Advertisment

T20 World Cup: କ’ଣ କଲେ ସେମି ଫାଇନାଲକୁ ଯାଇ ପାରିବ ପାକିସ୍ତାନ?

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଇଂଲଣ୍ଡର ବିଜୟ ପରେ ପାକିସ୍ତାନ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଉଭୟ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡର ସୁପର ୮ ମ୍ୟାଚ୍‌ ଶୁକ୍ରବାର ଶେଷ ହୋଇଛି। ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ନିଜ ନିଜର ଶେଷ ସୁପର ୮ ମ୍ୟାଚ ଖେଳିବେ।

Pakistan

ପାକିସ୍ତାନ କ୍ରିକେଟ ଟିମ

Advertisment

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୬(T20 World Cup)ରେ ପାକିସ୍ତାନର ସେମି ଖେଳିବା ଆଶା ଏବେ ବି ଜୀବିତ ରହିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଇଂଲଣ୍ଡର ବିଜୟ ପରେ ପାକିସ୍ତାନ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଉଭୟ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡର ସୁପର ୮ ମ୍ୟାଚ୍‌ ଶୁକ୍ରବାର ଶେଷ ହୋଇଛି।

Advertisment

ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ନିଜ ନିଜର ଶେଷ ସୁପର ୮ ମ୍ୟାଚ ଖେଳିବେ। ଶ୍ରୀଲଙ୍କା ସେମି ଫାଇନାଲ ରେସରୁ ବାଦ ପଡ଼ିଥିବା ବେଳେ ଆଜି ବିଜୟ ସହ ନିଜର ଅଭିଯାନ ଶେଷ କରିବା ମୁଡରେ ରହିଛି। ସେହିପରି ପାକିସ୍ତାନ ମଧ୍ୟ ବଡ଼ ବିଜୟ ସହ ସେମି ଫାଇନାଲ ଯିବାକୁ ଲକ୍ଷ୍ୟ ରଖିଛି। 

ଇଂଲଣ୍ଡ ସୁପର ୮ରେ ଅପରାଜୟ ରହି ସେମିକୁ ଯାଇଥିବା ବେଳେ ପାକିସ୍ତାନକୁ ମଧ୍ୟ ନୂଆ ସୁଯୋଗ ଦେଇଛି। ଇଂଲଣ୍ଡ ୬ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଥିବା ବେଳେ ଇଂଲଣ୍ଡ ୩ଟି ମ୍ୟାଚ୍‌ରୁ ୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଦଳର ରନ ରେଟ +୧.୩୯୦।

Advertisment

ପାକିସ୍ତାନ ୨ଟି ମ୍ୟାଚ୍‌ରୁ ୧ ପଏଣ୍ଟ ସହ ତୃତୀୟରେ ରହିଛନ୍ତି। କିନ୍ତୁ ଦଳର ରନ ରେଟ -୦.୪୬୧ ରହିବା ପାକିସ୍ତାନୀଙ୍କ ଚିନ୍ତା ବଢ଼ାଇଛି। ତଥାପି ପାକିସ୍ତାନ ପାଖରେ ସେମି ଯିବାର ସୁଯୋଗ ଅଛି। 

ପାକିସ୍ତାନର ବିଜୟ ବ୍ୟବଧାନ କେତେ ରହିବା ଜରୁରୀ? 

ଗୋଟିଏ ଧାଡ଼ିରେ କହିଲେ ଆଜି ପାକିସ୍ତାନକୁ ଚେଜ କରିବା ବେଳେ ଧାର୍ଯ୍ୟ ଟାର୍ଗେଟକୁ ୧୨.୪ ଓଭର କିମ୍ବା ଶ୍ରୀଲଙ୍କାକୁ ଅତି କମରେ ୬୩ ରନରେ ହରାଇବାକୁ ପଡ଼ିବ। ଏପରି ହେଲେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ସମାନ ୩ ପଏଣ୍ଟ ପାଇବ। ପାକିସ୍ତାନ ଉନ୍ନତ ନେଟ ରନ ରେଟ୍‌ ଆଧାରରେ ସେମି ଫାଇନାଲ ଯାଇ ପାରିବ। 

ପ୍ରଥମେ ବ୍ୟାଟିଂ ସ୍ଥିତି 

ଯଦି ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି କିମ୍ବା ଶ୍ରୀଲଙ୍କା ଟସ ଜିତି ବୋଲିଂ ନେଉଛି, ତା’ହେଲେ ପାକିସ୍ତାନକୁ ବଡ଼ ସ୍କୋର କରିବାକୁ ପଡ଼ିବ। ଏହାପରେ ଶ୍ରୀଲଙ୍କାକୁ ୬୩ ରନରେ ହରାଇବାକୁ ପଡ଼ିବ। 

ଯଦି ପାକିସ୍ତାନ ୧୦୩-୧୫୦ ରନ କରୁଛି, ତା’ହେଲେ ଦଳକୁ ୬୩ କିମ୍ବା ତା’ଠାରୁ ଅଧିକ ରନରେ ଜିତିବାକୁ ପଡ଼ିବ

ଯଦି ପାକିସ୍ତାନ ୧୫୧-୧୯୮ ରନ କରୁଛି, ତା’ହେଲେ ଦଳକୁ ୬୪ କିମ୍ବା ତା’ଠାରୁ ଅଧିକ ରନରେ ଜିତିବାକୁ ପଡ଼ିବ

ଯଦି ପାକିସ୍ତାନ ୧୯୯-୨୪୬ ରନ କରୁଛି, ତା’ହେଲେ ଦଳକୁ ୬୫ କିମ୍ବା ତା’ଠାରୁ ଅଧିକ ରନରେ ଜିତିବାକୁ ପଡ଼ିବ

ଇତିହାସ ଅଲଗା କଥା କହୁଛି 

ଆଜି ଶ୍ରୀଲଙ୍କାର ପାଲ୍ଲେକେଲେରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଠାରେ ଚଳିତ ଟି-୨୦ ବିଶ୍ୱକପରେ କେବଳ ଗୋଟିଏ ଥର ୨୦୦ ରନ ଦେଖିବାକୁ ମିଳିଛି। ଶ୍ରୀଲଙ୍କା ଓ ଓମାନ ମ୍ୟାଚ୍‌ରେ ଏପରି ସ୍ଥିତି ଦେଖାଯାଇଥିଲା। ଏହି ଭେନ୍ୟୁରେ ବହୁତ କମ ରନ ହୋଇଥାଏ। ସ୍ପିନରଙ୍କୁ ପାଲ୍ଲେକେଲେ ପିଚ୍‌ ପାରମ୍ପରିକ ଭାବେ ସୁହାଇଥାଏ। 

ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କା ୧୪୬ ରନ ଚେଜ କରୁଥିବା ବେଳେଳ ୯୫ ରନରେ ଅଲଆଉଟ ହୋଇଯାଇଥିଲା। ନିକଟରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୨୦ ଓଭରରେ ୧୬୪ ରନ କରିପାରିଥିଲା। ଏହାପରେ ହ୍ୟାରୀ ବ୍ରୁକଙ୍କ ଶତକରେ ଇଂଲଣ୍ଡ ବାଜି ମାରି ନେଇଥିଲା। ତେଣୁ ପାଲ୍ଲେକେଲେରେ ବଡ଼ ସ୍କୋର କରିବା ପାକିସ୍ତାନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। 

ପାକିସ୍ତାନ ଯଦି ପ୍ରଥମେ ବୋଲିଂ କରିବ

ଚେଜ କରିବା ସମୟରେ ପାକିସ୍ତାନ ପାଇଁ ଗଣିତ ବେଶ କଷ୍ଟକର। ଯଦି ପାକିସ୍ତାନ ପ୍ରଥମେ ବୋଲିଂ କରିବ, ତା’ହେଲେ ଶ୍ରୀଲଙ୍କାକୁ ଛୋଟ ସ୍କୋର ମଧ୍ୟରେ ଅଟକାଇବାକୁ ପଡ଼ିବ। ଯେକୌଣସି ଟାର୍ଗେଟକୁ ପାକିସ୍ତାନ ୧୨.୪ ଓଭରରେ ପୂରଣ କରିବାକୁ ହେବ। ଯଦି ସେମିତି ନ ହେବ, ତା’ହେଲେ ପାକିସ୍ତାନର ଅଭିଯାନ ଚଳିତ ବିଶ୍ୱକପରେ ଶେଷ ହୋଇଯିବ। 

