Usman
ପ୍ରାୟ ୧୨ ବର୍ଷ ତଳେ ଅର୍ଥାତ ୨୦୧୩ରେ ଦେଶ ପାଇଁ ଡେବ୍ୟୁ କରିଥିଲେ। ପେଲାଠେଲାରେ ୨୦୧୯ ଯାଏ ଜାତୀୟ ଦଳ ପାଇଁ ଖେଳିଥିଲେ। ହେଲେ ୬ ବର୍ଷ ହେଲା ତାଙ୍କୁ ଜାତୀୟ ଦଳରେ ସାମିଲ କରାଯାଉ ନଥିଲା। ଏପରି କି ଚୟନକର୍ତ୍ତା ତାଙ୍କ ନାଁକୁ ମଧ୍ୟ ବିଚାରକୁ ନେଉ ନଥିଲେ। ଏଥିରେ ହତାଶ ଓ ମର୍ମାହତ ହୋଇ ଏବେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।
ପାକିସ୍ତାନ ପାଇଁ ନିଜର ୬ ବର୍ଷର କ୍ୟାରିୟରର ମଧ୍ୟରେ ୩୪ଟି ମ୍ୟାଚ୍ ଖେଳିଥିବା ଦ୍ରୁତ ବୋଲର ଉସମାନ ଶିନୱାରି ଆଜି ଅନ୍ତର୍ଜାତୀୟ କ୍ରିକେଟକୁ ବାଏବାଏ କହିଛନ୍ତି। ଶେଷଥର ପାଇଁ ସେ ୨୦୧୯ରେ ପାକିସ୍ତାନ ପାଇଁ ଖେଳିଥିଲେ। ଏହି ବାମହାତୀ ଦ୍ରୁତ ବୋଲର ଜଣଙ୍କ ୨୦୧୩ ଶ୍ରୀଲଙ୍କା ବିପକ୍ଷ ଟି-୨୦ରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ। ପରବର୍ତ୍ତୀ ସମୟରେ (୨୦୧୭) ସେହି ଶ୍ରୀଲଙ୍କା ବିପକ୍ଷରେ ଦେଶ ପାଇଁ ଦିନିକିଆ ଟେଷ୍ଟ(୨୦୧୯)ରେ ପଦାର୍ପଣ କରିଥିଲେ।
ପାକିସ୍ତାନ ପାଇଁ ୧୭ଟି ଦିକିଆ ଓ ୧୬ଟି ଟି-୨୦ ଖେଳିଥିବା ଶିନୱାର ଯଥାକ୍ରମେ ୩୪ ଓ ୧୩ଟି ୱିକେଟ ନେଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ୨୦୧୯ରେ ସେ ନିଜ କ୍ୟାରିୟରର ପ୍ରଥମ ଓ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚ୍ରେ ଶିନୱାରଙ୍କୁ କେବଳ ଗୋଟିଏ ୱିକେଟ ମିଳିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶିନୱାର ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିବା ବେଳେ ୨୦୧୯ରେ ଶେଷଥର ପାଇଁ ଶ୍ରୀଲଙ୍କା ବିପକ୍ଷରେ ହିଁ ନିଜର ଶେଷ ଟେଷ୍ଟ, ଟି-୨୦ ଓ ଦିନିକିଆ ମ୍ୟାଚ୍ ଖେଳିଥିଲେ।
ଶାରଜାରେ ଖେଳା ଯାଉଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ସେ ୫ ୱିକେଟ ଦଖଲ ମଧ୍ୟ କରିଥିଲେ। ୨୦୧୮ ଏସିଆ କପ ସ୍କ୍ୱାଡରେ ସେ ରହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Usman_1757412028.jpg)