Advertisment

୧୦ ଦିନରେ ପାକିସ୍ତାନକୁ ୩ ଥର ଦଣ୍ଡିତ କଲା ଆଇସିସି, କାରଣ ସମାନ

ପରାଜୟ ପରେ ପରାଜୟର ସମ୍ମୁଖୀନ ହେଉଥିବା ପାକିସ୍ତାନକୁ ଏବେ ଆଉ ଏକ ଝଟକା ଲାଗିଛି। ଆଇସିସି ଦଳକୁ ୧୦ ଦିନ ମଧ୍ୟରେ କ୍ରମାଗତ ତୃତୀୟ ପାଇଁ ଦଣ୍ଡିତ କରିଛି।

Pakistan

Pakistan

Advertisment

ପାକିସ୍ତାନ କ୍ରିକେଟ ଟିମ ଏବେ ଗୋଟିଏ ଖରାପ ସମୟ ଦେଇ ଗତି କରୁଛି। ପ୍ରଥମେ ଦଳ ଚାମ୍ପିୟନ୍ସ ଟ୍ରଫିର ଗ୍ରୁପ ଷ୍ଟେଜରୁ ବିଦାୟ ନେଇଥିଲା। ୧୯୯୬ ପରେ ପାକିସ୍ତାନ ନିଜ ଦେଶରେ କୌଣସି ଆଇସିସି ଇଭେଣ୍ଟ ଆୟୋଜନ କରିଥିଲେ ହେଁ ଗୋଟିଏ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇ ନଥିଲା। ଚାମ୍ପିୟନ୍ସ ଟ୍ରଫି ବିପର୍ଯ୍ୟୟ ପରେ ପାକିସ୍ତାନ ଖେଳାଳିଙ୍କୁ ସମାଲୋଚନା କରାଯାଇଥିଲା।

Advertisment

ଏସବୁ ଭିତରେ ପାକିସ୍ତାନ ଟିମ ୫ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବାକୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲା। ଭାରତରେ ଆଇପିଏଲ ଚାଲୁଥିବାରୁ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରମୁଖ ଖେଳାଳିଙ୍କୁ ପାକିସ୍ତାନ ବିପକ୍ଷ ସିରିଜରେ ସାମିଲ କରି ନଥିଲା। ତଥାପି ପାକିସ୍ତାନ ଟିମ ନ୍ୟୁଜିଲ୍ୟାଣ୍ଡ ଠାରୁ ଟି-୨୦ ସିରିଜ ୧-୪ରେ ହାରିଥିଲା। ଦିନିକିଆ ସିରିଜରେ ଦଳର ଦୁଇ ପ୍ରମୁଖ ଷ୍ଟାର ମହମ୍ମଦ ରିଜୱାନ ଓ ବାବର ଆଜମ ଫେରିବାରୁ ପାକିସ୍ତାନ ଭଲ କରିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ପାକିସ୍ତାନ ୦-୩ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଦିନିକିଆ ସିରିଜରେ ମଧ୍ୟ ହାରି ଯାଇଛି।

ପରାଜୟ ପରେ ପରାଜୟର ସମ୍ମୁଖୀନ ହେଉଥିବା ପାକିସ୍ତାନକୁ ଏବେ ଆଉ ଏକ ଝଟକା ଲାଗିଛି। ଆଇସିସି ଦଳକୁ ୧୦ ଦିନ ମଧ୍ୟରେ କ୍ରମାଗତ ତୃତୀୟ ପାଇଁ ଦଣ୍ଡିତ କରିଛି। ସାମନ କାରଣ ପାଇଁ ପାକିସ୍ତାନ କ୍ରମାଗତ ତୃତୀୟଥର ଦଣ୍ଡିତ ହୋଇଛି। ଧିମା ଓଭର ରେଟ ପାଇଁ ଆଇସିସି ପାକିସ୍ତାନ ଖେଳାଳିଙ୍କ ମ୍ୟାଚ ଫି’ ୫% ଲେଖାଏ କାଟି ଦେଇଛି।

Advertisment

ଆଇସିସି ପକ୍ଷରୁ କୁହାଯାଇଛି ଯେ ଭ୍ରମଣକାରୀ ଟିମ କ୍ରମାଗତ ତୃତୀୟ ଥର ପାଇଁ ଜୋରିମାନାର ସମ୍ମୁଖୀନ ହୋଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ଟି ଯାକ ଦିନିକିଆରେ ଧିମା ଓଭର ରେଟ ପାଇଁ ପାକିସ୍ତାନକୁ ଦଣ୍ଡିତ କରାଯାଇଛି। ପ୍ରଥମ ଦିନିକିଆ ମାର୍ଚ୍ଚ ୨୯ରେ ହୋଇଥିବା ବେଳେ ଦ୍ୱିତୀୟଟି ଏପ୍ରିଲ ୨ ଓ ତୃତୀୟ ତଥା ଶେଷ ଦିନିକିଆ ଏପ୍ରିଲ ୫ରେ ଖେଳା ଯାଇଥିଲା। କିନ୍ତୁ ଦଣ୍ଡବିଧାନ ସମ୍ପର୍କରେ ଆଇସିସି ସୋମବାର ଘୋଷଣା କରିଛି।

ଆଇସିସି ସୋମବାର କହିଛି ଏଲିଟ ପ୍ୟାନେଲର ମ୍ୟାଚ ରେଫରୀ ଜେଫ କ୍ରୋୱେ ପାକିସ୍ତାନ ଉପରେ ଧିମା ଓଭର ରେଟ ପାଇଁ କଟକଣା ଲଗାଇଛନ୍ତି। ପାକିସ୍ତାନ ଧାର୍ଯ୍ୟ ସମୟ ମଧ୍ୟରେ ନିଜର ବୋଲିଂ ସାରିବାକୁ ସକ୍ଷମ ହୋଇ ନଥିଲା। ଆଇସିସିର ଆଚରଣ ବିଧି ଧାରା ୨.୨ ଅଧୀନରେ ଧିମା ଓଭର ରେଟ ପାଇଁ ଖେଳାଳିଙ୍କ ୫% ମ୍ୟାଚ୍‌ ଫି’ କଟା ଯିବାର ପ୍ରାବଧାନ ରହିଛି। ଜୋରିମାନାକୁ ପାକିସ୍ତାନର ଅଧିନାୟକ ମହମ୍ମଦ ରିଜୱାନ ଗ୍ରହଣ କରି ନେଇଛନ୍ତି।

ତୃତୀୟ ଦିନିକିଆ କଥା ବିଚାରକୁ ନେଲେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୪୨ ଓଭରରେ ୮ ୱିକେଟ ହରାଇ ୨୬୪ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ୨୨୧ ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ନ୍ୟୁଜିଲ୍ୟାଣ୍ଡ ୪୩ ରନରେ ମ୍ୟାଚ୍‌କୁ ଜିତି ଦିନିକିଆ ସିରିଜକୁ କ୍ଲିନ ସୁଇପ କରିଥିଲା।

Pakistan ICC Newzealand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe