ନକଭୀ ଓ ମୁନିର
କ୍ରିକେଟ ବ୍ୟାପାରରେ ରାଜନୀତିକୁ ଭର୍ତ୍ତି କରିବା ପାକିସ୍ତାନ ପାଇଁ ଆଦୌ ନୂଆ ନୁହେଁ। ବାଂଲାଦେଶ-ଆଇସିସି ଟି-୨୦ ବିଶ୍ୱକପ(T20 World Cup) ବିବାଦ ମଧ୍ୟରେ ଅଯଥାରେ ପ୍ରବେଶ କରିବା ହେଉ କି ଭାରତର ଏସିଆ କପ ଟ୍ରଫି ଚୋରି କରିବା, ପାକିସ୍ତାନ ବାରମ୍ବାର ନିଜର ଅସଲ ଚେହେରା ସମସ୍ତଙ୍କୁ ଦେଖା ଚାଲିଛି।
ଟି-୨୦ ବିଶ୍ୱକପକୁ ନେଇ ଆଇସିସି ଓ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ ଚାଲିଥିବା ବେଳେ ହଠାତ୍ ପାକିସ୍ତାନ ଏଥିରେ ଧସେଇ ପଶିଥିଲା। ଏହାପରେ ଭାରତ ବିପକ୍ଷ ମ୍ୟାଚ୍କୁ ବୟକଟ କରିବାକୁ ଧମକ ଦେଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ପାକିସ୍ତାନ ପୁଣି ୟୁ-ଟର୍ଣ୍ଣ ମାରି ଭାରତ ବିପକ୍ଷରେ ଖେଳିବାକୁ ରାଜି ହୋଇଛି।
ପାକିସ୍ତାନକୁ ଯେଉଁମାନେ ଭଲ ଭାବେ ଜାଣିଥିବେ ସେମାନଙ୍କ ପାଇଁ ଏପରି ୟୁ-ଟର୍ଣ୍ଣ କିଛି ନୂଆ ନୁହେଁ। କାରଣ ପାକିସ୍ତାନ ସରକାର ବାରମ୍ବାର ବିଭିନ୍ନ ପ୍ରସଙ୍ଗରେ ୟୁଟର୍ଣ୍ଣ ନେବାର ନଜିର ରହିଛି। କିନ୍ତୁ ପାକିସ୍ତାନ ସରକାର ନିଜର ୟୁ-ଟର୍ଣ୍ଣ ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ପିସିବି ମୁଖ୍ୟ ମୋହଶିନ ନକଭୀ ନିଜ ବୟାନରେ ଦେଶର ସେନା ମୁଖ୍ୟ ଆସିମ ମୁନିରଙ୍କୁ ପୂରା ବିବାଦକୁ ଟାଣିଥିଲେ।
ସେ ଟି-୨୦ ବିଶ୍ୱକପ ବିବାଦ ସମ୍ପର୍କରେ ମତ ରଖୁଥିବା ବେଳେ ମୁନିରଙ୍କ ନାଁ ଉଚ୍ଚାରଣ କରିଥିଲେ। ଏପରି କରି ସେ ପାକିସ୍ତାନ ପାଇଁ ରାଜନୀତି ଓ କ୍ରୀଡ଼ା ସମାନ ବୋଲି ପ୍ରମାଣିତ କରିଛନ୍ତି।
ପାକିସ୍ତାନ ସୁପର ଲିଗର ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ନକଭୀଙ୍କୁ ଆଇସିସି ଚେତାବନୀ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ପାକିସ୍ତାନ ପକ୍ଷରୁ ଭାରତ ବିପକ୍ଷ ମ୍ୟାଚ୍ ବୟକଟ କଥା କୁହାଯାଇଥିବାରୁ ଏହାକୁ ନେଇ ଆଇସିସି କିଛି ଚେତାବନୀ ଦେଇଛି କି ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ ପିସିବି ମୁଖ୍ୟ ନିଜର ରାଜନୀତିକ ମାନସିକତା ପ୍ରଦର୍ଶନ କରିଥିଲେ ଓ ଆଲୋଚନାକୁ ମୁନିରକୁ ଆଣିଥିଲେ।
ସେ କହିଥିଲେ, “ଭାରତ ଓ ଆଇସିସିର ଧମକରେ ମୁଁ କିମ୍ବା ପାକିସ୍ତାନ ସରକାର ଆଦୌ ଡରିବା ଲୋକ ନୁହନ୍ତି। ଆଉ ଫିଲ୍ଡ ମାର୍ଶ ସୟଦ ଆସିମ ମୁନିରଙ୍କ କଥା ବିଚାରକୁ ନେଲେ, ଆପଣମାନେ ତାଙ୍କୁ ଆଗରୁ ଜାଣିଛନ୍ତି। ସେ କେବେ ବି ଡରନ୍ତି ନାହିଁ।”
ଭାରତର ଅପରେସନ ସିନ୍ଦୂରରେ ଘାଇଲା ହେବା ପରେ ମଧ୍ୟ ୨୦୨୫ ମେ ମାସରେ ମୁନିରଙ୍କୁ ପାକିସ୍ତାନ ସରକାର ସର୍ବୋଚ୍ଚ ସାମରିକ ସମ୍ମାନ ଫିଲ୍ଡ ମାର୍ଶଲ ରାଙ୍କକୁ ପଦୋନ୍ନତି ଦେଇଥିଲେ। ଏ ସମ୍ପର୍କରେ ନକଭୀ ଟି-୨୦ ବିଶ୍ୱକପ ବିବାଦ ସମ୍ପର୍କରେ ନକଭୀ ଉଠାଇ ନିଜର ରାଜନୀତିକ ମାନସିକତା ପ୍ରଦର୍ଶନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/10/pak1-2026-02-10-14-11-14.jpg)