INDIA
ଦୀର୍ଘ ୨୦ ମାସ ପରେ ଟି-୨୦ ବିଶ୍ୱକପରେ ପୁଣି ମୁହାଁମୁହିଁ ହେଉଛନ୍ତି ଭାରତ ଓ ପାକିସ୍ତାନ। ଆମେରିକାର ନ୍ୟୁୟର୍କରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିବ।
ବର୍ଷା ଯୋଗୁ ମ୍ୟାଚ୍ ଓ ଟସ୍ରେ ବିଳମ୍ବ ହୋଇଛି। ବର୍ଷା ଛାଡ଼ିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ତେବେ ଓଦା ଆଉଟଫିଲ୍ଡ ଯୋଗୁ ଭାରତର ବ୍ୟାଟିଂରେ ବିଳମ୍ବିତ ହୋଇଛି।
ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍ରେ ଆମେରିକା ଠାରୁ ହାରିଥିଲା। ତେଣୁ ଦଳ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଦଳକୁ ଆହତ ଯୋଗୁ ପ୍ରଥମ ମ୍ୟାଚ୍ରେ ବାଦ ପଡ଼ିଥିବା ଇମାଦ ୱାସିମ କମବ୍ୟାକ କରିଛନ୍ତି। ସେ ୱିକେଟ କିପର ଆଜମ ଖାନଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି। ପାକିସ୍ତାନ ୪ ଜଣ ଦ୍ରୁତ ବୋଲର ଓ ୩ ଜଣ ଅଲରାଉଣ୍ଡରଙ୍କ ସହ ଭାରତ ବିପକ୍ଷ ମ୍ୟାଚ୍ ଖେଳୁଛି।
ଅନ୍ୟପକ୍ଷରେ ଭାରତୀୟ ଟିମ ପ୍ରଥମ ମ୍ୟାଚ୍ରେ ଆୟର୍ଲ୍ୟାଣ୍ଡକୁ ହରାଇଥିଲା। ତେଣୁ ଦଳ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଏହାର ଅର୍ଥ ରୋହିତ ଶର୍ମା ଓ ବିରାଟ କୋହଲି ଭାରତ ପାଇଁ ଇନିଂସ ଆରମ୍ଭ କରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/INDIA_1717944245.jpg)