Advertisment

WTC ପଏଣ୍ଟ ଟେବୁଲ: ପାକିସ୍ତାନ ନଂ ୧, ଦ୍ୱିତୀୟରେ ଭାରତ

ଭାରତ ଦ୍ୱିତୀୟ ଟେଷ୍ଟ ଜିତିଥିଲେ ମୋଟ ୨୪ ପଏଣ୍ଟ ପାଇଥାଆନ୍ତା। କିନ୍ତୁ ଦଳକୁ ୧୬ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

Team India

Team India

Advertisment

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ବର୍ଷା ଯୋଗୁ ଡ୍ରରେ ଶେଷ ହେବାରୁ ଟିମ ଇଣ୍ଡିଆ ଏହି ସିରିଜରୁ ପୂରା ପଏଣ୍ଟ ହାସଲ କରିବାକୁ ସକ୍ଷମ ହୋଇନି। ଭାରତ ଟେଷ୍ଟ ସିରିଜ୍‌ ଜିତିଥିଲେ ହେଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (୨୦୨୩-୨୫) ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିବାକୁ ସକ୍ଷମ ହୋଇନି।

Advertisment

ଭାରତ ଦ୍ୱିତୀୟ ଟେଷ୍ଟ ଜିତିଥିଲେ ମୋଟ ୨୪ ପଏଣ୍ଟ ପାଇଥାଆନ୍ତା। କିନ୍ତୁ ଦଳକୁ ୧୬ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ଦଳର ପିସିଟି ବା ପରସେଣ୍ଟ ପଏଣ୍ଟସ ଅଫ ୱନ ୬୬.୬୭ ରହିଛି। ଭାରତ ଦ୍ୱିତୀୟ ମ୍ୟାଚ୍‌ ଜିତିଥିଲେ ଏହା ୧୦୦ ରହିଥାଆନ୍ତା। କିନ୍ତୁ ଦଳ ଏବେ WTC ପଏଣ୍ଟ ଟେବୁଲରେ ପାକିସ୍ତାନ ତଳେ ଅର୍ଥାତ ଦ୍ୱିତୀୟ ସ୍ଥାନରେ ରହିଛି।

ପାକିସ୍ତାନ ଏବେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି। ଦଳ ପ୍ରଥମ ମ୍ୟାଚ୍‌ ଜିତି ପୂରା ୧୨ ପଏଣ୍ଟ ଏବଂ ପିସିଟି ୧୦୦% ପାଇଛି। ତେଣୁ ପଏଣ୍ଟ ଟେବୁଲରେ ଦଳ ୧ନଂ ସ୍ଥାନରେ ରହିଛି। ଯଦି ପାକିସ୍ତାନ ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କା ଠାରୁ ହାରି ଯିବ କିମ୍ବା ମ୍ୟାଚ୍‌ ଡ୍ର ରହିବ, ତା’ହେଲେ ଦଳର ପିସିଟି ହ୍ରାସ ପାଇବ।

Advertisment

ପଏଣ୍ଟ ଟେବୁଲକୁ ବିଚାରକୁ ନେଲେ ଇଣ୍ଡିଜ ଟିମ ଭାରତ ସହ ଡ୍ର ପାଇଁ ୪ ପଏଣ୍ଟ ହାସଲ କରି ତାଲିକାର ୫ମ ସ୍ଥାନରେ ରହିଛି। ଦଳର ପିସିଟି ୧୬.୬୭%।ଭାରତର ପରବର୍ତ୍ତୀ ଟେଷ୍ଟ ମୁକାବିଲା ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସହ ରହିଛି। ସେହିପରି ଇଂଲଣ୍ଡ ସହ ଦଳ ଘରୋଇ ପରିବେଶରେ ଟେଷ୍ଟ ସିରିଜ ଖେଳିବ।

WTC ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ, ୪ର୍ଥରେ ଇଂଲଣ୍ଡ, ୬ଷ୍ଠରେ ବାଂଲାଦେଶ, ୭ମରେ ନ୍ୟୁଜିଲ୍ୟାଣ୍ଡ, ୮ମରେ ଦକ୍ଷିଣ ଆଫ୍ରିକା ଓ ଶେଷରେ ଶ୍ରୀଲଙ୍କା ରହିଛି। ଅବଶ୍ୟ ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ଏଯାଏ ୨୦୨୩-୨୫ ଟେଷ୍ଟ ସାଇକେଲରେ କୌଣସି ସିରିଜ୍‌ ଖେଳି ନହାନ୍ତି। ତେଣୁ ସେମାନଙ୍କ ପଏଣ୍ଟ ଖାତା ଖୋଲିନି।

Team India WTC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe