Advertisment

ଭାରତ ମନା କରିବା ପରେ ପିସିବିକୁ ପାକିସ୍ତାନ ସରକାର ଦେଲେ ଏମିତି ପରାମର୍ଶ

ପାକିସ୍ତାନ ପୂରା ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଭାରତ ସେଠାକୁ ଯିବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛି।

Rohit

Rohit

Advertisment

ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ ଟିମ୍ ପାକିସ୍ତାନ ଯିବାକୁ ମନା କରିବା ପରେ ସେଠାକାର ସରକାର ପିସିବି (ପାକିସ୍ତାନ କ୍ରିକେଟ ବୋର୍ଡ)କୁ ଗୋଟିଏ ବି ମ୍ୟାଚ୍ ଦେଶ ବାହାରକୁ ସ୍ଥାନାନ୍ତର ନ କରିବାକୁ କହିଥିବା ଜଣାପଡ଼ିଛି।

Advertisment

ଭାରତ ମନା କରିଦେବା ପରେ ପିସିବି ପକ୍ଷରୁ ଏନେଇ ଆଇସିସିକୁ ସ୍ପଷ୍ଟୀକରଣ ମଗାଯିବା ସହ ସହାୟତା ପାଇଁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରାଯାଇଥିଲା। କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଗୋଟିଏ ବି ମ୍ୟାଚ୍ ପାକିସ୍ତାନ ବାହାରକୁ ଯାଇପାରିବ ନାହିଁ ବୋଲି ସେଠାକାର ସରକାର ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି।

ପିସିବିର ଜଣେ ଅଧିକାରୀ କହିଛନ୍ତି, ଆମକୁ ଆମ ସରକାର କହିଛନ୍ତି ଯେ ଗୋଟିଏ ବି ମ୍ୟାଚ୍ ପାକିସ୍ତାନ ବାହାରକୁ ଯିବ ନାହିଁ। ଆମେ ମଧ୍ୟ ଏହି ନିଷ୍ପତ୍ତିରେ ଅଟଳ। ଆମେ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରିଛୁ। ତେଣୁ ଏଠାରୁ ଅନ୍ୟ କୌଣସି ସ୍ଥାନକୁ ମ୍ୟାଚ୍ ସ୍ଥାନାନ୍ତର ହେବାର ପ୍ରଶ୍ନ ଉଠୁ ନାହିଁ।

Advertisment

ପାକିସ୍ତାନର ପୂର୍ବତନ କ୍ରିକେଟ ବାସିତ ଅଲୀ ମଧ୍ୟ ତାଙ୍କ ୟୁ ଟ୍ୟୁବ ଚ୍ୟାନେଲରେ ପାକିସ୍ତାନ ସରକାରଙ୍କ ଏଭଳି ନିଷ୍ପତ୍ତି କଥା ସ୍ପଷ୍ଟ କରିଛନ୍ତି। ହାଇବ୍ରିଡ୍ ମଡେଲକୁ ଆପଣାଇବାକୁ ପିସିବିକୁ ପାକିସ୍ତାନ ସରକାର ମନା କରିଥିବା ସେ କହିଛନ୍ତି।

ପାକିସ୍ତାନ ପୂରା ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଭାରତ ସେଠାକୁ ଯିବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛି। ତେଣୁ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଦ୍ୱନ୍ଦ୍ୱ ଉତ୍ପନ୍ନ ହୋଇଛି।

ଏକ ରିପୋର୍ଟରେ ଦାବି କରାଯାଇଥିଲେ ଯେ ଯଦି ବିସିସିଆଇ ଓ ପିସିବି କୌଣସି ସମାଧାନର ସୂତ୍ର ବାହାର କରି ନପାରିବେ, ତା’ହେଲେ ଚାମ୍ପିୟନ୍ସ ଟ୍ରଫିକୁ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର କରାଯିବ। ଏପରି କିଛି ଘଟିଲେ ପାକିସ୍ତାନର ବିପୁଳ କ୍ଷତି ଘଟିବ। ଚାମ୍ପିୟନ୍ସ ଟ୍ରଫି ଆୟୋଜନର ଅଧିକାର ପାଇବା ପରେ ପାକିସ୍ତାନ ପ୍ରଥମେ ନିଜ ଷ୍ଟାଡିୟମର ଉନ୍ନତିକରଣ କରିଥିଲା। ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିଲେ ହେଁ କରାଚି, ଲାହୋର ଓ ରାୱଲପିଣ୍ଡିରେ ଷ୍ଟାଡିୟମର ଉନ୍ନତି ପାଇଁ ବର୍ତ୍ତମାନ ସୁଦ୍ଧା ୧୭ ବିଲିୟନ ଟଙ୍କା ଖର୍ଚ୍ଚ କରି ସାରିଛି।

Men's Champion's Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe