Advertisment

ପାକିସ୍ତାନକୁ ଦଣ୍ଡିତ କଲା ଆଇସିସି, ମ୍ୟାଚ୍‌ ଫି’ ସହ ହରାଇଲା ପଏଣ୍ଟ

ପ୍ରଥମଥର ପାଇଁ ପାକିସ୍ତାନକୁ କୌଣସି ଟେଷ୍ଟ ମ୍ୟାଚ୍‌ରେ ହରାଇ ଇତିହାସ ରଚିଥିବା ବାଂଲାଦେଶ ମଧ୍ୟ ଧୀମା ଓଭର ରେଟ ପାଇଁ ଦଣ୍ଡିତ ହୋଇଛି। ଦଳର ୩ WTC ପଏଣ୍ଟ କଟାଯିବା ସହ ୧୫% ମ୍ୟାଚ ଫି’ କାଟି ଦିଆଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Pakistan

Pakistan

ବାଂଲାଦେଶ ଠାରୁ ଘରୋଇ ମାଟିରେ ଟେଷ୍ଟ ମ୍ୟାଚ୍‌ ହାରିଥିବା ପାକିସ୍ତାନକୁ ଆଉ ଏକ ଝଟକା ଲାଗିଛି। ପାକିସ୍ତାନ କ୍ରିକେଟ ଟିମକୁ ଦଣ୍ଡିତ କରିଛି ଆଇସିସି। ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଧୀମା ଓଭର ରେଟ ପାଇଁ ପାକିସ୍ତାନର ୬ WTC ପଏଣ୍ଟ କାଟି ଦେଇଛି ଆଇସିସି।

Advertisment

ଶାନ ମାସୁଦଙ୍କ ନେତୃତ୍ୱାଧୀନ ପାକିସ୍ତାନ ମ୍ୟାଚ୍‌ରେ ୬ ଓଭର ପଛରେ ରହିଥିଲା। ଏଥିପାଇଁ ଆଇସିସି ଦଳର ୬ WTC ପଏଣ୍ଟ କାଟି ଦେଇଛି। ଏହାବାଦ ପାକିସ୍ତାନ ଖେଳାଳିଙ୍କ ମ୍ୟାଚ୍‌ ଫି’ ମଧ୍ୟ ୩୦% କଟା ଯାଇଛି। ଧୀମା ଓଭର ରେଟ ଅପରାଧକୁ ଶାନ ମାସୁଦ ସ୍ୱୀକାର କରିବା ସହ ଆଇସିସି ନେଇଥିବା ପଦକ୍ଷେପକୁ ଗ୍ରହଣ କରି ନେଇଛନ୍ତି।

ଅନ୍ୟପକ୍ଷରେ ପ୍ରଥମଥର ପାଇଁ ପାକିସ୍ତାନକୁ କୌଣସି ଟେଷ୍ଟ ମ୍ୟାଚ୍‌ରେ ହରାଇ ଇତିହାସ ରଚିଥିବା ବାଂଲାଦେଶ ମଧ୍ୟ ଧୀମା ଓଭର ରେଟ ପାଇଁ ଦଣ୍ଡିତ ହୋଇଛି। ଦଳର ୩ WTC ପଏଣ୍ଟ କାଟ କରାଯିବା ସହ ୧୫% ମ୍ୟାଚ ଫି’ କାଟାଯାଇଛି।

Advertisment

ପଏଣ୍ଟ କାଟଛାଣ୍ଟ ପରେ ପାକିସ୍ତାନ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଥିବା ବେଳେ ବାଂଲାଦେଶ ସପ୍ତମକୁ ଖସିଛି। ଦକ୍ଷିଣ ଆଫ୍ରିକା ଏଥିଯୋଗୁ ଫାଇଦା ହାସଲ କରି ୬ଷ୍ଠକୁ ଉଠିଛି।

ଏହାବାଦ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହାସନଙ୍କ ମ୍ୟାଚ୍‌ ଫି’ ଅତିରିକ୍ତ ଭାବେ ୧୦% କଟା ଯାଇଛି। ସେ ଆଇସିସି ଆଚରଣ ବିଧିର ଲେଭଲ ୧କୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ବି ମିଳିଛି।

ମ୍ୟାଚ୍‌ର ୩୩ତମ ଓଭରରେ ସାକିବ ବିପଦ ଜନକ ଭାବେ ବଲକୁ ବ୍ୟାଟିଂ କରୁଥିବା ମହମ୍ମଦ ରିଜୱାନଙ୍କ ଉପରକୁ ଫିଙ୍ଗି ଥିବାରୁ ଆଇସିସି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Pakistan Bangladesh Test Cricket Test Match