Advertisment

ଖେଳାଳିଙ୍କ ପରେ ଔକାତ ଦେଖାଇଲେ ପାକିସ୍ତାନୀ ‘ଜୋକର୍‌’: ମ୍ୟାଚ୍‌ ବନ୍ଦ ପାଇଁ ଗୁଳି ମାଡ଼ର ଆହ୍ୱାନ ଦେଲେ

ବ୍ୟାଟିଂ ବେଳେ ଆତଙ୍କବାଦୀଙ୍କ ଭଳି ଗନ ସେଲିବ୍ରେସନ କରିବା ଓ ଫିଲ୍ଡିଂ ବେଳେ ଯୁଦ୍ଧ ବିମାନ ଓ ୬-୦ ଭଳି ବିବାଦୀୟ ଇଙ୍ଗିତ କରିବା ପାକିସ୍ତାନ ଖେଳାଳିଙ୍କ ଅସଲ ଚରିତ୍ରକୁ ପଦାରେ ପକାଇଛି।

author-image
Hemant Lenka
Pakistan

Pakistan

ଭାରତ-ପାକିସ୍ତାନ ମଧ୍ୟରେ ରବିବାର ଶେଷ ହୋଇଥିବା ଏସିଆ କପର ସୁପର ୪ ମୁକାବିଲାରେ ବେଶ ଡ୍ରାମା ଦେଖିବାକୁ ମିଳିଛି। ଭାରତ ଠାରୁ ଗ୍ରୁପ ପର୍ଯ୍ୟାୟରେ ହାରିଥିବା ପାକିସ୍ତାନ ସୁପର ୪ରେ ବି ମାଟି କାମୁଡ଼ିଛି। ତେବେ ପାକିସ୍ତାନୀ ଖେଳାଳି ମ୍ୟାଚ୍‌ ବେଳେ ପଡ଼ିଆରେ ଆକ୍ରମଣ ଆଭିମୁଖ୍ୟ ପୋଷଣା କରିବା ସମସ୍ତଙ୍କୁ ଚିକିତ କରିଛି।

Advertisment

ବ୍ୟାଟିଂ ବେଳେ ଆତଙ୍କବାଦୀଙ୍କ ଭଳି ଗନ ସେଲିବ୍ରେସନ କରିବା ଓ ଫିଲ୍ଡିଂ ବେଳେ ଯୁଦ୍ଧ ବିମାନ ଓ ୬-୦ ଭଳି ବିବାଦୀୟ ଇଙ୍ଗିତ କରିବା ପାକିସ୍ତାନ ଖେଳାଳିଙ୍କ ଅସଲ ଚରିତ୍ରକୁ ପଦାରେ ପକାଇଛି। ପାକିସ୍ତାନ ଖେଳାଳି ଯେତେ ପ୍ରକାରର ଅଭଦ୍ରାମୀ କରିଥିଲେ ହେଁ ଏହାର ଜବାବ ଭାରତୀୟ ଖେଳାଳି ବ୍ୟାଟ ଓ ବଲରେ ଦେଇଛନ୍ତି। ପାକିସ୍ତାନକୁ ଦୁବାଇରେ ଧୂଳି ଚଟାଇବା ପରେ ଭାରତ ପରବର୍ତ୍ତୀ ସୁପର ୪ ମୁକାବିଲା ପାଇଁ ପ୍ରସ୍ତୁତି ହେଉଛି। କିନ୍ତୁ ଆତଙ୍କୀସ୍ତାନ ପାକିସ୍ତାନ ଦେଖାଇଥିବା ଆଉ ଏକ ଔକତାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଖେଳାଳିଙ୍କ ପରେ ପାକିସ୍ତାନୀ ଟିଭି ଚ୍ୟାନେଲରେ ହେଉଥିବା କ୍ରିକେଟ ସମୀକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମରେ ଜଣେ ତଥାକଥିତ ସମୀକ୍ଷକ ଯିଏ ଜୋକର ଭଳି ଦିଶୁଛନ୍ତି, ସିଏ ଗୁଳି ମାଡ଼ ଭଳି ଶବ୍ଦ ପ୍ରୟୋଗ କରିଛନ୍ତି। ମ୍ୟାଚ୍‌କୁ ବନ୍ଦ କରିବା ପାଇଁ ପିଲାମାନଙ୍କୁ ପଠାଇ ଗୁଳି ଚଳାଇବା ଛଡ଼ା ଆଉ କୌଣସି ଉପାୟ ନଥିବା ଜୋକର ଜଣଙ୍କ କହିବା ବେଳର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।

