Advertisment

ପାକିସ୍ତାନକୁ ୫ମ ଝଟକା, ଅର୍ଦ୍ଧଶତକ ପରେ ବାବର ଆଉଟ

ପ୍ରାରମ୍ଭିକ ବିପର୍ଯ୍ୟୟ ପରେ କିଛି ସମୟ ପାଇଁ ଦଳକୁ ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜୱାନ ସମ୍ଭାଳିଥିଲେ।

SA

SA

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ମଷ୍ଟ ୱିନ ଗେମ୍‌ରେ ପାକିସ୍ତାନ ଅଡ଼ୁଆରେ ପଡ଼ିଛି। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ କିଛି ସମୟ ପାଇଁ ଦଳକୁ ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜୱାନ ସମ୍ଭାଳିଥିଲେ। କିନ୍ତୁ ଉଭୟ ଆଉଟ ହେବା ସହ ପାକିସ୍ତାନର ସ୍ଥିତି ଆହୁରି ବେହାଲ ହୋଇଛନ୍ତି।

Advertisment

ପାକିସ୍ତାନ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ୫ମ ୱିକେଟ ଭାବେ ବାବର ସମାନ ୫୦ ରନ କରି ପ୍ୟାଭିଲିୟନ ଫେରିଛନ୍ତି। ଚେନ୍ନାଇର ଚେପକରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ମାତ୍ର ୨୦ ରନରେ ଓପନର ଅବଦୁଲ୍ଲା ଶଫିକ(୯)ଙ୍କୁ ହରାଇଥିଲା। ଏହାପରେ ଦଳୀୟ ସ୍କୋର ୩୮ ଥିବା ବେଳେ ଇମାମ ଉଲ ହକ ୧୨ ରନ କରି ଆଉଟ ହୋଇଥିଲେ। ଉଭୟଙ୍କ ୱିକେଟ ଜବରଦସ୍ତ ଫର୍ମରେ ଥିବା ଦକ୍ଷିଣ ଆଫ୍ରିକାର ବାମହାତୀ ଦ୍ରୁତ ବୋଲର ମାର୍କୋ ୟାନସେନ ନେଇଥିଲେ।

୩୮ ରନରେ ୨ ୱିକେଟ ହରାଇଥିବା ପାକିସ୍ତାନକୁ ବାବର ଆଜମ ଓ ଅଭିଜ୍ଞ ମହମ୍ମଦ ରିଜୱାନ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ଦଳୀୟ ସ୍କୋରକୁ ୩୮ରୁ ନେଇ ୮୬ରେ ମଧ୍ୟ ପହଞ୍ଚାଇ ଦେଇଥିଲେ। ରିଜୱାନ ବଡ଼ବଡ଼ ଶଟ ଖେଳୁଥିବାରୁ ଲାଗୁଥିଲା ପାକିସ୍ତାନ ପାଇଁ ସେ କମାଲ କରିବେ। କିନ୍ତୁ ୨୭ ବଲରେ ୩୧ ରନ କରିଥିବା ରିଜୱାନକୁ ଗେରାଲ୍ଡ କୋଏଜେ ଆଉଟ କରି ପାକିସ୍ତାନକୁ ତୃତୀୟ ଝଟକା ଦେଇଥିଲେ।

Advertisment

ଏହାପରେ ବାବରଙ୍କ ସହ ଯୋଗ ଦେଇଥିଲେ ଇଫତକାର ଅହମଦ। ସେ ମଧ୍ୟ କିଛି ବଡ଼ ଶଟ ଖେଳିଥିଲେ। କିନ୍ତୁ ବେଶୀ ସମୟ କ୍ରିଜ୍‌ରେ ରହି ପାରି ନଥିଲେ। ଦଳୀୟ ସ୍କୋର ୧୨୯ ଥିବା ବେଳେ ୨୧ ରନ କରିଥିବା ଇଫତକାରଙ୍କୁ ତାବ୍ରାଇଜ ଶାମିସ ପ୍ୟାଭିଲିୟନ ପଠାଇଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିଲେ ହେଁ ବାବର ସଂଘର୍ଷ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଚଳିତ ବିଶ୍ୱକପରେ ଏହା ତାଙ୍କର କ୍ରମାଗତ ୨ ଦ୍ୱିତୀୟ ଓ ମୋଟ ଉପରେ ତୃତୀୟ ଅର୍ଦ୍ଧଶତକ। ସେ ୫୦ ରନ କରି କ୍ରିଜ୍‌ରେ ସେଟ ହୋଇ ସାରିଥିବାରୁ ତାଙ୍କ ଠାରୁ ଦଳ ବଡ଼ ଇନିଂସ ଆଶା କରିଥିଲା। କିନ୍ତୁ ସେ ସମାନ ୫୦ ରନରେ ଶାମିସଙ୍କ ବଲରେ ଆଉଟ ହୋଇ ଯାଇଛନ୍ତି। ପାକିସ୍ତାନ ୫ମ ୱିକେଟ ୧୪୧ ରନରେ ହରାଇଛି।

ଏବେ ସୌଦ ସକୀଲଙ୍କ ସହ ଅଲରାଉଣ୍ଡର ଶଦାବ ଖାନ ବ୍ୟାଟିଂ କରୁଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ପାକିସ୍ତାନ ୩୧ ଓଭର୍‌ରେ ୫ ୱିକେଟ ହରାଇ ୧୫୪ ରନ କରିଛି। 

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe