Advertisment

ପାକିସ୍ତାନର ଐତିହାସିକ ବିଜୟ, ଅଷ୍ଟ୍ରେଲିଆରେ ଜିତିଲା ଦିନିକିଆ ସିରିଜ୍‌

ଶେଷଥର ପାଇଁ ଦଳ ୨୦୦୨ ମସିହାରେ ଅଷ୍ଟ୍ରେଲିଆକୁ ତା’ରି ମାଟିରେ ହରାଇ ଦିନିକିଆ ସିରିଜ ଜିତିଥିଲା।

Pakistan

Pakistan

Advertisment

ପାଟ କମିନ୍ସ, ଟ୍ରାଭିଡ ହେଡ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାକ, ଜୋଶ ହେଜେଲଉଡ ଓ ମାର୍ନସ ଲାବୁଶେନଙ୍କ ଭଳି ଖେଳାଳି ନଥିବା ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଛି ପାକିସ୍ତାନ। ଦୀର୍ଘ ୨୨ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ପାକିସ୍ତାନ ଦ୍ୱିପାକ୍ଷିକ ଦିନିକିଆ ସିରିଜ ଜିତିବାକୁ ସକ୍ଷମ ହୋଇଛି।

Advertisment

ଶେଷଥର ପାଇଁ ଦଳ ୨୦୦୨ ମସିହାରେ ଅଷ୍ଟ୍ରେଲିଆକୁ ତା’ରି ମାଟିରେ ହରାଇ ଦିନିକିଆ ସିରିଜ ଜିତିଥିଲା। ଏବେ ମହମ୍ମଦ ରିଜୱାନଙ୍କ ପାକିସ୍ତାନ ୨୨ ବର୍ଷ ପରେ ପାକିସ୍ତାନକୁ ୨-୧ରେ ହରାଇ ଦିନିକିଆ ସିରିଜ କବଜା କରିଛି।

ଦିନିକିଆ ବିଶ୍ୱକପ ପରେ ବାବର ଆଜାମ କ୍ୟାପ୍ଟେନ ପଦ ଛାଡ଼ିଥିଲେ। ଏହାପରେ ନିକଟରେ ମହମ୍ମଦ ରିଜୱାନଙ୍କୁ ପାକିସ୍ତାନର କମାଣ ଦିଆଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ସେ କ୍ୟାପ୍ଟେନ୍ସି ଆରମ୍ଭ କରିଥିଲେ। ଏବେ ପ୍ରଥମ ସିରିଜରେ ହିଁ ସେ ପାକିସ୍ତାନକୁ ଐତିହାସିକ ବିଜୟ ଭେଟି ଦେଇଛନ୍ତି।

Advertisment

ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌କୁ ଘରୋଇ ଅଷ୍ଟ୍ରେଲିଆ ଜିତି ନେଇଥିଲା। କିନ୍ତୁ ଦ୍ୱିତୀୟ ଦିନିକିଆରେ ପାକିସ୍ତାନ କମବ୍ୟାକ କରିଥିଲା। ସିରିଜ ୧-୧ ସ୍ଥିତିରେ ଥିବା ବେଳେ ଆଜି ପର୍ଥରେ ଦୁଇ ଦେଶ ମୁହାଁମୁହିଁ ହୋଇଥିଲେ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଘରୋଇ ଟିମର ୫ ଷ୍ଟାର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା। ଏମାନଙ୍କ ମଧ୍ୟରେ ଅଧିନାୟକ ପାଟ କମିନ୍ସ ମଧ୍ୟ ରହିଥିଲେ। ତାଙ୍କ ବ୍ୟତୀତ ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ଜୋଶ ହେଜେଲଉଡ ଓ ମାର୍ନସ ଲାବୁଶେନ ମଧ୍ୟ ନଜର ଆସିଥିଲେ। ଅଷ୍ଟ୍ରେଲିଆର କମାଣ ଜୋଶ ଇଙ୍ଗଲିସ ସମ୍ଭାଳିଥିଲେ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୩୧.୫ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୪୦ ରନ କରିଥିଲା। ଏହି ଟାର୍ଗେଟକୁ ପାକିସ୍ତାନ ଦୁଇ ୱିକେଟ ହରାଇ ୨୬.୫ ଓଭରରେ ହାସଲ କରି ନେଇଛି। ଏଥିସହ ଦିନିକିଆ ସିରିଜକୁ ୨-୧ରେ କବଜା କରିଛି।

ପାକିସ୍ତାନ ପକ୍ଷରୁ ଦୁଇ ଓପନର ସୈମ ଆୟୁବ ୪୨ ଓ ଅବଦୁଲ୍ଲା ଶଫିକ ୩୭ ରନ କରି ବିଜୟକୁ ଏକପ୍ରକାରର ପକ୍କା କରିଥିଲେ। ବାକି କାମ ଦୁଇ ଅଭିଜ୍ଞ ବ୍ୟାଟର ବାବର ଆଜମ ଓ ମହମ୍ମଦ ରିଜୱାନ ପୂରା କରିଥିଲେ।

ପାକିସ୍ତାନକୁ ଜିତିବା ପାଇଁ ୨ ରନ ଦରକାର ଥିବା ବେଳେ ବାବର ଚୌକା ମାରି ମ୍ୟାଚ୍‌ ଶେଷ କରିଥିଲେ। ସେ ଶେଷ ଯାଏ ୨୮ ରନ ଓ ଅଧିନାୟକ ରିଜୱାନ ୩୦ ରନ କରି ଅପରାଜିତ ରହିଥିଲେ।

ତେବେ ବୋଲିଂରେ କମାଲ କରିଥିବା ହରିଶ ରୌଫଙ୍କୁ ଉଭୟ ମ୍ୟାନ ଅଫ ଦି ମ୍ୟାଚ୍‌ ଓ ସିରିଜ ପୁରସ୍କାର ମିଳିଛି। ସେ ଦ୍ୱିତୀୟ ଦିନିକିଆରେ ୫ ୱିକେଟ ନେଇଥିଲେ। ଆଜି ରୌଫ ୭ ଓଭରରେ ମାତ୍ର ୨୪ ରନ ଦେଇ ୨ ୱିକେଟ ଦଖଲ କରିଛନ୍ତି। ତାଙ୍କ ବ୍ୟତୀତ ପର୍ଥ ଦିନିକିଆରେ ଶାହୀନ ଶାହ ଆଫ୍ରିଦି ଓ ନସୀମ ଶାହ ୩ଟି ଲେଖାଏ ସଫଳତା ପାଇଛନ୍ତି। ହସନୈନଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

Australia Pakistan ODI Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe