Advertisment

ଭାରତକୁ ପଛରେ ପକାଇଲା ପାକିସ୍ତାନ କ୍ରିକେଟ୍, ପ୍ରଥମଥର ଜିତିଲା ୩ ଆଇସିସି ପୁରସ୍କାର

ନୂଆଦିଲ୍ଲୀ: ଆଇସିସି ପୁରସ୍କାରରେ ବାଜି ମାରିଲା ପାକିସ୍ତାନ। ପାକିସ୍ତାନ କ୍ରିକେଟ୍ ଟିମର ଖେଳାଳିମାନେ ଆଇସିସିର ତିନୋଟି ପୁରସ୍କାର ଜିତି ନେଇଛନ୍ତି। ପ୍ରଥମଥର ପାକିସ୍ତାନ ଆଇସିସିର ଏତେ ସଂଖ୍ୟକ ପୁରସ୍କାର ଜିତିଛନ୍ତି। କ୍ୟାପଟେନ୍ ବାବର ଆଜମ ୨୦୨୧ ବର୍ଷର ସର୍ବଶ୍ରେଷ୍ଠ ଦିନିକିଆ ଖେଳାଳି ବିବେଚିତ ହୋଇଛନ୍ତି। ଏହାବ୍ୟତୀତ ମହମ୍ମଦ ରିଜୱାନଙ୍କୁ ଟି-୨୦ ଏବଂ ବାମହାତୀ ପେସ୍ ବୋଲର ଶାହୀନ ଆଫ୍ରିଦିଙ୍କୁ କ୍ରିକେଟର୍ ଅଫ୍ ଦି ଇୟର ବିବେଚିତ କରାଯାଇଛି। ଅନ୍ୟପଟେ ଭାରତର କୌଣସି ପୁରୁଷ ଖେଳାଳି ଚଳିତ ବର୍ଷ […]

ଭାରତକୁ ପଛରେ ପକାଇଲା ପାକିସ୍ତାନ କ୍ରିକେଟ୍, ପ୍ରଥମଥର ଜିତିଲା ୩ ଆଇସିସି ପୁରସ୍କାର

ind-pak

Advertisment

ନୂଆଦିଲ୍ଲୀ: ଆଇସିସି ପୁରସ୍କାରରେ ବାଜି ମାରିଲା ପାକିସ୍ତାନ। ପାକିସ୍ତାନ କ୍ରିକେଟ୍ ଟିମର ଖେଳାଳିମାନେ ଆଇସିସିର ତିନୋଟି ପୁରସ୍କାର ଜିତି ନେଇଛନ୍ତି। ପ୍ରଥମଥର ପାକିସ୍ତାନ ଆଇସିସିର ଏତେ ସଂଖ୍ୟକ ପୁରସ୍କାର ଜିତିଛନ୍ତି। କ୍ୟାପଟେନ୍ ବାବର ଆଜମ ୨୦୨୧ ବର୍ଷର ସର୍ବଶ୍ରେଷ୍ଠ ଦିନିକିଆ ଖେଳାଳି ବିବେଚିତ ହୋଇଛନ୍ତି। ଏହାବ୍ୟତୀତ ମହମ୍ମଦ ରିଜୱାନଙ୍କୁ ଟି-୨୦ ଏବଂ ବାମହାତୀ ପେସ୍ ବୋଲର ଶାହୀନ ଆଫ୍ରିଦିଙ୍କୁ କ୍ରିକେଟର୍ ଅଫ୍ ଦି ଇୟର ବିବେଚିତ କରାଯାଇଛି।

Advertisment

ଅନ୍ୟପଟେ ଭାରତର କୌଣସି ପୁରୁଷ ଖେଳାଳି ଚଳିତ ବର୍ଷ ଆଇସିସି ପୁରସ୍କାର ଜିତିନାହାନ୍ତି। ୨୦୧୬ ପରେ ପ୍ରଥମଥର ଭାରତିୟ ଖେଳାଳି କୌଣସି ପୁରସ୍କାର ଜିତିନାହାନ୍ତି। ୨୦୨୧ ବର୍ଷ ଭାରତୀୟ କ୍ରିକେଟ୍ ପାଇଁ ସବୁଠାରୁ ଖରାପ ରହିଥିଲା।

ଆଇସିସିର ୨୦୨୧ର ଦିନିକିଆ ଓ ଟି-୨୦ ଟିମରେ କୌଣସି ଭାରତୀୟ ଖେଳାଳି ସ୍ଥାନ ପାଇନାହାନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ବାବର ଆଜମ ଉଭୟ ଟିମର କ୍ୟାପଟେନ୍ ହୋଇଛନ୍ତି। କେବଳ ଏତିକି ନୁହେଁ ଗତବର୍ଷ ଟି-୨୦ ବିଶ୍ୱକପରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ହରାଇଥିଲା। ବିଶ୍ୱକପ୍ ଇତିହାସରେ ପାକିସ୍ତାନ ପ୍ରଥମଥର ଭାରତକୁ ହରାଇଛି। ଏହି ମ୍ୟାଚରେ ବାବର ନେତୃତ୍ୱ ନେଇଥିଲେ।

Advertisment

୨୦୨୧ରେ ତିନୋଟି ଯାକ ଫର୍ମାଟକୁ ମିଶାଇ ପାକିସ୍ତାନ ସର୍ବାଧିକ ମ୍ୟାଚ୍ ଜିତିଛି। ପାକିସ୍ତାନ ଗତ ବର୍ଷ ମୋଟ ୨୯ଟି ମ୍ୟାଚ୍ ଜିତିଛି। ଭାରତ ୨୨ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଅର୍ଥାତ୍ ପାକିସ୍ତାନ ଏହି ମାମଲାରେ ଭାରତକୁ ବହୁ ପଛରେ ପକାଇ ଦେଇଛି। ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ବ୍ୟତୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ମ୍ୟାଚ୍ ମଧ୍ୟ ଖେଳାଯିବ। କିନ୍ତୁ ଭାରତୀୟ ଟିମ୍ ଏବେ ପରିବର୍ତ୍ତନ ସମୟ ଦେଇ ଗତି କରୁଛି।

ବିରାଟ୍ କୋହଲି ଟି-୨୦ କ୍ୟାପଟେନ୍ ପଦ ଛାଡ଼ି ଦେଇଥିଲେ। ଏହା ପରେ ତାଙ୍କ ଠାରୁ ଦିନିକିଆ କ୍ୟାପଟେନ୍ ପଦ ଛଡ଼ାଇ ନିଆଗଲା। ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ୧-୨ରେ ପରାଜୟ ପରରେ କୋହଲି ଟେଷ୍ଟ କ୍ୟାପଟେନ୍ ମଧ୍ୟ ଛାଡ଼ି ଦେଇଛନ୍ତି। ରୋହିତ୍ ଶର୍ମାଙ୍କୁ ଟି-୨୦ ଓ ଦିନିକିଆ ଟିମର କ୍ୟାପଟେନ୍ କରାଯାଇଛି। ତେବେ ଭାରତୀୟ ଟେଷ୍ଟ ଟିମର କ୍ୟାପଟେନ୍ କିଏ ହେବେ, ତାହା ଘୋଷଣା କରାଯାଇନାହିଁ। ଏହାରି ଭିତରେ କୋହଲି ଓ ବିସିସିଆଇ ମଧ୍ୟରେ ଚାଲିଥିବା ବିବାଦ ଖେଳାଳିଙ୍କ ଉପରେ ଚାପ ପକାଇଛି। ରବିବାର ଭାରତ ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକା ନିକଟରୁ ୦-୩ରେ ହାରିଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe