Advertisment

ଦ୍ରୁତ ଆରମ୍ଭ ସତ୍ତ୍ୱେ ବଡ଼ ସ୍କୋର କରିପାରିଲାନି ଆଫଗାନ

ଶାରଜା: ପାକିସ୍ତାନ ବିପକ୍ଷ କର ବା ମର ମ୍ୟାଚ୍‌ରେ ବିସ୍ଫୋରକ ଆରମ୍ଭ ସତ୍ତ୍ୱେ ବଡ଼ ସ୍କୋର କରିବାରେ ବିଫଳ ହୋଇଛି ଆଫଗାନିସ୍ତାନ। ୩.୫ ଓଭର ସୁଦ୍ଧା ବିନା ୱିକେଟରେ ୩୬ ରନ କରିଥିବା ଆଫଗାନିସ୍ତାନକୁ ନିୟମିତ ୱିକେଟ ହରାଇବା ମହଙ୍ଗା ପଡ଼ିଛି। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ କେବଳ ୧୨୯ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ଭାରତ ଓ ଆଫଗାନିସ୍ତାନକୁ ଏସିଆ କପରୁ ବିଦା କରିବା ପାଇଁ ପାକିସ୍ତାନକୁ ୧୩୦ ରନର […]

ଦ୍ରୁତ ଆରମ୍ଭ ସତ୍ତ୍ୱେ ବଡ଼ ସ୍କୋର କରିପାରିଲାନି ଆଫଗାନ

Ibarhim

Advertisment

ଶାରଜା: ପାକିସ୍ତାନ ବିପକ୍ଷ କର ବା ମର ମ୍ୟାଚ୍‌ରେ ବିସ୍ଫୋରକ ଆରମ୍ଭ ସତ୍ତ୍ୱେ ବଡ଼ ସ୍କୋର କରିବାରେ ବିଫଳ ହୋଇଛି ଆଫଗାନିସ୍ତାନ। ୩.୫ ଓଭର ସୁଦ୍ଧା ବିନା ୱିକେଟରେ ୩୬ ରନ କରିଥିବା ଆଫଗାନିସ୍ତାନକୁ ନିୟମିତ ୱିକେଟ ହରାଇବା ମହଙ୍ଗା ପଡ଼ିଛି। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ କେବଳ ୧୨୯ ରନ କରିବାକୁ ସକ୍ଷମ ହୋଇଛି।

Advertisment

ଫଳରେ ଭାରତ ଓ ଆଫଗାନିସ୍ତାନକୁ ଏସିଆ କପରୁ ବିଦା କରିବା ପାଇଁ ପାକିସ୍ତାନକୁ ୧୩୦ ରନର ଟାର୍ଗେଟ ମିଳିଛି। ପାକିସ୍ତାନ ଏହି ମ୍ୟାଚ୍‌ ଜିତି ନେଲେ ଏସିଆ କପ ଫାଇନାଲରେ ପ୍ରବେଶ କରିବ। ସେହିପରି ଶ୍ରୀଲଙ୍କା ମଧ୍ୟ ବିଧିବଦ୍ଧ ଭାବେ ଫାଇନାଲ ଟିକେଟ ହାସଲ କରିବ। ଉଭୟ ଦଳ ସୁପର ୪ର ଶେଷ ମ୍ୟାଚ୍‌ ଶୁକ୍ରବାର ଖେଳିବେ। ସେହିପରି ୧୧ ତାରିଖ ଫାଇନାଲରେ ମଧ୍ୟ ଟ୍ରଫି ପାଇଁ ଲଢ଼େଇ କରିବେ।

ଶାରଜା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ଆଫଗାନକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ଦଳର ଦୁଇ ଓପନର ରହମନୁଲ୍ଲା ଗୁରବାଜ ଓ ହଜରତୁଲ୍ଲା ଜଜାଇ ଦ୍ରୁତ ଆରମ୍ଭ କରିଥିଲେ। ଉଭୟ ୩.୫ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୩୬ରେ ପହଞ୍ଚାଇ ଦେଇଥିଲେ।

Advertisment

କିନ୍ତୁ ଏହି ସମୟରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ହରିଶ ରୌଫ ୧୧ ବଲରେ ୧୭ ରନ କରିଥିବା ଗୁରବାଜଙ୍କୁ କ୍ଲିନବୋଲ୍ଡ କରି ଆଫଗାନକୁ ପ୍ରଥମ ଝଟକା ଦେଇଥିଲେ। ଜଜାଇ ମଧ୍ୟ ୨୧ ରନ କରି ମହମ୍ମଦ ହସୈନଙ୍କ ଶିକାର ବନିଥିଲା। ଇବ୍ରାହିମ ଜର୍ଦାନ(୩୫) କିଛି ଭଲ ଶଟ ଖେଳିଥିଲେ ମଧ୍ୟ କରିମ ଜମାତ(୧୫), ନଜିବୁଲ୍ଲା ଜର୍ଦାନ (୧୦) ଓ ଅଧିନାୟକ ମହମ୍ମଦ ନବି ପ୍ରଥମ ବଲରେ ଆଉଟ ହୋଇ ସମସ୍ତଙ୍କୁ ନିରାଶ କରିଥିଲେ।

ଦଳୀୟ ସ୍କୋର ୧୦୪ ଥିବା ବେଳେ ଇବ୍ରାହିମ ୬ଷ୍ଠ ବ୍ୟାଟର ଭାବେ ଆଉଟ ହୋଇଥିଲେ। ତାଙ୍କ ୱିକେଟ ହରିଶ ରୌଫ ନେଇଥିଲେ। ଶେଷ ଭାଗରେ ରଶିଦ ଖାନ ୧୫ ବଲରେ ୧୮ ଓ ଅଜମତୁଲ୍ଲା ଓମାରଜାଇ ୧୦ ରନ କରିବାରୁ ଆଫଗାନିସ୍ତାନ ୬ ୱିକେଟ ହରାଇ ୧୨୯ ରନରେ ପହଞ୍ଚି ପାରିଥିଲା।

ପାକିସ୍ତାନ ପକ୍ଷରୁ ରୌଫ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ନଶୀମ ଶାହ, ହସୈନ, ମହମ୍ମଦ ନୱାଜ ଓ ଶଦାବ ଖାନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe