Advertisment

ମ୍ୟାଚ୍‌ ରେଫରୀଙ୍କ ପରେ ଅମ୍ପାୟାରଙ୍କ ବିରୋଧରେ ଅଭିଯୋଗ ଆଣି ଅପଦସ୍ଥ ହେଲା ପାକିସ୍ତାନ

ମ୍ୟାଚ ବେଳେ ଆତଙ୍କବାଦୀ ବା ମୁଜହିଦ ମାନସିକତା ପ୍ରଦର୍ଶନ କରିଥିବା ପାକିସ୍ତାନ ଖେଳାଳି ଏବେ ଆଉ ଗୋଟିଏ ପଦକ୍ଷେପ ନେଇଛନ୍ତି।

author-image
Hemant Lenka
SKY

SKY

ପୁଣିଥରେ ଅପଦସ୍ଥ ହୋଇଛି ଆତଙ୍କୀସ୍ତାନ ପାକିସ୍ତାନ। ଏସିଆ କପର ଗ୍ରୁପ ପର୍ଯ୍ୟାୟ ପରେ ସୁପର ୪ରେ ଭାରତ ଠାରୁ ହାରିଛି ପାକିସ୍ତାନ। ପ୍ରଥମ ମ୍ୟାଚ ଭଳି ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ପରାଜୟକୁ ସହଜରରେ ଗ୍ରହଣ କରିପାରିନି ଦଳ।

Advertisment

ମ୍ୟାଚ୍‌ ବେଳେ ପଡ଼ିଆରେ ଅନେକ ଡ୍ରାମା କରିଥିବା ପାକିସ୍ତାନ ଏବେ ଅମ୍ପାୟାରଙ୍କ ଉପରେ ଖପ୍ପା ହୋଇଛି। ପରାଜୟ ପାଇଁ ନିଜର ଦୁର୍ବଳ ପ୍ରଦର୍ଶପନ ବଦଳରେ ଅମ୍ପାୟାରଙ୍କ ତ୍ରୁଟିକୁ ଦାୟୀ କରିଛି ଗାଲୁଆ ପାକିସ୍ତାନ। ମ୍ୟାଚ ବେଳେ ଆତଙ୍କବାଦୀ ବା ମୁଜହିଦ ମାନସିକତା ପ୍ରଦର୍ଶନ କରିଥିବା ପାକିସ୍ତାନ ଖେଳାଳି ଏବେ ଆଉ ଗୋଟିଏ ପଦକ୍ଷେପ ନେଇଛନ୍ତି।

ସେପ୍ଟେମ୍ବର ୧୪ ପରାଜୟ ପରେ ହ୍ୟାଣ୍ଡସେକ ବିବାଦକୁ କେନ୍ଦ୍ର କରି ପାକିସ୍ତାନ କ୍ରିକେଟ ବୋର୍ଡ ମ୍ୟାଚ୍‌ ରେଫରୀ ଆଣ୍ଡୀ ପାଇକ୍ରଫ୍ଟଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲା। ଆଇସିସି କିନ୍ତୁ ପାକିସ୍ତାନ ବୋର୍ଡର କୌଣସି ଚିତ୍କାରକୁ ଶୁଣି ନଥିଲା। ଏବେ ପିସିବି ପୁଣିଥରେ ଭାରତ ଠାରୁ ହାରିବା ପରେ ଆଇସିସିର ଦ୍ୱାରସ୍ଥ ହୋଇଛି।

Advertisment

ସେପ୍ଟେମ୍ବର ୨୧ ଭାରତ-ପାକିସ୍ତାନ ମ୍ୟାଚ୍‌ ବେଳେ ଟିଭି ଅମ୍ପାୟାର ଭାବେ କାମ କରୁଥିବା ଶ୍ରୀଲଙ୍କାର ରୁଚିରା ପାଲ୍ଲିୟାଗୁରୁଗେଙ୍କ ବିରୋଧରେ ଆଇସିସିରେ ଅଭିଯୋଗ କରିଛି ପାକିସ୍ତାନ ଟିମ ମ୍ୟାନେଜମେଣ୍ଟ। ଟିଭି ଅମ୍ପାୟାର ରୁଚିରା ପାକିସ୍ତାନ ବ୍ୟାଟର ଫଖର ଜମାନଙ୍କୁ ଦେଇଥିବା ଆଉଟ ବିରୋଧରେ ଦଳ ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଛି। ଫଖର ୧୫ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ୱିକେଟ କିପର ସଞ୍ଜୁ ସାମସନଙ୍କ ହାତରେ ଧରାପଡ଼ି ଯାଇଥିଲେ।

ତେବେ ବଲ ସାମସନଙ୍କ ଗ୍ଲୋବସରେ ପଡ଼ିଛି ନା ତଳେ ଡ୍ରପ୍‌ ହୋଇଛି, ସେକଥା ଜଣା ନପଡ଼ିବାରୁ ଅନ ଫିଲ୍ଡ ଅମ୍ପାୟାର ଗାଜି ସୋହେଲ ଟିଭି ଅମ୍ପାୟାର ରୁଚିରାଙ୍କ ସହାୟତା ନେଇଥିଲେ। ବିଭିନ୍ନ ଦିଗରୁ ବାରମ୍ବାର ରିପ୍ଲେ ଦେଖିବା ପରେ ସେ ଫଖର ଜମାନଙ୍କୁ ଆଉଟ ଘୋଷଣା କରିଥିଲେ। କିନ୍ତୁ ପାକିସ୍ତାନୀ ଏହାକୁ ସହଜରରେ ଗ୍ରହଣ କରିପାରି ନାହାନ୍ତି। ଫଖର ନଟଆଉଟ ଥିବା ଅଭିଯୋଗ କରିଛି ପୂରା ଦଳ।

ମ୍ୟାଚ୍‌ ପରେ ପାକିସ୍ତାନ ଟିମ ମ୍ୟାନେଜର ନଭୀଦ ଚୀମା ଏନେଇ ମ୍ୟାଚ୍‌ ରେଫରୀ ଆଣ୍ଡୀ ପାଇକ୍ରଫ୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କିନ୍ତୁ ପାଇକ୍ରଫ୍ଟ ଏହା ତାଙ୍କ ବିଚାର ଅଧୀନରେ ଆସୁ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି। ଅମ୍ପାୟାରଙ୍କ ବିରୋଧରେ ଅଭିଯୋଗ କରି ନିରାଶ ହେବା ପରେ ପାକିସ୍ତାନ ଟିମ ମ୍ୟାନେଜମେଣ୍ଟ ପୁଣି ଆଇସିସିର ଦ୍ୱାରସ୍ଥ ହୋଇଛି। ଟିଭି ଅମ୍ପାୟାର ରୁଚିରାଙ୍କ ବିରୋଧରେ ପାକିସ୍ତାନ ପକ୍ଷରୁ ଆଇସିସିକୁ ଗୋଟିଏ ଇ-ମେଲ କରାଯାଇଥିବା ଜଣାପଡ଼ିଛି।

ମ୍ୟାଚ ପରେ ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଘାଙ୍କୁ ଫଖର ଜମାନଙ୍କ ଆଉଟର ବୈଧତା ଉପରେ ପ୍ରଶ୍ନ କରାଯାଇଥିଲା। ସେ କହିଛନ୍ତି ଯେ “ମୁଁ ସେହି ନିଷ୍ପତ୍ତି ସମ୍ପର୍କରେ ଜାଣିନାହିଁ। ଏହା ଅମ୍ପାୟାରଙ୍କ କାମ। ଅମ୍ପାୟାର ମଧ୍ୟ ତ୍ରୁଟି କରିପାରନ୍ତି। ଏହା ସହିତ ମୋର କୌଣସି ସମସ୍ୟା ନାହିଁ। କିନ୍ତୁ ବଲ ୱିକେଟ କିପରଙ୍କ ଗ୍ଲୋବ୍ସକୁ ଯିବା ପୂର୍ବରୁ ବାଉନ୍ସ ହୋଇଥିବା ଜଣାପଡ଼ୁଛି।

ଫଖର ଜମାନ ଯେଉଁଭଳି ବ୍ୟାଟିଂ କରୁଥିଲେ ଓ ସେ ପୂରା ପାୱାର ପ୍ଲେ ଖେଳିଥିଲେ, ସମ୍ଭବତଃ ଆମେ ୧୯୦ ରନରେ ପହଞ୍ଚି ଯାଇଥାଆନ୍ତୁ। ହେଲେ ଏହା ଅମ୍ପାୟାରଙ୍କ କଲ୍‌। ସେମାନେ ମଧ୍ୟ ଭୁଲ କରିପାରନ୍ତି। ମୁଁ ଜାଣିନି। ମୋ ପାଇଁ ବଲ ଆଗରେ ବାଉନ୍ସ ହୋଇ କିପରଙ୍କ ପାଖକୁ ଯାଇଥିଲା।”

Asia Cup Cricket Asia Cup Suryakumar Yadav