Advertisment

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଶାହୀନ ଶାହ ଆଫ୍ରିଦି ଆଉଟ୍‌

ଆସନ୍ତାକାଲି ଠାରୁ ଦଳ ଦ୍ୱିତୀୟ ଟେଷ୍ଟ ଖେଳିବ। ଏହାପୂର୍ବରୁ ଶାହୀନ ଟିମରୁ ବାଦ ପଡ଼ିଛନ୍ତି।

Shaheen Afridi

Shaheen Afridi

Advertisment

ବାଂଲାଦେଶ ଠାରୁ ପ୍ରଥମ ଟେଷ୍ଟ ହାରିଥିବା ଘରୋଇ ପାକିସ୍ତାନ ଦ୍ୱିତୀୟ ମ୍ୟାଚ୍‌ରୁ ଷ୍ଟାର ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କୁ ବାଦ ଦେଇଛନ୍ତି। ବାଂଲାଦେଶ ଠାରୁ ପାକିସ୍ତାନ ହାରିବା ପରେ ଦଳ ଓ ଏହାର ଖେଳାଳିମାନଙ୍କୁ ତୀବ୍ର ସମାଲୋଚନର ହେବାକୁ ପଡ଼ିଥିଲା। ଆସନ୍ତାକାଲି ଠାରୁ ଦଳ ଦ୍ୱିତୀୟ ଟେଷ୍ଟ ଖେଳିବ। ଏହାପୂର୍ବରୁ ଶାହୀନ ଟିମରୁ ବାଦ ପଡ଼ିଛନ୍ତି।

Advertisment

ଦଳର ମୁଖ୍ୟ କୋଚ୍‌ ଜାସନ ଗିଲିସ୍ପି କହିଛନ୍ତି, ଶାହୀନ ସ୍ଥିତିକୁ ଭଲ ଭାବେ ବୁଝିଛନ୍ତି। ଏହି ବ୍ରେକରେ ସେ ନିଜ ପରିବାର ସହ କିଛି ସମୟ ବିତାଇବେ। ଆମେ ତାଙ୍କ ସହ ଭଲ ଭାବେ କଥା ହୋଇଛୁ। ଦ୍ୱିତୀୟ ଟେଷ୍ଟ ପାଇଁ ଆମକୁ ଉପଯୁକ୍ତ କମ୍ବିନେସନ କରିବାକୁ ପଡ଼ିବ। ଏକଥା ଶାହୀନ ବୁଝିଛନ୍ତି। ସେ ନିକଟରେ ବାପା ମଧ୍ୟ ହୋଇଛନ୍ତି। ତେଣୁ ଏହି ବ୍ରେକ ତାଙ୍କୁ ନିଶ୍ଚତ କମବ୍ୟାକ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

୨୦୨୨ ଜୁଲାଇରୁ ଶାହୀନ କେବଳ ୬ଟି ଟେଷ୍ଟ ଖେଳିଛନ୍ତି। ଆଣ୍ଠୁ ଜନିତ ସମସ୍ୟା ଯୋଗୁ ଶାହୀନ ଅଧିକ ସମୟ ଟେଷ୍ଟ ମ୍ୟାଚ୍‌କୁ ଦେଉ ନାହାନ୍ତି। ତେଣୁ ତାଙ୍କୁ ଏବେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ମଧ୍ୟ ବାଦ ଦିଆଯାଇଛି।

Advertisment

ଏହାବାଦ ଅଲାରାଉଣ୍ଡର ଆମୀର ଜମାଲ ଏଯାଏ ମ୍ୟାଚ୍‌ ଖେଳିବାକୁ ଫିଟ ହୋଇ ନଥିବା ଗିଲିସ୍ପି କହିଛନ୍ତି। ସେ ମଧ୍ୟ ଦ୍ୱିତୀୟ ଟେଷ୍ଟ ଖେଳିବେ ନାହିଁ। ପାକିସ୍ତାନ ଆସନ୍ତାକାଲି ୧୨ ଜଣିଆ ସ୍କ୍ୱାଡ ରଖିଛି। ଏମାନଙ୍କ ମଧ୍ୟରୁ ୧୧ ଜଣ ମ୍ୟାଚ୍‌ ଖେଳିବେ।

ପାକିସ୍ତାନ ସ୍କ୍ୱାଡ: ଶାନ ମାସୁଦ(ଅଧିନାୟକ), ସୌଦ ଶକୀଲ(ଉପ ଅଧିନାୟକ), ମହମ୍ମଦ ରିଜୱାନ(ୱିକେଟ କିପର), ଅବ୍ରାର ଅହମଦ, ମହମ୍ମଦ ଅଲୀ, ସଲମାନ ଅଲୀ ଅଘା, ସାମି ଆୟୁବ, ବାବର ଆଜମ, ମୀର ହାମଜା, ଅବଦୁଲ ଶାଫିକ୍ୟୁ, ନଶୀମ ଶାହ ଓ ଖୁରାମ ଶେହଜାଦ।

Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe