Advertisment

ଚାମ୍ପିୟନ୍ସ ଟ୍ରଫି ବିବାଦରେ ଧସେଇ ପଶିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଟିମ ପାକିସ୍ତାନ ଯିବାକୁ ଚାହୁଁ ନଥିବା ବିସିସିଆଇ ସ୍ପଷ୍ଟ ଭାବେ ପିସିବିକୁ ଜଣାଇ ଦେଇଛି।

ICC

ICC

Advertisment

ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ଓ ବିସିସିଆଇ ମଧ୍ୟରେ ବିବାଦ ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଟିମ ପାକିସ୍ତାନ ଯିବାକୁ ଚାହୁଁ ନଥିବା ବିସିସିଆଇ ସ୍ପଷ୍ଟ ଭାବେ ପିସିବିକୁ ଜଣାଇ ଦେଇଛି। ଆଇସିସି ମଧ୍ୟ ପିସିବିକୁ ହାଇବ୍ରିଡ ମଡେଲର ପ୍ରସ୍ତାବ ଦେଇଛି। ଅର୍ଥାତ ଭାରତ ଚାମ୍ପିୟନ୍ସ ଟ୍ରଫିରେ ନିଜର ମ୍ୟାଚ୍‌ ଗୁଡ଼ିକ ପାକିସ୍ତାନ ବଦଳରେ ଦୁବାଇରେ ଖେଳିବ।

Advertisment

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ଏଥିରେ ଧସେଇ ପଶିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। ଆସନ୍ତି ବର୍ଷ ଚାମ୍ପିୟନ୍ସ ଟ୍ରଫି ଆୟୋଜନରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ପିସିବି ଅଧ୍ୟକ୍ଷ ମୋହଶିନ ନକଭୀଙ୍କୁ ଶରିଫ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଚାମ୍ପିୟନ୍ସ ଟ୍ରଫି ବିବାଦକୁ ହ୍ୟାଣ୍ଡେଲ କରିବା ବେଳେ ପିସିବି ଦେଶର ଆତ୍ମସମ୍ମାନକୁ ମଧ୍ୟ ଧ୍ୟାନରେ ରଖିବା ଦରକାର ବୋଲି ସେ କହିଛନ୍ତି।

ଶରିଫ ହେଉଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ସଂସ୍ଥାପକ ମୁଖ୍ୟ। ସେହି ହିସାବରେ ସେ ନକଭୀଙ୍କୁ କହିଛନ୍ତି ଯେ କେବଳ ଏହା ଟଙ୍କାର ପ୍ରସଙ୍ଗ ନୁହେଁ। ଚାମ୍ପିୟନ୍ସ ଟ୍ରଫି ଉପରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପାକିସ୍ତାନର ଲୋକଙ୍କ ଭାବନାକୁ ମଧ୍ୟ ବିଚାରକୁ ନେବା ଉଚିତ।

Advertisment

ଆଇସିସି ଦେଇଥିବା ହାଇବ୍ରିଡ ମଡେଲ ସମ୍ପର୍କରେ ରବିବାର ନକବୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶରିଫଙ୍କୁ ଅବଗତ କରାଇଛନ୍ତି। ହେଲେ ବୈଠକର ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ନାହାନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଶରିଫ ସଂପୂର୍ଣ୍ଣ ସମର୍ଥନର ପ୍ରତିଶ୍ରୁତି ପିସିବିକୁ ଦେଇଛନ୍ତି। ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନକୁ ଆସବନି କହିବା ପରେ ପିସିବି ନେଇଥିବା ପଦକ୍ଷେପକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ପିସିବି ନେଇଥିବା ପଦକ୍ଷେପ ସମସ୍ତ ପାକିସ୍ତାନୀଙ୍କ ଭାବନାକୁ ପ୍ରତିଫଳିତ କରୁଛି। ଭାରତ ଏଠାକୁ ଆସିବାକୁ ମନା କରୁଥିବାରୁ ପାକିସ୍ତାନ ମଧ୍ୟ କୌଣସି ଆଇସିସି ଇଭେଣ୍ଟ ଖେଳିବାକୁ ଭାରତ ଯିବ ନାହିଁ ବୋଲି ପିସିବି ସର୍ତ୍ତ ରଖିଛି। ତେଣୁ ଏହାକୁ ଶରିଫ ଉଚିତ ନିଷ୍ପତ୍ତି ବୋଲି କହିଛନ୍ତି।

ଏବେ ଚାମ୍ପିୟନ୍ସ ଟ୍ରଫି ଉପରେ ଯାହା ବି ନିଷ୍ପତ୍ତି ହେବ, ପ୍ରଥମେ ନକବୀ ପ୍ରଧାନମନ୍ତ୍ରୀ ଶରିଫଙ୍କୁ ଜଣାଇବେ। ସରକାରଙ୍କ ପରାମର୍ଶ ପରେ ପିସିବି ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।

Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe