Advertisment

ଭାରତର ଅଣଦେଖା ପରେ ‘ବୟକଟ୍‌’ର ଧମକ ଦେଲା ପାକିସ୍ତାନ

ଯଦି ଆଇସିସି ମ୍ୟାଚ୍‌ ରେଫରୀ ଆଣ୍ଡୀ ପୟକ୍ରଫ୍ଟଙ୍କୁ ଏସିଆ କପ୍‌ରୁ ବହିଷ୍କାର କରା ନ ଯିବ, ତା’ହେଲେ ୟୁଏଇ ବିପକ୍ଷ ନିଜର ଶେଷ ଲିଗ ମ୍ୟାଚ୍‌କୁ ପାକିସ୍ତାନ ବୟକଟ କରିବ ବୋଲି ଧମକ ଦେଇଛି।

Pakistan

Pakistan

Advertisment

ଭାରତ ଠାରୁ ଲଜ୍ଜାଜନକ ପରାଜୟ ପରେ ହତାଶ ହୋଇ ପଡ଼ିଥିବା ପାକିସ୍ତାନ କ୍ରିକେଟ ଟିମ ନୂଆ ଭେଳିକି ଦେଖାଇବା ଆରମ୍ଭ କରିଛି। ଭାରତ ବିପକ୍ଷ ମ୍ୟାଚ୍‌ରେ ହାରିବା ପରେ ମଧ୍ୟ ପାକିସ୍ତାନର ଖେଳାଳିମାନେ ହାତ ମିଳାଇବାକୁ ଦୌଡ଼ି ଆସିଥିଲେ। କିନ୍ତୁ ଭାରତୀ କୌଣସି ଖେଳାଳି ସେମାନଙ୍କ ସହ ହାତ ମିଳାଇ ନଥିଲେ କିମ୍ବା କଥା ହୋଇ ନଥିଲେ। ଏସିଆ କପ ଭଳି ବଡ଼ ମଞ୍ଚରେ ଏପରି ଅପମାନିତ ହୋଇଥିବା ପାକିସ୍ତାନ ଏବେ ବୟକଟର ଧମକ ଦେଇଛି।

Advertisment

ଯଦି ଆଇସିସି ମ୍ୟାଚ୍‌ ରେଫରୀ ଆଣ୍ଡୀ ପୟକ୍ରଫ୍ଟଙ୍କୁ ଏସିଆ କପ୍‌ରୁ ବହିଷ୍କାର କରା ନ ଯିବ, ତା’ହେଲେ ୟୁଏଇ ବିପକ୍ଷ ନିଜର ଶେଷ ଲିଗ ମ୍ୟାଚ୍‌କୁ ପାକିସ୍ତାନ ବୟକଟ କରିବ ବୋଲି ଧମକ ଦେଇଛି।

ରବିବାର ଦୁବାଇରେ ଅନୁଷ୍ଠିତ ମ୍ୟାଚ୍‌ର ଟସ୍‌ ବେଳେ ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ସଲମାନ ଅଲୀ ଆଘାଙ୍କ ସହ ହାତ ମିଳାଇ ନଥିଲେ। ଭାରତ ୭ ୱିକେଟରେ ଜିତିବା ପରେ ଖେଳାଳିମାନେ ପାକିସ୍ତାନ ଖେଳାଳିଙ୍କ ସହ ହାତ ନ ମିଳାଇ ସିଧା ଡ୍ରେସିଂ ରୁମକୁ ଚାଲି ଯାଇଥିଲେ। ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ଏହି ମ୍ୟାଚ୍‌ ଖେଳା ଯାଉଥିବା ବେଳେ ଭାରତୀୟ କ୍ରିକେଟ ଟିମ ପାକିସ୍ତାନକୁ ଅଣ ଦେଖା କରିଥିଲା।

Advertisment

ମ୍ୟାଚ୍‌ ପରେ ଭାରତୀୟ ଖେଳାଳି ହାତ ମିଳାଇ ନଥିବାରୁ ଏହା କ୍ରୀଡ଼ା ମନୋଭାବ ବିରୋଧୀ ବୋଲି ଅଭିଯୋଗ କରି ପାକିସ୍ତାନ କ୍ରିକେଟ ବୋର୍ଡ ପ୍ରଥମେ ମ୍ୟାଚ୍‌ ରେଫରୀ ଆଣ୍ଡୀ ପୟକ୍ରଫ୍ଟଙ୍କ ନିକଟରେ ଅଭିଯୋଗ କରିଥିଲା। ହେଲେ ମ୍ୟାଚ ରେଫରୀ ଆଣ୍ଡୀ ପୟକ୍ରଫ୍ଟ ପିସିବି କଥାରେ କାମ ନ କରିବାରୁ ଏବେ ତାଙ୍କୁ ବହିଷ୍କାର କରିବାକୁ ପାକିସ୍ତାନ ଦାବି କରିଛି।

ରିପୋର୍ଟ ଅନୁସାରେ, ମଙ୍ଗଳବାର ପାକିସ୍ତାନ ଓ ୟୁଏଇ ମଧ୍ୟରେ ମ୍ୟାଚ୍‌ ରହିଛି। ଏହା ପୂର୍ବରୁ ଯଦି ଆଣ୍ଡୀ ପୟକ୍ରଫ୍ଟଙ୍କୁ ଏସିଆ କପ ମ୍ୟାଚ୍‌ ରେଫରୀ ପ୍ୟାନେଲରୁ ହଟା ନ ଯିବ, ତା’ହେଲେ ପାକିସ୍ତାନ ମଙ୍ଗଳବାର ମ୍ୟାଚ୍‌କୁ ବୟକଟ କରିବାକୁ ଧମକ ଦେଇଛି।

ରବିବାର ମ୍ୟାଚ୍‌ ଭଳି ମଙ୍ଗଳବାର ମ୍ୟାଚ୍‌ରେ ମଧ୍ୟ ଆଣ୍ଡୀ ପୟକ୍ରଫ୍ଟଙ୍କୁ ମ୍ୟାଚ୍‌ ରେଫରୀ ଭାବେ ନିଯୁକ୍ତ କରାଯାଇଛି। ହେଲେ ପିସିବି ବିଧିବଦ୍ଧ ଭାବେ ଏସିଆନ କ୍ରିକେଟ କାଉନସିଲକୁ ଏହା ବିରୋଧରେ ଚିଠି ଲେଖିଛି।ସେହିପରି ପିସିବି ତଥା ଏସିସି ମୁଖ୍ୟ ମୋହଶିନ ନକବୀ ମଧ୍ୟ ଆଣ୍ଡୀ ପୟକ୍ରଫ୍ଟଙ୍କ ବିରୋଧରେ ଗୋଟିଏ ଅଭିଯୋଗ ଆଇସିସି ପାଖରେ ଦାଖଲ କରିଛନ୍ତି।

ନକବୀ ଏକ୍ସରେ ଲେଖିଛନ୍ତି ଯେ “ ମ୍ୟାଚ ରେଫରୀ କ୍ରୀଡ଼ା ମନୋଭାବ ସମ୍ପର୍କରେ ଆଇସିସିର ଆଚରଣ ବିଧି ଓ ଏମସିସି ପ୍ରସ୍ତୁତ କରିଥିବା ଆଇନର ଉଲ୍ଲଙ୍ଘନ କରିଥିବାରୁ ପିସିବି ପକ୍ଷରୁ ଆଇସିସି ନିକଟରେ ଗୋଟିଏ ଅଭିଯୋଗ ଦାଖଲ କରାଯାଇଛି। ଏସିଆ କପରୁ ଉଲ୍ଲଙ୍ଘନକାରୀ ମ୍ୟାଚ୍‌ ରେଫରୀଙ୍କୁ ତୁରନ୍ତ ହଟାଇବାକୁ ପିସିବି ଦାବି କରୁଛି।”

ଅନ୍ୟପକ୍ଷରେ ଏସିଆନ କ୍ରିକେଟ କାଉନସିଲ ସୂତ୍ରରୁ ଜଣାପଡ଼ିଛି ଯେ ମ୍ୟାଚ୍‌ ରେଫରୀ ଆଣ୍ଡୀ ପୟକ୍ରଫ୍ଟ ଖେଳ ଶେଷ ହେବା ପରେ ଭାରତ ଓ ପାକିସ୍ତାନର ଖେଳାଳି ପରସ୍ପର ସହ ହାତ ମିଳାବେ ନାହିଁ କଥା ସଲମାନ ଆଘାଙ୍କୁ କହିବାକୁ ଭୁଲି ଯାଇଥିଲେ। ଏଥିପାଇଁ ସଲମାନ ହାତ ମିଳାଇବାକୁ ଆସି ନିରାଶ ହୋଇଥିଲେ। ମ୍ୟାଚ ପରେ ଏଥିପାଇଁ ଆଣ୍ଡୀ ପୟକ୍ରଫ୍ଟ ମଧ୍ୟ ପାକିସ୍ତାନ ଖେଳାଳିଙ୍କୁ କ୍ଷମା ମାଗିଥିଲେ। ତଥାପି ତାଙ୍କୁ ହଟାଇବା ଜିଦରେ ପାକିସ୍ତାନ ରହିଛି।

Bcci ICC Asia Cup Cricket PCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe