Advertisment

ଚାମ୍ପିୟନ୍ସ ଟ୍ରଫି: ଆଇସିସି ଇଭେଣ୍ଟକୁ ବୟକଟ ପାଇଁ ଧମକ ଦେଲେ ପାକିସ୍ତାନର ପୂର୍ବତନ ଅଧିନାୟକ

୨୦୨୫ରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବ। କିନ୍ତୁ ଭାରତ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନକୁ ଯିବ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି।

author-image
Hemant Lenka
Rohit

Rohit

ପିଚ୍‌ ବାହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ପୁଣିଥରେ ଆରମ୍ଭ ହୋଇଯାଇଛି। ଏଥର ଚାମ୍ପିୟନ୍ସ ଟ୍ରଫିକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି।

Advertisment

୨୦୨୫ରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବ। କିନ୍ତୁ ଭାରତ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନକୁ ଯିବ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି। ସେହିପରି ଭାରତ ପାଇଁ ହାଇବ୍ରିଡ ମଡେଲ ଲାଗୁ କରିବା ମୁଡରେ ମଧ୍ୟ ପାକିସ୍ତାନ ନାହିଁ।

ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମୋହସିନ ନକବୀ କହିଛନ୍ତି, “ବିଗତ କିଛି ବର୍ଷ ହେଲାଣି ପାକିସ୍ତାନ ସବୁ ବେଳେ ଭଲ ବ୍ୟବହାର କରି ଆସିଛି। କିନ୍ତୁ ଆମର ଆଶା ସବୁବେଳେ ଆମେ ଏମିତି କରିବୁ ନାହିଁ। ତେଣୁ ସବୁ କିଛିକୁ ଚିନ୍ତା କରି ନିଷ୍ପତ୍ତି ନିଆଯାଉ।”

Advertisment

ଏସବୁ ଭିତରେ ପାକିସ୍ତାନ ଟିମର ପୂର୍ବତନ ଅଧିନାୟକ ରଶିଦ ଲତିଫ ଉଭୟ ଆଇସିସି ଓ ବିସିସିଆଇକୁ ଚାମ୍ପିୟନ୍ସ ଟ୍ରଫି ପ୍ରସଙ୍ଗରେ ଧମକ ଦେଇଛନ୍ତି। ଯଦି ଭାରତୀୟ ଟିମ ପାକିସ୍ତାନ ଗସ୍ତ କରିବ ନାହିଁ, ତା’ହେଲେ ପାକିସ୍ତାନ ବଡ଼ ପଦକ୍ଷେପ ସ୍ୱରୂପ ଆଇସିସି ଇଭେଣ୍ଟକୁ ବୟକଟ କରିପାରେ ବୋଲି ସେ ଚେତାବନୀ ଦେଇଛନ୍ତି।

ଲତିଫ କହିଛନ୍ତି, “ଯଦି ଏହା ଗୋଟିଏ ଦ୍ୱିପାକ୍ଷିକ କିମ୍ବା ଏସିଆ କପ ହୋଇଥାଆନ୍ତା, ତା’ହେଲେ ଦଳଗୁଡ଼ିକୁ ପଚରା ଯାଇଥାଆନ୍ତା। ଭାରତ ଏଥିରେ ଖେଳିବ କି ନାହିଁ, ମତାମତ ନିଆଯାଇ ଥାଆନ୍ତା। କିନ୍ତୁ ଚାମ୍ପିୟନ୍ସ ଟ୍ରଫି ଗୋଟିଏ ଆଇସିସି ଇଭେଣ୍ଟ। ୨୦୨୪ରୁ ୨୦୩୧ ଯାଏ କ୍ରିକେଟ କ୍ୟାଲେଣ୍ଡରକୁ ପ୍ରସ୍ତୁତ କରାଯାଇଛି। ଚାମ୍ପିୟନ୍ସ ଟ୍ରଫି ଓ ବିଶ୍ୱକପରେ ଭାଗ ନେବାକୁ ଥିବା ଟିମ ଚୂଡ଼ାନ୍ତ ହୋଇସାରିଛି। ପ୍ରସାରଣ ଓ ପ୍ରୟୋଜକ ସଂସ୍ଥା ସେହି ଅନୁସାରେ ଦସ୍ତଖତ କରିଛନ୍ତି।

ଯଦି କୌଣସି ଟିମ ଭାଗ ନେବାକୁ ଚାହୁଁ ନାହାନ୍ତି, ତା’ହେଲେ ସେମାନଙ୍କୁ ଏହା ପଛର ବଳିଷ୍ଠ କାରଣ କହିବାକୁ ପଡ଼ିବ। ଯେମିତି ୧୯୯୬ରେ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ଟିମ ଶ୍ରୀଲଙ୍କା ଯାଇ ନଥିଲେ। କିନ୍ତୁ ସେମାନେ ଫାଇନାଲରେ ପହଞ୍ଚିଥିଲେ। ଯଦି ଆପଣ ସୁରକ୍ଷାକୁ ଗୋଟିଏ କାରଣ କହୁଛନ୍ତି, ତା’ହେଲେ ଏହା ଏକ ବଳିଷ୍ଠ କାରଣ ନୁହେଁ।

ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଭଳି ଦଳ ପାକିସ୍ତାନ ଆସୁଛନ୍ତି। ସେମାନେ ଏବେ ମଧ୍ୟ ପାକିସ୍ତାନ ଆସିବାକୁ ଚାହୁଁଛନ୍ତି। ଯଦି ଭାରତୀୟ ଟିମ ପାକିସ୍ତାନ ଗସ୍ତ ନ କରିବ, ତା’ହେଲେ ପାକିସ୍ତାନ ଆଇସିସି ଇଭେଣ୍ଟକୁ ବୟକଟ କରିପାରେ।

ପାକିସ୍ତାନ ଓ ଭାରତ ମ୍ୟାଚ୍‌ ରହିଥିବାରୁ ଆଇସିସି ରହିଛି। ଯଦି ଭାରତ ଭଳି ପାକିସ୍ତାନ ସରକାର ମଧ୍ୟ କହନ୍ତି ଯେ ଆମେ ଖେଳିବୁ ନାହିଁ, ତା’ହେଲେ ଆଇସିସିର ମୂଲ୍ୟ କିଛି ରହିବ ନାହିଁ। କେହିବି ଉକ୍ତ ମ୍ୟାଚ୍‌ ଦେଖିବେ ନାହିଁ।

ଭାରତ ଦ୍ୱିପାକ୍ଷିକ ଟୁର୍ଣ୍ଣାମେଣ୍ଟ ଖେଳିବ ନାହିଁ ବୋଲି ଆପଣ କହି ପାରନ୍ତି। କିନ୍ତୁ ଆପଣ ଆଇସିସି ଇଭେଣ୍ଟକୁ ମନା କରିପାରିବେ ନାହିଁ। ଯଦି ଭାରତୀୟ ଟିମ ପାକିସ୍ତାନ ଆସିବ ନାହିଁ, ତା’ହେଲେ ପାକିସ୍ତାନ ମଧ୍ୟ ବଡ଼ ପଦକ୍ଷେପ ସ୍ୱରୂପ ଆଇସିସି ଇଭେଣ୍ଟକୁ ବୟକଟ କରିବ।”

Pakistan Indian Cricket Team Champions Trophy