Advertisment

ସବୁ ପ୍ରସ୍ତାବ ଖାରଜ, ଏସିଆ କପ ଖେଳିବନି ପାକିସ୍ତାନ!

ପିସିବି ଆଶା କରିଥିଲା ଯେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଏହାକୁ ସମର୍ଥନ କରିବେ। କିନ୍ତୁ ସେମାନେ ବିସିସିଆଇ ଭଳି ହାଇବ୍ରିଡ ମଡେଲ ପ୍ରସ୍ତାବରୁ ଦୂରେଇ ଯାଇଛନ୍ତି।

Asia Cup

Asia Cup

Advertisment

ସବୁଆଡ଼ୁ ନିରାଶ ହେବା ପରେ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବା ସ୍ଥିତିକୁ ଚାଲି ଆସିଛି ପାକିସ୍ତାନ। ଏସିଆ କପର ଆୟୋଜନ ଦାୟିତ୍ୱ ପାଇଥିବା ପାକିସ୍ତାନ ଏବେ ପୂରା ଟୁର୍ଣ୍ଣାମେଣ୍ଟରେ ହିଁ ଭାଗ ନେଇ ନପାରେ। ପାକିସ୍ତାନରେ ଏସିଆ କପ ଖେଳିବାକୁ ଭାରତ ମନା କରିବା ପରେ ପୂରା ବିବାଦ ସୃଷ୍ଟି ହୋଇଥିଲା।

Advertisment

ପ୍ରଥମେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଇସିସି ଓ ବିସିସିଆଇକୁ ନାଲି ଆଖି ଦେଖାଇଥିଲା। କିନ୍ତୁ ଏଥିରୁ ପିସିବିକୁ କୌଣସି ପ୍ରକାରର ଫାଇଦା ମିଳି ନଥିଲା। ଏହାପରେ ପିସିବି ମୁଖ୍ୟ ନଜାମ ସେଠୀ ଏସିଆ କପ ପାଇଁ ହାଇବ୍ରିଡ ମଡେଲର ପ୍ରସ୍ତାବ ଦେଇଥିଲେ। ଏଥିରେ ସେ କହିଥିଲେ ଯେ ଏସିଆ କପର ୩ରୁ ୪ଟି ମ୍ୟାଚ୍‌ ପାକିସ୍ତାନରେ ଖେଳାଯିବ। ଭାରତ ଓ ଅନ୍ୟ ମ୍ୟାଚ୍‌ ଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ଖେଳାଯାଉ। 

ପିସିବି ଆଶା କରିଥିଲା ଯେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଏହାକୁ ସମର୍ଥନ କରିବେ। କିନ୍ତୁ ସେମାନେ ବିସିସିଆଇ ଭଳି ହାଇବ୍ରିଡ ମଡେଲ ପ୍ରସ୍ତାବରୁ ଦୂରେଇ ଯାଇଛନ୍ତି। ସବୁଆଡ଼ୁ ନିରାଶ ହୋଇଥିବା ପିସିବି ଏବେ ସେପ୍ଟେମ୍ବରରେ ଖେଳା ଯିବାକୁ ଥିବା ଏସିଆ କପରୁ ହିଁ ଓହରି ଯିବାକୁ ଯୋଜନା କରୁଥିବା ରିପୋର୍ଟ ପ୍ରକାଶ ପାଇଛି।

Advertisment

ପ୍ରଥମେ ସୁରକ୍ଷା ଦୃଷ୍ଟିରୁ ବିସିସିଆଇ ଏସିଆ କପ ଖେଳିବା ପାଇଁ ଟିମକୁ ପାକିସ୍ତାନ ପଠାଇବାକୁ ମନା କରିଥିଲା। ଏବେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ବାହାରେ ଖେଳା ଯାଉ ବୋଲି ମତ ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏସିଆନ କ୍ରିକେଟ କାଉନସିଲର କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟଙ୍କ ବୈଠକ ଚଳିତ ମାସରେ ବସିବ। ଏଥିରେ ପାକିସ୍ତାନ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା ହେବ। କିନ୍ତୁ ବୈଠକ ପୂର୍ବରୁ ହିଁ ଅନଔପଚାରିକ ଭାବେ ପାକିସ୍ତାନ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦିଆଯାଇଛି।

କେବଳ ଏହାକୁ ବୈଠକରେ ଘୋଷଣା କରାଯିବ। ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପିସିବି ପ୍ରସ୍ତାବରେ ରାଜି ନଥିବା ସ୍ପଷ୍ଟ ହୋଇଛି।

ସେଠୀ ବର୍ତ୍ତମାନ ତାଙ୍କ କ୍ରିକେଟ ମ୍ୟାନେଜମେଣ୍ଟ କମିଟି ସଦସ୍ୟ ଓ ସରକାରୀ ଅଧିକାରୀଙ୍କ ଯୋଗାଯୋଗରେ ଅଛନ୍ତି। ଯଦି ଏସିଆ କପର କୌଣସି ବି ମ୍ୟାଚ୍‌ ଆୟୋଜନ କରିବାକୁ ପାକିସ୍ତାନକୁ ଅଧିକାର ନ ମିଳେ, ତା’ହେଲେ ଦେଶ କେଉଁ ପ୍ରକାରର ଆଭିମୁଖ୍ୟ ଗ୍ରହଣ କରିବ, ତା’ ଉପରେ ଆଲୋଚନା ଚାଲିଛି।

ସେଠୀ ବାରମ୍ବାର କହି ସାରିଛନ୍ତି ଯେ ଯଦି ପାକିସ୍ତାନକୁ ଏସିଆ କପ ହୋଷ୍ଟ ଦାୟିତ୍ୱ ନ ମିଳିବ କିମ୍ବା ପାକିସ୍ତାନରେ କୌଣସି ମ୍ୟାଚ୍‌ ନ ହେବ, ତା’ହେଲେ ଦେଶ ଟୁର୍ଣ୍ଣାମେଣ୍ଟରେ ଭାଗ ନେବ ନାହିଁ। ପିସିବି ଏସିଆ କପକୁ ବୟକଟ କରିବା ମୁଡରେ ଥିବା ଏହି ସୂତ୍ରରେ କୁହାଯାଇଛି।

ଅନ୍ୟପକ୍ଷରେ ଯଦି ଏସିଆ କପ ଅନୁଷ୍ଠିତ ନ ହେବ, ତେବେ ଭାରତ ସେପ୍ଟେମ୍ବର ମାସରେ ୪ରୁ ୫ଟି ଟିମକୁ ନେଇ କୌଣସି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବ। କାରଣ ଏହା ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ ପ୍ରସ୍ତୁତିରେ ସହାୟକ ହେବ।

India Vs Pakistan Asia Cup Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe