Advertisment

ଚାମ୍ପିୟନ୍ସ ଟ୍ରଫି: ଭାରତକୁ କୋର୍ଟକୁ ଟାଣିବ ପାକିସ୍ତାନ

ଭାରତୀୟ ଟିମ ପାକିସ୍ତାନ ଯିବାକୁ ମନା କରୁଥିବାରୁ ଏବେ ଇସଲାମାବାଦ ନୂଆ ଭେଳିକି ଦେଖାଇବା ଆରମ୍ଭ କରିଛି। ଭାରତ ବିରୋଧରେ ପାକିସ୍ତାନ କୋର୍ଟ ଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Pakistan

Pakistan

Advertisment

ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚମରସୀମାରେ ପହଞ୍ଚିଛି। ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନର ହକ ପାଇଥିବା ବେଳେ ଭାରତ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଇସଲାମାବାଦ ଯିବାକୁ ମନା କରୁଛି।

Advertisment

ଏ ସମ୍ପର୍କରେ ବିସିସିଆଇ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସିକୁ ମଧ୍ୟ ମୌଖିକ ଭାବେ ଜଣାଇ ସାରିଛି। ଭାରତ ସରକାର ସୁରକ୍ଷା ଦୃଷ୍ଟିରୁ ଟିମକୁ ପାକିସ୍ତାନ ଛାଡ଼ିବାକୁ ଅନୁମତି ଦେଉ ନଥିବା ବିସିସିଆଇ କହିଛି।

ଭାରତୀୟ ଟିମ ପାକିସ୍ତାନ ଯିବାକୁ ମନା କରୁଥିବାରୁ ଏବେ ଇସଲାମାବାଦ ନୂଆ ଭେଳିକି ଦେଖାଇବା ଆରମ୍ଭ କରିଛି। ଭାରତ ବିରୋଧରେ ପାକିସ୍ତାନ କୋର୍ଟ ଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ସମ୍ଭବତଃ କୋର୍ଟ ଅଫ ଆର୍ବିଟ୍ରେସନ ଫର ସ୍ପୋର୍ଟସ(ସିଏଏସ୍‌)ରେ ଭାରତ ବିରୋଧରେ ଆବେଦନ କରିପାରେ। ସିଏଏସ୍‌ ହେଉଛି କ୍ରୀଡ଼ା ସହ ଜଡ଼ିତ ସମସ୍ୟାର ବିଚାର କରୁଥିବା ସର୍ବୋଚ୍ଚ ଅଦାଲତ। ତେଣୁ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ପ୍ରସଙ୍ଗରେ ଭାରତକୁ ସିଏଏସ୍‌ ନେବାକୁ ଯୋଜନା କରିଛି।

ପାକିସ୍ତାନର କହିବା କଥା ଯେ ୨୦୨୩ ବିଶ୍ୱକପ ଖେଳିବାକୁ ପାକିସ୍ତାନ ଟିମ ଭାରତ ଗସ୍ତରେ ଆସିଥିଲା। ଏହିକ୍ରମରେ ଭାରତ ମଧ୍ୟ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବା କଥା। ହେଲେ ବିସିସିଆଇ ପାକିସ୍ତାନକୁ ଟିମ ପଠାଇବାକୁ ମନା କରିଛି। ତେଣୁ ପାକିସ୍ତାନ ସିଏଏସ୍‌ରେ ଏନେଇ ନିଜର ପକ୍ଷ ରଖିବାକୁ ଚାହୁଁଥିବା ଜଣାପଡ଼ିଛି।

ମିଡିଆ ରିପୋର୍ଟ ଅନୁସାରେ, ଚାମ୍ପିୟନ୍ସ ଟ୍ରଫି ପାଇଁ ବିସିସିଆଇ ପାକିସ୍ତାନ କ୍ରିକେଟ ବୋର୍ଡକୁ ହାଇବ୍ରିଡ ମଡେଲ ଆପଣାଇବାକୁ କହୁଛି। ଭାରତର ମ୍ୟାଚ୍‌ ଗୁଡ଼ିକ ପାକିସ୍ତାନ ବଦଳରେ ଦୁବାଇରେ କରିବାକୁ ବିସିସିଆଇ ପ୍ରସ୍ତାବ ରଖିଛି। ହେଲେ ପିସିବି ମୁଖ୍ୟ ମୋହସିନ ନକବୀ ଏଥିରେ ଏକମତ ହୋଇନାହାନ୍ତି।

India Vs Pakistan Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe