Advertisment

LA 2028 Olympics: ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରି ନପାରେ ପାକିସ୍ତାନ କ୍ରିକେଟ ଟିମ୍‌

ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି। କିନ୍ତୁ ଏହି କ୍ରୀଡ଼ା ମହାକୁମ୍ଭକୁ ପାକିସ୍ତାନ ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନା ବହୁତ କମ। କାରଣ ଅଲିମ୍ପିକ୍ସରେ ପୁରୁଷ ବର୍ଗରୁ ୬ଟି ଔ ମହିଳା ବର୍ଗର ୬ଟି ଟିମକୁ ଭାଗ ନେବାକୁ ଅନୁମତି ମିଳିବ।

author-image
Hemant Lenka
Pakistan

ପାକିସ୍ତାନ-ଭାରତ

ଅନ୍ତର୍ଜାତୀୟ କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁବେଳେ ଚର୍ଚ୍ଚା। ଯଦିଓ ଦୁଇ ଦେଶ ପରସ୍ପର ମଧ୍ୟରେ ଦୁଇ ପାକ୍ଷିକ ସିରିଜ ଖେଳୁ ନାହାନ୍ତି, କିନ୍ତୁ ଆଇସିସି ଓ ଏସିସିର ପ୍ରତିଯୋଗିତାରେ ମୁହାଁମୁହିଁ ହେଉଛନ୍ତି।

Advertisment

୨୦୨୫ ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୩ଥର ମ୍ୟାଚ୍‌ ଖେଳା ଯାଇଥିଲା। ଆଉ ୩ଥର ଯାକ ଧୂଳି ଚାଟିଥିଲା ପାକିସ୍ତାନ। ଦୁଇ ଦଳ ମଧ୍ୟରେ ୨୦୨୬ ଟି-୨୦ ବିଶ୍ୱକପରେ ମ୍ୟାଚ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ସ୍ୱତନ୍ତ୍ର ଫୋକସ ୨୦୨୮ ଲସ ଆଞ୍ଜେଲ୍ସ ଲଢ଼େଇ ଉପରେ ରହିବ। 

ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି। କିନ୍ତୁ ଏହି କ୍ରୀଡ଼ା ମହାକୁମ୍ଭକୁ ପାକିସ୍ତାନ ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନା ବହୁତ କମ। କାରଣ ଅଲିମ୍ପିକ୍ସରେ ପୁରୁଷ ବର୍ଗରୁ ୬ଟି ଔ ମହିଳା ବର୍ଗର ୬ଟି ଟିମକୁ ଭାଗ ନେବାକୁ ଅନୁମତି ମିଳିବ।

Advertisment

କିନ୍ତୁ ଭାରତ-ପାକିସ୍ତାନ ଲଢ଼େଇ ଦେଖିବାକୁ ମଳି ନପାରେ। ବଡ଼ବଡ଼ ଟୁର୍ଣ୍ଣାମେଣ୍ଟରେ ଫ୍ୟାନ୍ସଙ୍କ ନଜର ସବୁବେଳେ ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ରହିଥାଏ। କିନ୍ତୁ ୨୦୨୮ ଅଲିମ୍ପିକ୍ସରେ ଏହି ଲଢ଼େଇ ଦେଖିବାକୁ ମିଳି ନପାରେ। 

ଶୁକ୍ରବାର ଦୁବାଇରେ ଆଇସିସିର ବୈଠକ ବସିଥିଲା। ଏହି ବୈଠକରେ ସ୍ପଷ୍ଟ ହୋଇଛି ଯେ ପୁରୁଷ ଓ ମହିଳା ବର୍ଗରୁ ୬ଟି ଲେଖାଏ ଟିମ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ ଭାଗ ନେବେ। ଟି-୨୦ ଫର୍ମାଟରେ ଅଲିମ୍ପିକ୍ସର ମ୍ୟାଚ୍ ଗୁଡ଼ିକ ଖେଳାଯିବ।

ଆଇସିସି ଟି-୨୦ ଅନ୍ତର୍ଜାତୀୟ ରାଙ୍କିଙ୍ଗ ବଦଳରେ ପ୍ରତି ରିଜନ/କଣ୍ଟିନେଣ୍ଟର ଟପ୍‌ ଟିମକୁ ଅଲିମ୍ପିକ୍ସକୁ ପଠାଯିବ। ଅର୍ଥାତ ଏସିଆ, ୟୁରୋପ, ଓସିଆନିଆ, ଆଫ୍ରିକା ଓ ଆମେରିକାର ଶ୍ରେଷ୍ଠ ଦଳ ଅଲିମ୍ପିକ୍ସକୁ ଯିବେ। ୬ଷ୍ଠ ଟିମକୁ ଗୋଟିଏ ବିଶ୍ୱସ୍ତରୀୟ ଯୋଗ୍ୟତା ପର୍ଯ୍ୟାୟରୁ ଚୟନ କରାଯିବ।

ଟି-୨୦ ରାଙ୍କିଙ୍ଗ ବିଚାରକୁ ନେଲେ ଭାରତ ଏବେ ୧ ନମ୍ବର ଦଳ ଭାବେ ରହିଛି। ପାକିସ୍ତାନର ନାଁ ଗନ୍ଧ ନାହିଁ। ଟୁର୍ଣ୍ଣାମେଣ୍ଟର ରୋଡମ୍ୟାପ ପ୍ରସ୍ତୁତ କରାଯାଉଥିବା ବେଳେ ଆଇସିସି ପକ୍ଷରୁ ଏ ସମ୍ପର୍କରେ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡ଼ିଛି। 

ଏହି ସବୁ ଟିମ ଯୋଗ୍ୟତା ଅର୍ଜନ କରିପାରନ୍ତି

ଏସିଆ- ଭାରତ

ଓସିଆନିଆ- ଅଷ୍ଟ୍ରେଲିଆ 

ୟୁରୋପ- ଇଂଲଣ୍ଡ 

ଆଫ୍ରିକା- ଦକ୍ଷିଣ ଆଫ୍ରିକା 

ଆମେରିକା- ଆୟୋଜକ ଦେଶ ଆମେରିକା 

ଏପରି ସ୍ଥିତିରେ ପାକିସ୍ତାନକୁ ନିରାଶ ହେବାକୁ ପଡ଼ିବ। ଯଦି ପାକିସ୍ତାନ ବିଶ୍ୱସ୍ତରୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଜିତିବ, ତା’ହେଲେ ଅଲିମ୍ପିକ୍ସକୁ ଯାଇପାରେ। ୨୦୨୮ ଜୁଲାଇ ୧୨ରୁ ଏଲଏ ଅଲିମ୍ପିକ୍ସ(LA Olympics)ରେ କ୍ରିକେଟର ଲଢ଼େଇ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟରେ ମୋଟ ୨୮ଟି ମ୍ୟାଚ୍‌ ଖେଳାଯିବ। 

LA Olympics