Advertisment

୪୨ ବଲରେ ୯୭ ରନର ଇନିଂସ ଖେଳି ବାପାଙ୍କୁ ହରାଇଲେ ପୁଅ

ଆଜାମଙ୍କ ଇନିଂସ ବଳେ ଇସଲାମାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୨୦ ରନ କରିଥିଲା। ଏହାର ଜବାବରେ କ୍ୱେଟା ୧୯.୧ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା।

PSL

PSL

Advertisment

ବାପାଙ୍କୁ ମାତ ଦେଇଛନ୍ତି ପୁଅ। ୪୨ ବଲରେ ବିସ୍ଫୋରକ ୯୭ ରନର ଇନିଂସ ଖେଳି ବାପାଙ୍କ ସବୁ ଯୋଜନାରେ ପାଣି ପକାଇ ଦେଇଛନ୍ତି ଆଜମ ଖାନ। କୋଚ୍‌ ଭାବେ ଆଜମ ଖାନଙ୍କ ବାପା ତଥା ପାକିସ୍ତାନର ପୂର୍ବତନ କ୍ରିକେଟର ମୋଇନ ଖାନ ଯେଉଁ ଦଳର ଦାୟିତ୍ୱ ସମ୍ପାଦକ କରୁଛନ୍ତି, ସେହି ଦଳ ବିପକ୍ଷରେ ଆଖିଖୋସି ହେଲା ଭଳି ଶଟ ମାରିଛନ୍ତି ଆଜମ।

Advertisment

ପୁଅଙ୍କୁ ଆଉଟ କରିବା ପାଇଁ ବାପା ମୋଇନ ନିଜ ଦଳ ପକ୍ଷରୁ ବିଭିନ୍ନ ପ୍ରକାରର ରଣନୀତି କରିଥିଲେ ମଧ୍ୟ ଏହା ଫେଲ ମାରିଛି। ଶେଷରେ ପୁଅର ବିସ୍ଫୋରକ ବ୍ୟାଟିଂ ଦେଖି ମୋଇନ ବିରୋଧୀ କ୍ୟାମ୍ପରେ ଥିଲେ ମଧ୍ୟ ତାଳି ମାରି ନିଜକୁ ଗର୍ବିତ ଅନୁଭବ କରିଛନ୍ତି।

ପାକିସ୍ତାନ ସୁପର ଲିଗ୍‌ରେ ଏପରି ବାପ-ପୁଅ ଲଢ଼େଇ ଶୁକ୍ରବାର ଦେଖିବାକୁ ମିଳିଥିଲା। ସର୍ଫରାଜ ଅହମଦଙ୍କ କ୍ୱେଟା ଗ୍ଲାଡିଏଟର୍ସ ପିଏସ୍‌ଏଲର ଗୋଟିଏ ମ୍ୟାଚ୍‌ରେ ଶଦାବ ଖାନଙ୍କ ଇସଲାମାବାଦ ୟୁନାଇଟେଡକୁ ଭେଟିଥିଲା। ମୋଇନ ଖାନ କ୍ୱେଟାର କୋଚ ଥିବା ବେଳେ ପୁଅ ଆଜମ ଖାନ ଇସଲାମାବାଦର ୱିକେଟ କପିର ବ୍ୟାଟର। ଆଜମ ଖାନଙ୍କ ବିସ୍ଫୋରକ ଇନିଂସ ବଳରେ ଇସଲାମାବାଦ ୬୩ ରନରେ କ୍ୱେଟାକୁ ହରାଇଛି। ଆଜମଙ୍କ ବ୍ୟାଟିଂର ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଇସଲାମାବାଦ ଇନିଂସର ୭ମ ଓଭରେ ଆଜମ ଖାନ ବ୍ୟାଟିଂ କରିବାକୁ ଆସିଥିଲେ। ଏହି ସମୟରେ ତାଙ୍କ ଦଳ ୪୩ ରନରେ ୩ ୱିକେଟ ହରାଇ ସଂଘର୍ଷ କରୁଥିଲା। ହେଲେ ସେ କାଉଣ୍ଟର ଆଟାକ କରିବା ସହ ମାତ୍ର ୨୯ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ କେବଳ ଛକା ଓ ଚୌକା ବର୍ଷା କରିଥିଲେ। ବିଶେଷ କରି ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ହାସନୈନଙ୍କୁ ସେ ଟାର୍ଗେଟ କରିଥିଲେ। ତାଙ୍କୁ କ୍ରମାଗତ ୩ଟି ଛକା ମାରି ଆଜମ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ।

ତେବେ ତାଙ୍କ ବ୍ୟାଟରୁ ବାହାରିଥିବା ୩ୟ ଛକାଟି ବେଶ ଆଖି ଦୃଶିଆ ଥିଲା। ଏହି ଶଟ୍‌କୁ ସେ ଆଣ୍ଠୁ ପକାଇ ଲେଗ ସାଇଡ ଅଞ୍ଚଳରେ ଖେଳିଥିଲେ। ବଲଟି ସିଧା ତାଙ୍କ ବ୍ୟାଟରୁ ବାହାରି ଷ୍ଟାଡିୟମ ଛାତରେ ବାଜି ଗ୍ରାଉଣ୍ଡ ବାହାରକୁ ଚାଲି ଯାଇଥିଲା। ଏହି ଶଟ୍‌ ପରେ କ୍ୟାମେରା ଗ୍ଲାଡିଅଟର୍ସ ଡ୍ରେସିଂ ରୁମକୁ ଦେଖାଇଥିଲା। ଏହି ସମୟରେ ପୁଅର ଶଟ ଦେଖି ମୋଇନ ସ୍ତବ୍ଧ ହୋଇଯାଇଥିଲେ।

ଆଉ ଏକ ଭିଡିଓରେ ଆଜମ ଶଟ୍‌ ଖେଳି ନିଜ ଛାତିକୁ ବାଡ଼େଇବା ପରେ ଡ୍ରେସିଂ ରୁମ ଆଡ଼େ ଅଙ୍ଗୁଳି ଦେଖାଇଥିଲେ। ଏହି ସମୟରେ ମୋଇନ ମଧ୍ୟ ତାଳି ମାରୁଥିବା ଦେଖିବାକୁ ମିଳିଛି।

୪୨ ବଲରେ ୯୭ ରନର ଇନିଂସ ଖେଳିଥିବା ଆଜମ ଖାନଙ୍କୁ ଇସଲାମାବାଦ ଇନିଂସର ଶେଷ ବଲରେ ଓଡେନ ସ୍ମିଥ ଆଉଟ ହୋଇଥିଲେ। ସେ ତାଙ୍କ ଇନିଂସରେ ୯ଟି ଚୌକା ଓ ୮ଟି ଛକା ମାରିଛନ୍ତି।

ଆଜାମଙ୍କ ଇନିଂସ ବଳେ ଇସଲାମାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୨୦ ରନ କରିଥିଲା। ଏହାର ଜବାବରେ କ୍ୱେଟା ୧୯.୧ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା।

Pakistan Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe