ମାଲାମାଲ ହେବେ ପାକିସ୍ତାନ ଖେଳାଳି, ଦରମା ବୃଦ୍ଧିରେ ରେକର୍ଡ କଲା ପିସିବି

ପାକିସ୍ତାନର ଖେଳାଳିମାନେ ବିଦେଶର ଖେଳା ଯାଉଥିବା ଟି-୨୦ ଲିଗ୍‌ରେ ଭାଗ ନେଉଛନ୍ତି। ସେମାନଙ୍କୁ ପିସିବି ଉପଯୁକ୍ତ ଟଙ୍କା ଦେଇ ପାରୁ ନଥିବାରୁ ସେମାନେ ବାଧ୍ୟ ହୋଇ ଲିଗ୍‌ ମ୍ୟାଚ୍‌ ଖେଳୁଛନ୍ତି।

Pakistan

ପାକିସ୍ତାନ କ୍ରିକେଟ ଟିମ୍‌ (ଫାଇଲ ଫଟୋ)

Hemant Lenka
  • Published: Saturday, 05 August 2023
  • Updated: 05 August 2023, 05:13 PM IST

Sports

Latest News

ମାଲାମାଲ ହେବାକୁ ଯାଉଛନ୍ତି ପାକିସ୍ତାନ କ୍ରିକେଟ ଟିମର ‌ଖେଳାଳି। କାରଣ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଖେଳାଳିମାନଙ୍କ ଦରମା ରେକର୍ଡ ପରିମାଣର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ିବ ବୋଲି ପିସିବି ଆଶା ମଧ୍ୟ କରିଛି।

ପାକିସ୍ତାନର ଖେଳାଳିମାନେ ବିଦେଶର ଖେଳା ଯାଉଥିବା ଟି-୨୦ ଲିଗ୍‌ରେ ଭାଗ ନେଉଛନ୍ତି। ସେମାନଙ୍କୁ ପିସିବି ଉପଯୁକ୍ତ ଟଙ୍କା ଦେଇ ପାରୁ ନଥିବାରୁ ସେମାନେ ବାଧ୍ୟ ହୋଇ ଲିଗ୍‌ ମ୍ୟାଚ୍‌ ଖେଳୁଛନ୍ତି। ଏହା ଉପରେ ଅଙ୍କୁଶ ଲଗାଇବା ଓ ଖେଳାଳିଙ୍କୁ ଆଶା ଅନୁଯାୟୀ ଟଙ୍କା ଦେବାକୁ ପିସିବି ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି। 

ସେ ଯାହା ବି ହେଉ, ପିସିବି କରିଥିବା ଯୋଜନା ଅନୁଯାୟୀ ଏଣିକି ପାକିସ୍ତାନ ଖେଳାଳିମାନେ ବିପୁଳ ପରିମାଣର ଦରମା ପାଇବେ। ସବୁ ଫର୍ମାଟରେ ପାକିସ୍ତାନର ପ୍ରତିନିଧିତ୍ୱ କରୁଥିବା ଅଧିନାୟକ ବାବର ଆଜମ, ମହମ୍ମଦ ରିଜୱାନ ଓ ଶାହୀନ ଶାହ ଆଫ୍ରିଦିଙ୍କୁ ପିସିବି ଏ ଶ୍ରେଣୀରେ ରଖିବ। ଏମାନେ ମାସକୁ ୪.୫ ମିଲିୟନ ପାକିସ୍ତାନ ମୁଦ୍ରା ବା ୧୩.୨୨ ଲକ୍ଷ ଟଙ୍କା ପାଇବେ। ପୂର୍ବ କଣ୍ଟ୍ରାକ୍ଟର ଟଙ୍କା ତୁଳନାରେ ଏହା ୪ ଗୁଣ ଅଧିକ।

Also Read

ପିସିବି ଖେଳାଳିଙ୍କ ସହ ରେଡ ବଲ ଓ ଧଳା ବଲ ହିସାବରେ ପୂର୍ବରୁ ଚୁକ୍ତି କରୁଥିଲା। ରେଡ ବଲ ଖେଳାଳିଙ୍କୁ ମାସକୁ ୩.୨ ଲକ୍ଷ ଟଙ୍କା ଓ ଧଳା ବଲ କ୍ରିକେଟରଙ୍କୁ ୨.୮ ଲକ୍ଷ ଟଙ୍କା ମିଳୁଥିଲା। କିନ୍ତୁ ଏବେ ପିସିବି ଖେଳାଳିଙ୍କୁ ୪ଟି ବର୍ଗରେ ବିଭକ୍ତ କରି ମାସିକ ଦରମାକୁ ବୃଦ୍ଧି କରିବାକୁ ଯୋଜନା କରିଛି। 

ଏ କ୍ୟାଟାଗୋରୀରେ ଥିବା ଖେଳାଳିଙ୍କୁ ମାସିକ ୧୩.୨୨ ଲକ୍ଷ ମିଳିବାକୁ ଥିବା ବେଳେ ବି ଶ୍ରେଣୀରେ ରହୁଥିବା ଖେଳାଳି ୩ ମିଲିୟନ ପାକିସ୍ତାନ ମୁଦ୍ରା ପାଇବେ। ସେହିପରି ସି ଓ ଡି ବର୍ଗରେ ଥିବା ଖେଳାଳିଙ୍କୁ ୦.୭୫ରୁ ୧.୫ ମିଲିୟନ ପାକିସ୍ତାନ ମୁଦ୍ରା ମିଳିବ ବୋଲି ଗୋଟିଏ ତାଲିକା ପ୍ରସ୍ତୁତ କରିଛି ପିସିବି। 

ଆଇସିସିର ନୂଆ ରାଜସ୍ୱ ବଣ୍ଟନ ନୀତି ଆସନ୍ତା ବର୍ଷ ଲାଗୁ ହେବାକୁ ଥିବା ବେଳେ ପିସିବି ଏପରି ପଦକ୍ଷେପ ସାମ୍ନାକୁ ଆସିଛି। ଆଇସିସିର ନୂଆ ନୀତି ଅନୁସାରେ ପିସିବିକୁ ବାର୍ଷିକ ୯.୬ ବିଲିୟନ ପାକିସ୍ତାନ ମୁଦ୍ରା ମିଳିପାରେ। ତେଣୁ ପିସିବି ଖେଳାଳିଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ପିସିବି ଦରମା ବୃଦ୍ଧି କରିବା ସହ ବିଭିନ୍ନ ଟି-୨୦ ଲିଗ୍‌ରେ ଭାଗ ନେଉଥିବା ଖେଳାଳିଙ୍କ ପାଇଁ ନୂଆ ନିୟମ ମଧ୍ୟ ଲାଗୁ କରିବ। କ୍ୟାଟାଗୋରୀ ଏରେ ଥିବା ଖେଳାଳିମାନେ କେବଳ ଗୋଟିଏ ପ୍ରାଞ୍ଚାଇଜ୍‌ ଲିଗ୍‌ରେ ଭାଗ ନେଇପାରିବେ। ସେହିପରି ବି ଓ ସି କ୍ୟାଟାଗୋରୀରେ ଥିବା ଖେଳାଳିମାନେ ଯଥାକ୍ରମେ ୨ଟି ଓ ୩ଟି ଲିଗ୍‌ରେ ଖେଳିବାକୁ ଅନୁମତି ପାଇବେ। କିନ୍ତୁ ଡି କ୍ୟାଟାଗୋରୀଙ୍କ ସମ୍ପର୍କରେ ପିସିବି ଏବେ କିଛି ଘୋଷଣା କରି ନଥିବା ରିପୋର୍ଟ ପ୍ରକାଶ ପାଇଛି।

ପିସିବିର ଏପରି ପଦକ୍ଷେପ ପଛରେ ଟେକ୍ନିକାଲ କମିଟିର ମୁଖ୍ୟ ମିଶବା ଉଲ ହକ ରହିଥିବା କୁହାଯାଉଛି। ସେ ଏ ସମ୍ପର୍କରେ ଖେଳାଳିମାନଙ୍କ ସହ ମଧ୍ୟ କଥା ହୋଇଥିବା ରିପୋର୍ଟରେ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story