Advertisment

୪ ଜଣଙ୍କୁ ଛାଡ଼ି ସମସ୍ତେ ଫୁସ୍‌, ପାକିସ୍ତାନକୁ ୨୦୫ ରନର ଟାର୍ଗେଟ

ଦଳର ୪ ଜଣ ବ୍ୟାଟରଙ୍କୁ ଛାଡ଼ି ଆଉ କେହି ବି ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନାହାନ୍ତି।

author-image
Hemant Lenka
pak

pak

ପାକିସ୍ତାନ ବିପକ୍ଷରେ ବାଂଲାଦେଶ ବ୍ୟାଟରମାନେ ନୈରଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଦଳର ୪ ଜଣ ବ୍ୟାଟରଙ୍କୁ ଛାଡ଼ି ଆଉ କେହି ବି ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନାହାନ୍ତି। ଏପିରି କି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ପୂରା ୫୦ ଓଭର ମଧ୍ୟ ଖେଳିବାକୁ ସକ୍ଷମ ହୋଇନାହିଁ।

Advertisment

ପୂରା ଟିମ ୪୫.୧ ଓଭର୍‌ରେ ୨୦୪ ରନ କରି ଅଲଆଉଟ ହୋଇଯାଇଛି। ଫଳରେ କୋଲକାତାର ଇଡେନ ଗାର୍ଡେନ୍ସରେ ପାକିସ୍ତାନକୁ କର ବା ମର ମ୍ୟାଚ୍‌କୁ ଜିତିବା ପାଇଁ ମାତ୍ର ୨୦୫ ରନର ଟାର୍ଗେଟ ମିଳିଛି। ପାକିସ୍ତାନର ଦ୍ରୁତ ବୋଲରମାନେ ଆଜି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ୩ ଦ୍ରୁତ ବୋଲର ମିଳିତ ଭାବେ ୮ ୱିକେଟ ଦଖଲ କରିଛନ୍ତି।  

ପାକିସ୍ତାନ ପକ୍ଷରୁ ଶାହୀନ ଶାହ ଆଫ୍ରିଦି ଓ ମହମ୍ମଦ ୱାସିମ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ହ୍ୟାରିସ ରୌଫ ୨ଟି ସଫଳତା ପାଇଛନ୍ତି। ଓସାମା ମୀର ଓ ଇଫତକାର ଅହମଦଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଛି।

Advertisment

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ଆରମ୍ଭରୁ ତାଞ୍ଜିଦ ହାସନ(୦), ନଜମୁଲ ହୁସେନ ସାଣ୍ଟୋ(୫) ଓ ମୁସଫିକର ରହିମ(୫)ଙ୍କୁ ହରାଇଥିଲା। ୨୩ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ବାଂଲାଦେଶକୁ ଲିଟନ ଦାସ ଓ ମହମ୍ମଦୁଲ୍ଲା ସମ୍ଭାଳିଥିଲେ।

ଏଥିସହ ୪ର୍ଥ ୱିକେଟ ପାଇଁ ୭୯ ରନ ଯୋଡ଼ିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ଆଡ଼କୁ ମଧ୍ୟ ଯାଉଥିଲେ। ତେବେ ଦଳୀୟ ସ୍କୋର ୧୦୨ ଥିବା ବେଳେ ବ୍ୟକ୍ତିଗତ ୪୫ ରନ କରି ଲିଟନ ଦାସ ଆଉଟ ହୋଇଯାଇଥିଲେ। ତାଙ୍କ ୱିକେଟ ଇଫତକାର ନେଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଅଧିନାୟକ ସାକିବ ଅଲ ହାସନ। ସେ ମହମ୍ମଦୁଲ୍ଲାଙ୍କ ସହ ମିଶି ୨୮ ରନର ଭାଗିଦାରୀ କରିଥିଲେ। ମହମ୍ମଦୁଲ୍ଲା ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୬ ରନ କରି ପୂରା ସେଟ ହୋଇଯାଇଥିବା ବେଳେ ଶାହୀନ ନିଜର ଦ୍ୱିତୀୟ ସ୍ପେଲ ବୋଲିଂ କରିବାକୁ ଆସିଥିଲେ।

ସେ ୩୧ତମ ଓଭରର ୪ର୍ଥ ବଲରେ ମହମ୍ମଦୁଲ୍ଲାଙ୍କୁ ଆଉଟ କରି ବାଂଲାଦେଶକୁ ୫ମ ଝଟକା ଦେଇଥିଲେ। ତୋହିଦ ହୃଦୟ ଗୋଟିଏ ଛକା ମାରିବା ପରେ ମୀରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

୭ମ ୱିକେଟ ପାଇଁ ସାକିବ ଓ ମେହିଦୀ ହାସନ ମିରାଜ ୪୫ ରନ ଯୋଡ଼ିଥିଲେ। ସାକିବ ମଧ୍ୟ ଭଲ ଲୟରେ ଥିଲେ। ଲାଗୁଥିଲା ସେ ବାଂଲାଦେଶକୁ ଗୋଟିଏ ଚ୍ୟାଲେଞ୍ଜିଂ ସ୍ଥିତିରେ ପହଞ୍ଚାଇ ଦେବେ। କିନ୍ତୁ ସେ ପୁଣି ପୁଲ ଶଟକୁ ମାରିବା ପାଇଁ ଯାଇ ଆଉଟ ହୋଇଥିଲେ। ୪୩ ରନ କରିଥିବା ସାକିବଙ୍କ ୱିକେଟ ରୌଫ ନେଇଛନ୍ତି।

ଶେଷ ଭାଗରେ ମିରାଜ କିଛି ଶଟ ଖେଳିବାରୁ ବାଂଲାଦେଶ ୨୦୦ ରନ ଛୁଇଁଥିଲା। ମିରାଜ ୮ମ ୱିକେଟ ଭାବେ ୨୫ ରନ କରି ଆଉଟ ହୋଇଥିଲେ। ଏହାପରେ ତସ୍କିନ ଅମହନ(୬) ଓ ଶେଷରେ ମୁସ୍ତାଫିଜୁର ରହମାନ (୩)ଙ୍କୁ ଆଉଟ କରି ୱାସିମ ବାଂଲାଦେଶ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ବାଂଲାଦେଶ ୪୫.୧ ଓଭର୍‌ରେ ୨୦୪ ରନ କରି ଅଲଆଉଟ ହୋଇଛି। ଏବେ ପାକିସ୍ତାନ ୨୦୫ ରନ କରି ବିଶ୍ୱକପରେ ନିଜର ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି।

ବାଂଲାଦେଶର ୪ ଜଣ ବ୍ୟାଟରଙ୍କୁ ଛାଡ଼ି ଦେଲେ କେହି ବି ଦୁଇ ଅଙ୍କ ଛୁଇଁବାକୁ ମଧ୍ୟ ସକ୍ଷମ ହୋଇନାହାନ୍ତି।

ICC ICC Men’s Cricket World Cup 2023 ICC World Cup 2023