଟିମ ଭାରତ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ୨୯ ତାରିଖରେ ପାକିସ୍ତାନ ହାଇଦ୍ରାବାଦରେ ଅଭ୍ୟାସ ମ୍ୟାଚ୍‌ ଖେଳିବ। କିନ୍ତୁ ଏଯାଏ ଟିମକୁ ଭାରତ ପକ୍ଷରୁ ଭିସା ଦିଆଯାଇ ନଥିଲା ଜଣାପଡ଼ିଛି।

Advertisment

ଦୁବାଇ ଦେଇ ପାକିସ୍ତାନ ଟିମ ହାଇଦ୍ରାବାଦରେ ପହଞ୍ଚିବାର ଯୋଜନା ରହିଛି। ଭାରତ ଆସିବା ପୂର୍ବରୁ ଖେଳାଳିମାନେ ଦୁଇ ଦିନ ଦୁବାଇରେ ସ୍ୱତନ୍ତ୍ର ସେସନ୍ସ କରିଥାଆନ୍ତେ। ଏହାପରେ ସେଠାରୁ ହାଇଦ୍ରାବାଦ ଆସିଥାଆନ୍ତେ। କିନ୍ତୁ ଭିସା ମିଳି ନଥିବାରୁ ପାକିସ୍ତାନ ଟିମର ଦୁବାଇ ଯୋଜନା ବାତିଲ ହୋଇ ଯାଇଛି।

ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇସଲାମାବାଦରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ପାକିସ୍ତାନ ଖେଳାଳିଙ୍କୁ ଭାରତ ଗସ୍ତ ପାଇଁ ଭିସା ମିଳିନାହିଁ। ତେଣୁ ଦୁବାଇ ଗସ୍ତକୁ ବାତିଲ କରାଯାଇଛି।

Advertisment

ପିସିବି ପକ୍ଷରୁ ଏ ସମ୍ପର୍କରେ ଆଇସିସିକୁ ମଧ୍ୟ ଅବଗତ କରାଯାଇଛି। ୨୦୧୬ରେ ପାକିସ୍ତାନ ଟି-୨୦ ବିଶ୍ୱକପ ଖେଳିବାକୁ ଭାରତ ଆସିଥିଲା। ଏବେ ପୁଣି ଦିନିକିଆ ବିଶ୍ୱକପ ଖେଳିବାକୁ ପାକିସ୍ତାନ ଚୀରପ୍ରତିଦ୍ୱନ୍ଦ୍ୱୀ ଭାରତକୁ ଆସିଛି।

ପିସିବି ସୂତ୍ରରେ କୁହାଯାଇଛି ଯେ “ଶୁକ୍ରବାର ପିସିବି ପକ୍ଷରୁ ଅଧିକାରୀମାନଙ୍କୁ ଭିସା ଆଣିବା ପାଇଁ ଇସଲାମାବାଦ ପଠାଯାଇଥିଲା। କିନ୍ତୁ ଭିସା ମଞ୍ଜୁରୀ ପ୍ରକ୍ରିୟା ଏବେ ବି ଜାରି ରହିଛି। ଏଥିପାଇଁ ବୋର୍ଡ ବାଧ୍ୟ ହୋଇ ଖେଳାଳିଙ୍କ ଦୁବାଇ ଗସ୍ତ ବାତିଲ କରିଛି। ପାସପୋର୍ଟ ମିଳିବା ପରେ ଟିମ ସିଧା ଦୁବାଇ ଦେଇ ସେପ୍ଟେମ୍ବର ୨୭ରେ ହାଇଦ୍ରାବାଦରେ ପହଞ୍ଚିବ।”

ଆଉ ଏକ ସୂତ୍ରରେ କୁହାଯାଇଛି ଯେ ଭେରିଫିକେସନ ପ୍ରକ୍ରିୟା ଶେଷ ହେବା ପରେ ଭିସା ମିଳିବ। ପାକିସ୍ତାନୀ ପାସପୋର୍ଟଧାରୀଙ୍କୁ ଭାରତୀୟ ଭିସା ଦେବା ପୂର୍ବରୁ ୩ ମନ୍ତ୍ରଣାଳୟର ଅନୁମୋଦନ ଆବଶ୍ୟକ। ସ୍ୱରାଷ୍ଟ୍ର, ବୈଦେଶିକ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଅନୁମତି ପରେ ହିଁ ଜଣେ ପାକିସ୍ତାନୀଙ୍କୁ ଭିସା ମିଳିବ। ତେଣୁ ଏହି ପ୍ରକ୍ରିୟା ଶେଷ ହେବାକୁ ସମୟ ଲାଗୁଥିବା ଏହି ସୂତ୍ରରେ କୁହାଯାଇଛି।

ପାକିସ୍ତାନ ଖେଳାଳି ଓ ଅଫିସିଆଲଙ୍କୁ ମିଶାଇ ମୋଟ ୩୩ ଜଣ ଭାରତ ଗସ୍ତରେ ଆସିବେ। ଏମାନେ ଭାରତ ଆସିବାକୁ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିଥିବା ବେଳେ କେବଳ ଭିସାକୁ ଅପେକ୍ଷା କରିଛନ୍ତି।

Pakistan Cricket India Vs Pakistan ICC Men’s Cricket World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe