/odisha-reporter/media/media_files/2026/02/15/toss-2026-02-15-18-46-37.jpg)
ଟସ୍ ବେଳେ ସୂର୍ଯ୍ୟ କୁମାର
ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ କ୍ରମାଗତ ତୃତୀୟ ଥର ପାଇଁ ଟସ ହାରିଛି ଭାରତ। ଟସ୍ ଜିତି ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଗା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ଭାରତ ପ୍ରଥମେ ବ୍ୟାଟିଂ କରିବ। ଭାରତର ତା’ର ଚୂଡ଼ାନ୍ତ ଏକାଦଶରେ ୨ଟି ପରବର୍ତ୍ତନ କରିଛି ଅର୍ଶଦୀପ ସିଂହଙ୍କ ସ୍ଥାନରେ କୁଲଦୀପ ଯାଦବ ଓ ସଞ୍ଜୁ ସାମସନଙ୍କ ସ୍ଥାନରେ ଅଭିଷେକ ଶର୍ମା ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି। ଅର୍ଥାତ ଭାରତ ୩ ସ୍ପିନର ଓ ବୁମ୍ରାଙ୍କ ସହ ମୈଦାନକୁ ଓହ୍ଲାଇବ। ଏହାବାଦ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେ ରହିଛନ୍ତି।
ପ୍ରଥମ ମ୍ୟାଚ୍ରେ ମଧ୍ୟ ସୂର୍ଯ୍ୟ କୁମାର ଯାଦବ ଆମେରିକା ଠାରୁ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲେ। ଏହି ମ୍ୟାଚ୍ରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ସୂର୍ଯ୍ୟ କୁମାର ଅପରାଜିତ ୮୪ ରନର ଇନିଂସ ଖେଳିଥିଲେ ଓ ଭାରତ ୨୯ ରନରେ ବିଜୟ ହୋଇଥିଲା। ସେହିପରି ନାମିବିୟା ବିପକ୍ଷରେ ଭାରତ ଟସ୍ ହାରିଥିଲେ ହେଁ ମ୍ୟାଚ୍କୁ ୯୩ ରନରେ ଜିତିଥିଲା।
ପାକିସ୍ତାନ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଅର୍ଥାତ ଦଳ ପାଖରେ ୪ ସ୍ପିନର ଓ ସୈୟ ଆୟୁବ ରହିଛନ୍ତି। ଏହାବାଦ ଶାହୀନ ଆଫ୍ରିଦିଙ୍କ ସହ ଫହୀମ ଅଶର୍ଫ ପେସ ବୋଲିଂର କମାଣ ସମ୍ଭାଳିବେ।
ଅନ୍ୟପକ୍ଷରେ ଏସିଆ କପ ଭଳି ବିଶ୍ୱକପରେ ମଧ୍ୟ ଦୁଇ ଦଳର ଅଧିନାୟକ ଟସ୍ ବେଳେ ପରସ୍ପର ସହ ହାତ ମିଳାଇ ନାହାନ୍ତି। ଭାରତୀୟ କ୍ରିକେଟ ଟିମ ପୂର୍ବଭଳି ନୋ ହ୍ୟାଣ୍ଡଶେକ ନୀତିରେ କାଏମ ରହିଛି। ସେହିପରି ବିସିସିଆଇ ଏକ୍ସରେ ଟସ୍ ବେଳର ଫଟୋ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ରହିଛି। ସବୁବେଳେ ଟସ୍ ସମୟରେ ବିସିସିଆଇ ଦୁଇ ଦଳ ଅଧିନାୟକଙ୍କ ଫଟୋକୁ ପୋଷ୍ଟ କରେ। କିନ୍ତୁ ଆଜି କେବଳ ସୂର୍ଯ୍ୟ କୁମାର ଟସ୍ ପକାଇବାର ଫଟୋ ବିସିସିଆଇ ଛାଡ଼ିଛି।
🚨 Toss 🚨#TeamIndia have been put into bat.
— BCCI (@BCCI) February 15, 2026
Updates ▶️ https://t.co/IgYYH0TeR9#T20WorldCup | #MenInBluepic.twitter.com/rMA2wseuxJ
ଏପ୍ରିଲ ୨୨ ପହଲଗାମ ନରସଂହାର ଯୋଗୁ ଭାରତୀୟ କ୍ରିକେଟ ଟିମ ପାକିସ୍ତାନ ଖେଳାଳିଙ୍କ ସହ ପାରମ୍ପରିକ ଭାବେ ହାତ ମିଳାଇ ନଥିଲା। ମ୍ୟାଚ୍ ପରେ ପାକିସ୍ତାନ ଖେଳାଳି ହାତ ମିଳାଇବାକୁ ଅପେକ୍ଷା କରିଥିଲେ ହେଁ ସୂର୍ଯ୍ୟ କୁମାର ଯାଦବ କିମ୍ବା ଭାରତର କୌଣସି କ୍ରିକେଟର ହାତ ମିଳାଇ ନଥିଲେ। ଏହାକୁ ନେଇ ବେଶ ବିବାଦ ଦେଖାଯାଇଥିଲା। ସେହିପରି ଏସିଆ କପ ଜିତିବା ପରେ ମଧ୍ୟ ଭାରତୀୟ ଖେଳାଳି ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ମୋହଶୀନ ନକଭୀଙ୍କ ଠାରୁ ଟ୍ରଫି ଗ୍ରହଣ କରି ନଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
