Advertisment

Asia Cup: ଏସିଆ କପ୍‌ ମ୍ୟାଚ୍‌ ଫି’ ଆତଙ୍କବାଦୀଙ୍କୁ ଦାନ କଲା ‘ଟ୍ରଫି ଚୋର’ ପାକିସ୍ତାନ

ପାକିସ୍ତାନର କହିବା କଥା ଯେ ମେ’ ୭ରେ ହୋଇଥିବା ଅପରେସନରେ ୧୧ ଜଣ ପାକିସ୍ତାନୀ ସୈନ୍ୟ ଓ ୪୦ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା। ବାସ୍ତବରେ ଭାରତ କରିଥିବା ଅପରେସନରେ ଜୈଶ ସମେତ ଶତାଧିକ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

author-image
Hemant Lenka
Pakistan-12

ପାକିସ୍ତାନ ଅଧିନାୟକ ଓ ଧ୍ୱଂସ ଆତଙ୍କୀ ଆଡ୍ଡା

ସବୁ ସୀମା ଟପି ଯାଇଛି ପାକିସ୍ତାନ। ପୂର୍ବରୁ ଲୁଚା ଛପାରେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିଲା ପାକିସ୍ତାନ। କିନ୍ତୁ ଏବେ ଆତଙ୍କବାଦୀଙ୍କୁ ଖୋଲାଖୋଲି ସମର୍ଥନ କରିଛି ପାକିସ୍ତାନ। ପାକିସ୍ତାନ ସରକାରଙ୍କ କଥାରେ ଏବେ ପାକିସ୍ତାନୀ ଖେଳାଳି ମଧ୍ୟ ଆତଙ୍କବାଦୀଙ୍କ ପ୍ରତି ଥିବା ପ୍ରୀତିକୁ ପ୍ରଦର୍ଶନ କରିଛନ୍ତି।

Advertisment

ଭାରତ ବିପକ୍ଷ ସୁପର ୪ ମ୍ୟାଚ୍‌ରେ ପାକିସ୍ତାନର କିଛି ଖେଳାଳି ଆତଙ୍କୀ ମାନସିକତା ପ୍ରଦର୍ଶନ କରିଥିଲେ। ଏବେ ଭାରତ ବିପକ୍ଷ ଫାଇନାଲ ମ୍ୟାଚ୍‌ ହାରି ମଧ୍ୟ ପାକିସ୍ତାନୀ ଖେଳାଳି(Pakistan Cricket)ଙ୍କ ତୋଡ଼ ଭାଙ୍ଗି ନାହିଁ। ପରାଜୟ ପରେ ଭାରତର ବିଜୟ ଟ୍ରଫିକୁ ନେଇ ଚାଲି ଯାଇଥିବା ପାକିସ୍ତାନ କ୍ରିକେଟ ବୋର୍ଡ ବଡ଼ ଘୋଷଣା କରିଛି। 

ଏସିଆ କପ ଫାଇନାଲ ମ୍ୟାଚ୍‌ ବାବଦରେ ଖେଳାଳିମାନେ ପାଇବାକୁ ଥିବା ଫି’କୁ ଏବେ ଆତଙ୍କବାଦୀଙ୍କୁ ପାକିସ୍ତାନ ପକ୍ଷରୁ ଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏକଥା ଖୋଦ ପାକିସ୍ତାନ ଜାତୀୟ ଟିମର କ୍ୟାପ୍ଟେନ ସଲମାନ ଅଲୀ ଆଘା ଓ ପିସିବି ପକ୍ଷରୁ ଘୋଷଣା କରାଯାଇଛି।

Advertisment

ଆପଣ ଭାବୁଥିବେ, ପାକିସ୍ତାନ କେବେ ଠାରୁ ଖୋଲାଖୋଲି ଆତଙ୍କବାଦୀଙ୍କୁ ସମର୍ଥନ କରିବାର ସାହାସ ପାଇଲାଣି? ଆଜ୍ଞା ହଁ, ଆପଣ ଠିକ ଭାବିଛନ୍ତି। ଚୋର ମୁହଁ ଟାଣ ଭଳି ଲୁଚାଛଫାରେ ଏବେ ପାକିସ୍ତାନୀ କ୍ରିକେଟରମାନେ ଆତଙ୍କବାଦୀଙ୍କୁ ସମର୍ଥନ କରିଛନ୍ତି। ଏପରି କି ଫାଇନାଲ ମ୍ୟାଚ୍‌ର ଫି’କୁ ମଧ୍ୟ ସେମାନେ ଆତଙ୍କବାଦ ଉଦ୍ଦେଶ୍ୟରେ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। 

ପହଲଗାମ ନରସଂହାରର ବଦଲା ନେବାକୁ ଭାରତ ମେ’ ୭ରେ ଅପରେସନ ସିନ୍ଦୂର(Operation Sindoor) ଆରମ୍ଭ କରିଥିଲା। ଏହି ସମୟରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଥିଲା। ଜୈଶ, ହିଜବୁଲ ଓ ଲସ୍କରର ଠିକଣାଗୁଡ଼ିକ ଛିନଛତ୍ର ହୋଇଯାଇଥିଲେ। ଏଥିରେ ଶତାଧିକ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଆତଙ୍କବାଦୀ ନିହତ ହେବା ଓ ସେମାନଙ୍କର ଆଡ୍ଡା ଧ୍ୱଂସ ହେବା ଫଟୋ ବି ସାମ୍ନାକୁ ଆସିଥିଲା।

ଭାରତ ଆତଙ୍କବାଦୀଙ୍କ ଉପରେ ପ୍ରହାର କରିଥିବା ବେଳେ ସେମାନଙ୍କ ପାଇଁ ବାହାରି ପୁଣି ସେକା ଖାଇଥିଲା ପାକିସ୍ତାନ। ଇସଲାମାବାଦ ପକ୍ଷରୁ ମେ’ ୭ ଅପରେସନର ଜବାବ ଦେବାକୁ ଜୋରଦାର ଉଦ୍ୟମ ହୋଇଥିଲା। କିନ୍ତୁ ଭାରତୀୟ ସେନା ମୁହଁତୋଡ଼ ଜବାବ ଦେବାରୁ ପାକିସ୍ତାନ ମାଟି କାମୁଡ଼ିଥିଲା। ପାକିସ୍ତାନର ଏକାଧିକ ଏୟାର ବେସ୍‌ ଧ୍ୱଂସ ହେବା ପରେ ଦେଶ ସେନା ମେ’ ୧୦ରେ ଭାରତ ଆଗରେ ଆକ୍ରମଣ ବନ୍ଦ କରିବାକୁ ନେହୁରା ହୋଇଥିଲା।

ପାକିସ୍ତାନ ଉପରେ ଦୟା କରି ଭାରତ ଆକ୍ରମଣ ବନ୍ଦ କରିଥିଲେ ହେଁ ପାକିସ୍ତାନ ତଥାକଥିତ ବିଜୟ ଉତ୍ସବ ପାଳିଥିଲା। ଭାରତ ବିରୋଧରେ ଅପପ୍ରଚାର କରି ଆତଙ୍କୀଙ୍କୁ ଘଣ୍ଟ ଘୋଡ଼ାଇଥିଲା।

ମେ’ ୭ରେ ନିହତ ଆତଙ୍କବାଦୀଙ୍କୁ ସାଧାରଣ ପାକିସ୍ତାନୀ ବୋଲି ଦର୍ଶାଇ ଭାରତକୁ ବିଶ୍ୱ ଦରବାରରେ ଅପମାନିତ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ। ଏଯାଏ ଏଥିରେ ସଫଳ ହୋଇ ନଥିବା ପାକିସ୍ତାନ ଏସିଆ କପ ଫାଇନାଲ ପରେ ହୋଇଥିବା ଲୋକହସାରୁ ଦୃଷ୍ଟି ହଟାଇବା ପାଇଁ ପୁଣି ନୂଆ ନାଟକ କରିଛି।

ଭାରତ ଠାରୁ ହାରିଥିବା ପାକିସ୍ତାନ ଟିମ ଉପରେ ପାକିସ୍ତାନୀ ଖପ୍ପା ହୋଇଛନ୍ତି। ଏବେ ନିଜ ଦେଶର ଲୋକଙ୍କ ପ୍ରଶଂସା ସାଉଁଟିବା ପାଇଁ ଫାଇନାଲ ମ୍ୟାଚ୍‌ର ଫି’କୁ ମେ’ ୭ରେ ଭାରତ କରିଥିବା ଆକ୍ରମଣର ପ୍ରାଣ ହରାଇଥିବା ସାଧାରଣ ଲୋକ ଓ ଛୋଟ ପିଲାଙ୍କ ପରିବାର ବର୍ଗଙ୍କୁ ଦାନ କରିବ ବୋଲି ଘୋଷଣା କରିଛି ପାକିସ୍ତାନ କ୍ରିକେଟ ଟିମ। ଏକଥା ଖୋଦ ପାକିସ୍ତାନ ଅଧିନାୟକ ଆଘା ମ୍ୟାଚ୍‌ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ସେହିପରି ମେ’ ୭ରେ ନିହତ ହୋଇଥିବା ଆତଙ୍କବାଦୀଙ୍କୁ ସେ ସହିଦର ମାନ୍ୟତା ଦେବାକୁ ମଧ୍ୟ ପଛାଇ ନାହାନ୍ତି। 

ସଲମାନ ଆଘାଙ୍କ ପରେ ପାକିସ୍ତାନ କ୍ରିକେଟ ବୋର୍ଡ(PCB) ଏକ୍ସରେ କହିଛି ଯେ “ପାକିସ୍ତାନ କ୍ରିକେଟ ଟିମ ଏସିଆ କପ ଫାଇନାଲ ମ୍ୟାଚ୍‌କୁ ମେ’ ୭ରେ ସହିଦ ହୋଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ଉତ୍ସର୍ଗ କରିଛି। ଆମ ପ୍ରାର୍ଥନା ଓ ଭାବନା ସେମାନଙ୍କ ପରିବାର ଲୋକଙ୍କ ସହ ରହିଛି।”

ପାକିସ୍ତାନର କହିବା କଥା ଯେ ମେ’ ୭ରେ ହୋଇଥିବା ଅପରେସନରେ ୧୧ ଜଣ ପାକିସ୍ତାନୀ ସୈନ୍ୟ ଓ ୪୦ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା। ବାସ୍ତବରେ ଭାରତ କରିଥିବା ଅପରେସନରେ ଜୈଶ ସମେତ ଶତାଧିକ ଆତଙ୍କବାଦୀ ପ୍ରାଣ ହରାଇଥିଲେ। 

Pakistan Cricket PCB Operation Sindoor