BCCI
ଏସିଆ କପର ସୁପର ୪ରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଓ ପାକିସ୍ତାନ। ଗ୍ରୁପ ପର୍ଯ୍ୟାୟରେ ଦୁଇ ଦଳ ଲଢ଼େଇ କରିଥିଲେ ହେଁ ବର୍ଷା ଏଥିରେ ବାଧକ ସାଜିଥିଲା। ଆଜି ପୁଣି ସୁପର ୪ରେ ଭାରତ-ପାକିସ୍ତାନ ସାମ୍ନାସାମ୍ନି ହେଉଛନ୍ତି।
ଏହି ହାଇ ଭୋଲଟେଜ ମ୍ୟାଚ୍ରେ ପାକିସ୍ତାନ ଅଧିନାୟକ ବାବର ଆଜମ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଶ୍ରୀଲଙ୍କାର ଆର ପ୍ରେମଦାସ ଷ୍ଟାଡିୟମର ପିଚ୍ରେ ସାମାନ୍ୟ ମୟଶ୍ଚର ଥିବାରୁ ବାବର ପ୍ରଥମେ ବୋଲିଂ କରିବାକୁ ଶ୍ରେୟସ୍କର ମଣିଛନ୍ତି।
ପାକିସ୍ତାନ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପ୍ରକାରର ପରିବର୍ତ୍ତନ କରି ନାହିଁ। ଏହାର ଅର୍ଥ ବାଂଲାଦେଶ ବିପକ୍ଷ ମ୍ୟାଚ ଭଳି ଆଜି ମଧ୍ୟ ଚୂଡ଼ାନ୍ତ ଏକାଦଶରେ ମହମ୍ମଦ ନୱାଜ ନାହାନ୍ତି।
ତାଙ୍କ ବଦଳରେ ଫୈମ ଅର୍ଶରଫଙ୍କୁ ପୁଣି ସୁଯୋଗ ମିଳିଛି। ସୁପର ୪ର ପ୍ରଥମ ମୁକାବିଲାରେ ପାକିସ୍ତାନ ବେଶ ସହଜରେ ବାଂଲାଦେଶକୁ ହରାଇଥିଲେ। ଏବେ ଦ୍ୱିତୀୟ ମ୍ୟାଚ୍ରେ ଦଳ ଭାରତକୁ ଭେଟିବାକୁ ଯାଉଛି।
ଅନ୍ୟପକ୍ଷରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି। ଭାରତୀୟ ଟିମ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। କେଏଲ ରାହୁଲ ଓ ଯଶପ୍ରୀତ ବୁମ୍ରା ଦଳକୁ କମବ୍ୟାକ କରିଛନ୍ତି। ଶ୍ରେୟସ ଆୟର ଓ ମହମ୍ମଦ ଶାମି ଦଳରୁ ବାଦ ପଡ଼ିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BCCI_1694337098.jpg)