Advertisment

ଭାରତ ଠାରୁ ଜିତିବାକୁ ସକ୍ଷମ ହେଉ ନଥିବା ପାକିସ୍ତାନ ଏବେ ମ୍ୟାଚ୍‌କୁ ବନ୍ଦ କରିବା ପାଇଁ ଗୁଳି ମାଡ଼ ଭଳି ଶବ୍ଦ ପ୍ରୟୋଗ କରିବା ସମସ୍ତଙ୍କୁ ଚକିତ କରିଛି। ପାକିସ୍ତାନୀ ଟିଭି ଶୋ’ର ଗୋଟିଏ ଭିଡିଓ ଏବେ ସାମ୍ନାକୁ ଆସିଛି। ଏଥିରେ ଉପସ୍ଥାପକ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପ୍ୟାନେଲିଷ୍ଟଙ୍କୁ ପଚାରୁଛନ୍ତି।

ଭାରତ ମ୍ୟାଚ୍‌ ଜିତିବାର ଅତି ନିକଟରେ ପହଞ୍ଚି ସାରିଥିବାରୁ ଉପସ୍ଥାପକ ପଚାରିଥିଲେ ଯେ “ସାର୍‌ ଯଦି ଏବେ ଆମ ପିଲାମାନେ ସେମାନଙ୍କର ସବୁ କିଛି ଦେଇ ଦେବେ, ତା’ହେଲେ କ’ଣ ଆମେ ଜିତି ପାରିବା?” ଏହା ଶୁଣି ଜଣେ ପ୍ୟାନେଲିଷ୍ଟ କହିଥିଲେ ଯେ “ମୋତେ ଲାଗୁଛି ସେମାନେ ଏମିତି କରି ଦିଅନ୍ତୁ କିମ୍ବା କିଛି ପିଲା ଆସି ଗୁଳି ଚଳାଇ ଦିଅନ୍ତୁ। ଏହି ଠାରେ ହିଁ ମ୍ୟାଚ୍‌ ବନ୍ଦ ହୋଇଯିବ। କାରଣ ଆମେ ହାରିବା ଏବେ ନିଶ୍ଚିତ ହୋଇଯାଇଛି।”

ଏପରି ବୟାନ ଦେବା ପରେ ପ୍ୟାନେଲିଷ୍ଟ ଜଣଙ୍କ ଲଜ୍ଜାଜନକ ଭାବେ ହସିବାକୁ ମଧ୍ୟ ପଛାଇ ନଥିଲେ। କ୍ରିକେଟ ଭଳି ଜେଣ୍ଟେଲମ୍ୟାନଙ୍କ ଖେଳ ପ୍ରତି ଗୁଳି ମାଡ଼ ଶବ୍ଦ ପ୍ରୟୋଗ କରି ମଧ୍ୟ ସେ ଧିକ୍କାର କରି ନାହାନ୍ତି। ଆଉ ଏକ ବିଚଳିତ କରିବା ଭଳି ଘଟଣା ହେଉଛି ଯେ କାର୍ଯ୍ୟକ୍ରମରେ ପାକିସ୍ତାନର ପୂର୍ବତନ କ୍ରିକେଟର ବସିତ ଅଲୀ ଓ କମରାନ ଅକମଲ ଉପସ୍ଥିତ ଥିଲେ। ସେମାନଙ୍କ ଆଗରେ ଜୋକର ଭଳି ଦିଶୁଥିବା ପ୍ୟାନେଲିଷ୍ଟ ଜଣଙ୍କ ଏପରି ବୟାନ ଦେଇଛନ୍ତି।

Pakistan Asia Cup Cricket