ଯଦି ଶ୍ରୀଲଙ୍କା ୧୧୫-୧୨୩ ରନ କରୁଛି, ତା’ହେଲେ ପାକିସ୍ତାନକୁ ୧୨.୪ ଓଭର କିମ୍ବା ତା’ଠାରୁ କମ ଓଭରରେ ଜିତିବାକୁ ପଡ଼ିବ

ଯଦି ଶ୍ରୀଲଙ୍କା ୧୨୪-୧୩୨ ରନ କରୁଛି, ତା’ହେଲେ ପାକିସ୍ତାନକୁ ୧୨.୫ ଓଭର କିମ୍ବା ତା’ଠାରୁ କମ ଓଭରରେ ଜିତିବାକୁ ପଡ଼ିବ

ଯଦି ଶ୍ରୀଲଙ୍କା ୧୩୩-୧୪୨ ରନ କରୁଛି, ତା’ହେଲେ ପାକିସ୍ତାନକୁ ୧୩ ଓଭର କିମ୍ବା ତା’ଠାରୁ କମ ଓଭରରେ ଜିତିବାକୁ ପଡ଼ିବ

ଯଦି ଶ୍ରୀଲଙ୍କା ୧୪୩-୧୫୨ରନ କରୁଛି, ତା’ହେଲେ ପାକିସ୍ତାନକୁ ୧୩.୧ ଓଭର କିମ୍ବା ତା’ଠାରୁ କମ ଓଭରରେ ଜିତିବାକୁ ପଡ଼ିବ

ଯଦି ଶ୍ରୀଲଙ୍କା ୧୫୩-୧୬୩ ରନ କରୁଛି, ତା’ହେଲେ ପାକିସ୍ତାନକୁ ୧୩.୨ ଓଭର କିମ୍ବା ତା’ଠାରୁ କମ ଓଭରରେ ଜିତିବାକୁ ପଡ଼ିବ

ଯଦି ଶ୍ରୀଲଙ୍କା ୧୬୪-୧୭୫ ରନ କରୁଛି, ତା’ହେଲେ ପାକିସ୍ତାନକୁ ୧୩.୩ ଓଭର କିମ୍ବା ତା’ଠାରୁ କମ ଓଭରରେ ଜିତିବାକୁ ପଡ଼ିବ

ହେଲେ ଶ୍ରୀଲଙ୍କାରୁ ୧୧୫ରୁ ୧୨୩ ମଧ୍ୟରେ ପାକିସ୍ତାନ ଅଟକାଇବାକୁ ସକ୍ଷମ ହେବ କି ନାହିଁ, ତାହା ସବୁଠାରୁ ବଡ଼ ପ୍ରଶ୍ନ। ଚଳିତ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ଶ୍ରୀଲଙ୍କା ଦମଦାର ପ୍ରଦର୍ଶନ କରିଥିଲା।

ପଥୁମ ନିଶଙ୍କା ଶ୍ରୀଲଙ୍କାର ବ୍ୟାଟିଂ ମଙ୍ଗ ସମ୍ଭାଳିଥିଲେ। ହେଲେ ସୁପର ୮ରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଇଂଲଣ୍ଡ ବିପକ୍ଷରେ ଦଳ ୧୪୭ ରନର ପିଛା କରୁଥିବା ବେଳେ ୯୫ ରନରେ ଅଲଆଉଟ ହୋଇଥିଲା। ସେହିପରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦଳ କେବଳ ୧୦୭ ରନ କରିବାକୁ ସକ୍ଷମ ହୋଇଥିଲା। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe